ବୁଧଙ୍କର କୁମ୍ଭ ରାଶିରେ ଉଦୟ
ବାଦିକ ଜ୍ଯୋତିଷରେ ବୁଧ ଗ୍ରହଙ୍କୁ ବାଣୀ, ତର୍କ ଓ ସଞ୍ଚାର କୌଶଲର ଗ୍ରହ କୁହଯାଏ ଯିଏ ଏବେ 26 ଫେବ୍ରୁୟାରୀ 2025 ରାତିରେ 08:41 ରେ କୁମ୍ଭ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ବୁଧଙ୍କର କୁମ୍ଭ ରାଶିରେ ଉଦୟ ବିଷୟରେ ସମସ୍ତ ସୂଚନା ପ୍ରଦାନ କରିବ ଯେପରି ତିଥି ଓ ସମୟ ଇତ୍ୟାଦି। ବୁଧ ଗ୍ରହଙ୍କର ଏହି ଅବସ୍ଥା ରାଶି ଚକ୍ରର ସମସ୍ତ 12 ଟି ରାଶିକୁ ପ୍ରଭାବିତ କରିବ। କେଉଁ ଉପାୟ କୁ ଆପଣାଇ ଆପଣ ବୁଧ ଦେବଙ୍କର କୃପା ପାଇପାରିବେ?ଏହି ସବୁ ବିଷୟରେ ଆମେ ଆପଣଙ୍କୁ କହିବୁ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଆରମ୍ଭ କରିବା ଏହି ଲେଖା।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କୁମ୍ଭ ରାଶିରେ ବୁଧ ଉଦୟ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୁଧ ଏବଂ ଚନ୍ଦ୍ରଙ୍କୁ ସବୁଠାରୁ ସମ୍ବେଦନଶୀଳ ଗ୍ରହ ଭାବରେ ବିବେଚନା କରାଯାଏ କାରଣ ସେମାନେ ଯେଉଁ ଗ୍ରହ ସହିତ ସଂଯୁକ୍ତ କିମ୍ବା ଅବସ୍ଥିତ, ସେହି ଅନୁସାରେ ଜାତକକୁ ଫଳ ଦିଅନ୍ତି। ଗୋଟିଏ ବର୍ଷରେ ବୁଧ ଅନେକ ଥର ଅସ୍ତ ହୁଅନ୍ତି ସେଥିପାଇଁ ଏହି ଲୋକଙ୍କୁ ନିଜର କ୍ଷମତା ଅନୁଯାୟୀ ପରିଣାମ ଦେବାରେ ଅସମର୍ଥ ହୁଅନ୍ତି। ଏବେ ସେ କୁମ୍ଭ ରାଶିରେ ଉଦୟ ହେବାକୁ ଯାଉଛନ୍ତି ଓ ଏହା ପରେ ବୁଧ ମୀନ ରାଶିରେ ଗୋଚର କରିବେ। ବୁଧ ଉଦୟ ଅବସ୍ଥାରେ ବିଭିନ୍ନ ରାଶିର ଲୋକଙ୍କ ଜୀବନରେ ମହତ୍ୱପୂର୍ଣ ପରିବର୍ତ୍ତନ ଆଣିବେ।
हिंदी में पढ़ने के लिए यहां क्लिक करें: बुध का कुंभ राशि में उदय
ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହ ଓ କୁମ୍ଭ ରାଶି
ଏହି ଗ୍ରହକୁ ବୁଦ୍ଧି, ସ୍ମୃତି, ସ୍ନାୟୁତନ୍ତ୍ର ଏବଂ ମସ୍ତିଷ୍କର କାରକ ବୋଲି ବିବେଚନା କରାଯାଏ। ଶରୀରର ଯେକୌଣସି ପ୍ରକ୍ରିୟା ଯାହା ମସ୍ତିଷ୍କ ଏବଂ ସ୍ନାୟୁତନ୍ତ୍ର ସହିତ ଜଡ଼ିତ, ତାହା ସିଧାସଳଖ ବୁଧ ଗ୍ରହ ସହିତ ଜଡ଼ିତ। ବୁଧ ଆମର ଶିକ୍ଷଣ କ୍ଷମତାକୁ ମଧ୍ୟ ନିୟନ୍ତ୍ରଣ କରନ୍ତି ଏବଂ ଶିକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
କୁମ୍ଭ ରାଶିରେ ବୁଧଙ୍କ ଉଦୟ ସହିତ, ବିଶ୍ୱର ଅର୍ଥନୀତି ସହିତ ସେୟାର ବଜାରରେ ମଧ୍ୟ ଉନ୍ନତି ହେବ। ଏହି ସମୟରେ ସେହି ଲୋକଙ୍କ ପାଇଁ ଭଲ ରହିବ ଯିଏ ମିଡିଆ, ମାସ କମ୍ଯୁନିକେଶନ, ଏକାଉନ୍ଟିଂ, ଫାଇନାନ୍ସ ଓ ଏନବେଷ୍ଟମେଣ୍ଟ ବ୍ଯାଙ୍କିଂ ଇତ୍ୟାଦି କ୍ଷେତ୍ର ସହିତ ଜଡ଼ିତ।
To Read in English Click Here: Mercury Rise Aquarius (26 February)
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ
ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଏକାଦଶ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ଭାଇ-ଭଉଣୀ, ସଞ୍ଚାର କୌଶଳ, ସ୍ବାସ୍ଥ୍ୟ ଓ ସେବା ସହିତ ଜଡ଼ିତ ସମସ୍ଯାକୁ ଦୂର କରିବ। ଏହି ଲୋକଙ୍କୁ ନିଜର ବିଚାର ଅନ୍ୟଙ୍କ ସାମ୍ନାରେ ରଖିବାକୁ ସହଜ ଲାଗିବ। ଯଦି କୋର୍ଟରେ ଆପଣଙ୍କର କୌଣସି କେସ ଚାଲିଛି, ତେବେ ଏହି ଅବଧିରେ ଆପଣ ଏହି ବିବାଦରୁ ମୁକ୍ତି ପାଇବାରେ ସଫଳ ହେବେ।
ଆପଣଙ୍କୁ କହି ରଖୁଛୁ ଯେ କୁଣ୍ଡଳୀର ଏକାଦଶ ଘର ଧନ, ଇଚ୍ଛା, ବଡ଼ ଭାଇ ଭଉଣୀ ଏବଂ ମାମୁଁ ଇତ୍ୟାଦି ସହିତ ଜଡ଼ିତ। ଏହି ସମୟରେ ମେଷ ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଏହି ରାଶିର ସେହି ଛାତ୍ରମାନଙ୍କ ପାଇଁ ଏହି ସମୟ ଅନୁକୂଳ ହେବ, ବିଶେଷକରି ଯେଉଁମାନେ ଲେଖା, ଗଣ ଯୋଗାଯୋଗ କିମ୍ବା ଯେକୌଣସି ଭାଷା ପଢ଼ୁଛନ୍ତି। ଏହା ବ୍ୟତୀତ, ପ୍ରେମ ଜୀବନରେ ଏହି ଲୋକମାନେ ଏକ ନୂତନ ସମ୍ପର୍କରେ ପ୍ରବେଶ କରିବେ ଏବଂ ଦୁହେଁ ଏକାଠି ସ୍ମରଣୀୟ ସମୟ ବିତାଇବେ।
ଉପାୟ: ଛୋଟ ଝିଅଙ୍କୁ ସବୁଜ ରଙ୍ଗର କୌଣସି ବସ୍ତୁ ଦାନ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦଶମ ଘରେ ଉଦୟ ହେବାକୁ ଯାଉଛନ୍ତି। କହି ରଖୁଛି ଯେ ଏହି ରାଶିର ଲୋକ ଜୀବନରେ କଠିନ ସମୟ ଦେଇ ଗତି କରୁଛନ୍ତି ଓ ଆପଣଙ୍କୁ ଧନ ସଞ୍ଚୟ, ପରିବାରରେ ଝଗଡ଼ା କିମ୍ବା ନିଜର ଭାବନା ବ୍ୟକ୍ତ କରିବାରେ ସମସ୍ଯା ହୋଇପାରେ। ବୁଧ ଉଦୟ ସମୟରେ ଆପଣଙ୍କୁ ସେଥିରୁ ମୁକ୍ତି ମିଳିବ। ଆପଣ ଧନ ସଞ୍ଚୟ କରିପାରିବେ ଓ ପରିବାରରେ ଚାଲିଥିବା ମତଭେଦ ମଧ୍ୟ ଦୂର ହେବ। ଆପଣ ନିଜର ଭାବନା ଅନ୍ୟ ସାମ୍ନାରେ ପ୍ରକାଶ କରିପାରିବେ।
ଏହି ରାଶିର ଛାତ୍ରମାନେ ଯେଉଁମାନେ ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଏବେ ସେଥିରୁ ବାହାରି ପାରିବେ। ଯେଉଁମାନେ ସମ୍ପର୍କରେ ଅଛନ୍ତି, ସେମାନେ ନିଜ ସାଥୀଙ୍କୁ ନିଜର ପ୍ରେମ ପ୍ରକାଶ କରିପାରିବେ। ବୃଷ ରାଶିର ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ କିଛି ଖୁସିର ମୁହୂର୍ତ୍ତ ବିତାଉଥିବାର ଦେଖାଯିବେ। ଏହି ସମୟ ଆପଣଙ୍କର କ୍ୟାରୀଅର ପାଇଁ ଭଲ ରହିବ। ଆପଣଙ୍କୁ ମାନ-ସମ୍ମାନ ଓ ପ୍ରସିଦ୍ଧତା ପ୍ରାପ୍ତ ହେବ। ଆପଣ ଯେକୌଣସି କମ୍ପାନୀରେ କାର୍ଯ୍ୟ କରୁଛନ୍ତି, ତାହାର ବ୍ରାଣ୍ଡ ଭ୍ଯାଲୁ ବଢ଼ିବ। ଯେଉଁମାନେ ପାରିବାରିକ ବ୍ୟବସାୟ ଚଳାଉଛନ୍ତି, ସେମାନେ କିଛି ନୂତନ ନିବେଶ କରିପାରିବେ।
ଯେଉଁ ଲୋକମାନେ ସ୍ନାତକ ହାସଲ କରିଛନ୍ତି ଏବଂ ଇଣ୍ଟର୍ନସିପ୍ ଖୋଜୁଛନ୍ତି, ସେମାନଙ୍କର ସନ୍ଧାନ ଏବେ ଶେଷ ହୋଇପାରେ କାରଣ ଆପଣ କୌଣସି ସ୍ଥାନରେ ମନୋନୀତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣ କାହା ସହିତ ପ୍ରେମରେ ପଡ଼ିପାରନ୍ତି। ଦଶମ ଘରେ ବସି ବୁଧ ଚତୁର୍ଥ ଘରେ ଦୃଷ୍ଟି ପକାଉଥିବାରୁ ଯଦି ଆପଣଙ୍କର ମନ କୌଣସି ଲକ୍ସରି ବସ୍ତୁ କିଣିବାର ଅଛି, କିନ୍ତୁ ଆପଣ କିଣି ପାରି ନାହାନ୍ତି ତେବେ ଏହି ସମୟରେ ଏହି କାମ କରିବା ପାଇଁ ଉପଯୁକ୍ତ ହେବ।
ଉପାୟ: କାର୍ଯ୍ୟସ୍ଥଳରେ ମନି ପ୍ଳାଣ୍ଟ ରଖନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କୁ ଜାତକରେ ବୁଧ ଦେବ ଆପଣଙ୍କର ପ୍ରଥମ ଓ ଚତୁର୍ଥ ଘରର ଅଧିପତି ଦେବ ଯିଏ ଏବେ ଆପଣଙ୍କର ନବମ ଘରେ ଉଦୟ ହେବାକୁ ଯାଉଛନ୍ତି। କୁଣ୍ଡଳୀରେ ନବମ ଘର ପିତା, ରାଜନୀତି, ଲମ୍ବା ଯାତ୍ରା, ତୀର୍ଥସ୍ଥଳ, ଭାଗ୍ଯ ଓ ଧର୍ମର ହୋଇଥାଏ। ଆପଣ ଏବଂ ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଏହା ସହିତ, ପାରିବାରିକ ଜୀବନରେ ଯେଉଁ ଅଶାନ୍ତିର ବାତାବରଣ ଥିଲା ତାହାର ମଧ୍ୟ ଅନ୍ତ ହେବ।
ଭଗବାନ ବୁଧ ଆପଣଙ୍କ ରାଶିର ନବମ ଘରେ ଉଦିତ ହେଉଛନ୍ତି ଏବଂ ଏପରି ପରିସ୍ଥିତିରେ, ଆପଣ ଆପଣଙ୍କର କିଛି ପ୍ରିୟ ସ୍ଥାନକୁ ଯିବା ପାଇଁ ଯୋଜନା କରିପାରିବେ ଯେଉଁଥିପାଇଁ ଆପଣଙ୍କୁ ବହୁତ ଦୂର ଯାତ୍ରା କରିବାକୁ ପଡ଼ିପାରେ। ମିଥୁନ ରାଶିର ଯେଉଁମାନେ ରାଜନୀତି ସହିତ ଜଡ଼ିତ କିମ୍ବା ରାଜନେତା, ସେମାନେ ପୂର୍ବରୁ ଭୁଲ ବୟାନ ଦେଇ ବିବାଦରେ ପଡ଼ିଥିଲେ, କିନ୍ତୁ ଏବେ ସେମାନେ ଏଥିରୁ ବାହାରି ଆସିବାରେ ସଫଳ ହେବେ।
ଗୁରୁ, ଇଂଷତରୁକ୍ତିର କିମ୍ବା ମେନ୍ଟର ରୂପରେ ଯଦି ଆପଣଙ୍କୁ ନିଜର ଜ୍ଞାନ ଛାତ୍ରଙ୍କୁ ଦେବାରେ ସମସ୍ଯା ଅନୁଭବ ହେଉଛି, ତେବେ ଆପଣ ଏକ ନୂଆ ଊର୍ଜା ସହିତ ପୁନର୍ବାର ନିଜର କାମ ଆରମ୍ଭ କରିପାରିବେ। ଯଦି ଆପଣଙ୍କର ପିତାଙ୍କ ସହିତ କୌଣସ୍ୟ ବିବାଦ କିମ୍ବା ମତଭେଦ ଚାଲିଛି ତେବେ ବୁଧ ଉଦୟ ସହିତ ତାହା ଅନ୍ତ ହୋଇଯିବ। କୁଣ୍ଡଳୀର ତୃତୀୟ ଘରେ ବୁଧ ଗ୍ରହ ଦୃଷ୍ଟି ପକାଇବେ ଏବଂ ଏପରି ପରିସ୍ଥିତିରେ, ଆପଣ ଆପଣଙ୍କର ସାନ ଭାଇଭଉଣୀ ଏବଂ ବନ୍ଧୁମାନଙ୍କ ସହିତ ଏକ ଛୋଟ ଯାତ୍ରାର ମଜା ନେବାର ସୁଯୋଗ ପାଇବେ।
ଉପାୟ: ପ୍ରତିଦିନ ଅତି କମରେ 10 ମିନିଟ ଆଧ୍ୟାତ୍ମିକ ବହି ପଢ଼ନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଜାତକରେ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବାକୁ ଯାଉଛନ୍ତି। ତୃତୀୟ ଘର ଭାଇ-ଭଉଣୀ, ରୁଚି, ଛୋଟ ଯାତ୍ରା ଓ କଥା କହିବାର କ୍ଷମତାକୁ ଦର୍ଶାଏ। ଏହି ସମୟରେ ଜୀବନରେ ଚାଲିଥିବା ସଞ୍ଚାର କୌଶଳ ସହିତ ଜଡ଼ିତ ସମସ୍ଯା ଓ ଭାଇ-ଭଉଣୀଙ୍କ ସହିତ ଚାଲିଥିବା ମତଭେଦ ସମାଧାନ ହୋଇପାରେ। କିନ୍ତୁ, ଦ୍ଵାଦଶ ଘରର ସ୍ବାମୀ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବା ଯୋଗୁଁ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ।
ଏହି ସମୟରେ ଆପଣଙ୍କୁ ଟଙ୍କା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ତଥାପି, ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ କାରଣ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ ଏବଂ ତେଣୁ ଆପଣଙ୍କୁ ଆପଣଙ୍କର ସଞ୍ଚୟ ସହିତ କୌଣସି ପ୍ରକାରର ରିସ୍କ ଏଡ଼ାଇବାକୁ ପରାମର୍ଶ ଦିଆଯାଉଛି। ଏହି ଲୋକମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଶାରୀରିକ ପରିଚ୍ଛନ୍ନତାର ଯତ୍ନ ନେବାକୁ ପଡ଼ିବ। ଯଦି ଶ୍ୱଶୁର ଘର ଲୋକଙ୍କ ସହିତ କୌଣସି ସମସ୍ୟା ଚାଲିଛି, ତେବେ ବୁଧ ଗ୍ରହ ଉଦୟ ସମୟରେ ସେଗୁଡ଼ିକର ମଧ୍ୟ ସମାଧାନ ହେବ।
ଉପାୟ: ସବୁ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଓ କିନ୍ନରଙ୍କର ସମ୍ମାନ କରନ୍ତୁ। ତାଙ୍କୁ ଚୁଡ଼ି ଉପହାର ଦିଅନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର କୋଷାଧ୍ୟକ୍ଷ ହେବା ସହିତ ଆପଣଙ୍କର ଧନ ଘର ଅର୍ଥାତ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ମଧ୍ୟ। ବର୍ତ୍ତମାନ ସମୟରେ ଆପଣଙ୍କର ପାର୍ଟନରଶିପ ଘର ଅର୍ଥାତ ସପ୍ତମ ଘରରେ ଉଦୟ ହେବାକୁ ଯାଉଛନ୍ତି। କୁମ୍ଭ ରାଶିରେ ବୁଧଙ୍କ ଉଦୟ ହେବା ସହିତ, ଏହି ଲୋକମାନେ ସେମାନଙ୍କ ଜୀବନରେ ଉପୁଜିଥିବା ଆର୍ଥିକ ସମସ୍ୟାରୁ ବାହାରି ଆସିପାରିବେ। ଆପଣଙ୍କ ଦ୍ବାରା କରାଯାଇଥିବା ବିନିଯୋଗ ଆପଣଙ୍କୁ ଭଲ ଲାଭ ଦେବ। ଅନ୍ୟ ପଟେ ଦ୍ଵିତୀୟ ଘରର ସ୍ବାମୀ ଭାବରେ ବୁଧ ମହାରାଜ ଉଦୟ ହେବା ଦ୍ବାରା ଆପଣଙ୍କର ଘର-ପରିବାରରେ ଚାଲିଥିବା ସମସ୍ଯାର ଅନ୍ତ ହେବ ଓ ଆପଣ ନିଜର ଭାବନାକୁ ଅନ୍ୟ ସହିତ ବାଣ୍ଟି ପାରିବେ।
କିନ୍ତୁ ଯଦି ଆପଣ କଥାବାର୍ତ୍ତାରେ ଅଭାବ ଯୋଗୁଁ ପାର୍ଟନରଶିପରେ କୌଣସି ପ୍ରକାରର ଭୁଲବୁଝାମଣା ସାମ୍ନା କରୁଛନ୍ତି, ତେବେ ଏହି ସମୟରେ ତାହାର ସମାଧାନ କରିବା ପାଇଁ ଅନୁକୂଳ ରହିବ। ଆପଣଙ୍କ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ସୂଚାଉଛି ଯେ ଏହି ସମୟରେ ସିଂହ ରାଶିର ଲୋକମାନେ ବ୍ୟବସାୟିକ ସହଭାଗୀତା, ବିବାହ କିମ୍ବା ନିଜ ସାଥୀଙ୍କ ଉପରେ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି।
ଉପାୟ: ନିଜର ବେଡରୂମରେ ହାଉସପ୍ଳାଣ୍ଟ ରଖନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ଜାତକରେ ବୁଧ ମହାରାଜ ଆପଣଙ୍କର ପ୍ରଥମ/ଲଗ୍ନ ଘର ଓ ଦଶମ ଘରର ସ୍ବାମୀ ଯିଏ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ଯୋଗୁଁ ଆପଣ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଅନୁଭବ କରିବେ। କିନ୍ତୁ, ତଥାପି ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ଓ ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ଅନ୍ୟଥା ଆପଣ ରୋଗରେ ପୀଡ଼ିତ ହୋଇପାରନ୍ତି। ଯେଉଁ ଲୋକ କ୍ୟାରିଅରରେ ଚାଲିଥିବା ସମସ୍ଯା ଯୋଗୁଁ ଚିନ୍ତିତ ଅଛନ୍ତ, ଏବେ ସେ ଶାନ୍ତିର ନିଶ୍ବାସ ନେଇ ଆଗକୁ ବଢ଼ିବେ।
ବୁଧ ଅସ୍ତ ଅବସ୍ଥାରୁ ବାହାରିବା ଯୋଗୁଁ, ଏହି ସମୟ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କ ପାଇଁ ଭଲ ବୋଲି ବିବେଚନା କରାଯିବ। ଯଦି ଆପଣ କୌଣସି ଆଇନଗତ ବିବାଦରେ ଫସି ରହିଛନ୍ତି କିମ୍ବା କୌଣସି ମାମଲା ସମାଧାନ ହେଉନାହିଁ, ତେବେ ଏବେ ଆପଣ ଏଥିରୁ ମୁକ୍ତି ପାଇପାରିବେ। ସର୍ଭିସ ସେକ୍ଟରରେ କାର୍ଯ୍ୟରତ ଥିବା ଲୋକଙ୍କ ପାଇଁ ଏହି ସମୟ ଭଲ ହେବ, କିନ୍ତୁ ଋଣ ନିଅନ୍ତୁ ନାହିଁ।
ଉପାୟ: ବୁଧବାର ଦିନ 5-6 କରାଟ ପନ୍ନା ପଞ୍ଚଧାତୁ କିମ୍ବା ସୁନାର ମୁଦିରେ ଯୋଡ଼ି ଧରଣ କରନ୍ତୁ। ନଚେତ ସବୁଜ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ନବମ ଘର ଓ ଦଶମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବାକୁ ଯାଉଛନ୍ତି। ଜାତକରେ ପଞ୍ଚମ ଘରର ସମ୍ବନ୍ଧ ପୂର୍ବ ପୂଣ୍ୟ ଘର ସହିତ ଥାଏ ଓ ଏହା ଶିକ୍ଷା, ପ୍ରେମ ସମ୍ବନ୍ଧ, ସନ୍ତାନର ଘର। କୁମ୍ଭ ରାଶିରେ ବୁଧଙ୍କ ଉଦୟ ସମୟରେ, ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଯାହା ବୁଧ ଅସ୍ତ ସମୟରେ ଆପଣଙ୍କୁ ମିଳି ନଥିଲା। ଏହି ସମୟରେ ଆପଣଙ୍କୁ ପିତା, ମେନ୍ଟର କିମ୍ବା ଗୁରୁଙ୍କର ଆଶୀର୍ବାଦ ମିଳିବ। ଏହା ସହିତ ଆପଣଙ୍କର କୌଣସି ସମସ୍ଯା ଯଦି ଚାଲିଛି, ତେବେ ଏବେ ତାହାର ଅନ୍ତ ହୋଇଯିବ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଖରାପ ଅଛି, ତେବେ ଆପଣଙ୍କର ସ୍ବାସ୍ଥ୍ୟରେ ମଧ୍ୟ ସୁଧାର ଦେଖିବାକୁ ମିଳିବ।
ଦ୍ଵାଦଶ ଘରର ସ୍ବାମୀ ଭାବରେ ବୁଧ ଗ୍ରହ ଆପଣଙ୍କର ଖର୍ଚ୍ଚ ବଢ଼ାଇବେ। ଟ୍ରେଡିଂ କିମ୍ବା ଜୁଆରେ କୌଣସି ପ୍ରକାର ବିନିଯୋଗ ନ କରିବାକୁ ପରାମର୍ଶ ଦିଆଯାଇଛି, ଅନ୍ୟଥା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କ ପଞ୍ଚମ ଘରେ ବୁଧଙ୍କ ଉଦୟ ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରମାନଙ୍କ ପାଇଁ ଭଲ ବୋଲି କୁହାଯିବ। ତୁଳା ରାଶି ପ୍ରେମୀମାନେ ଖୋଲାଖୋଲି ଭାବରେ ସେମାନଙ୍କର ପ୍ରେମ ଏବଂ ଭାବନାକୁ ସେମାନଙ୍କ ସାଥୀଙ୍କ ନିକଟରେ ପ୍ରକାଶ କରିପାରିବେ। ଏହି ରାଶିର ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଉଥିବାର ଦେଖାଯିବେ।
ଉପାୟ: ଶୁକ୍ରବାର ଦୋନ ଦେବୀ ସରସ୍ବତୀଙ୍କର ପୂଜା କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବାକୁ ଯାଉଛନ୍ତି। ବୁଧ ଦେବ ଆପଣଙ୍କର ଲଗ୍ନ ଘରର ସ୍ବାମୀ, ମଙ୍ଗଳ ଗ୍ରହଙ୍କ ସହିତ ଶତ୍ରୁତା ଭାବ ରଖନ୍ତି ଓ ଏପରି ସ୍ଥିତିରେ ଗ୍ରହଙ୍କର ଏହି ସ୍ଥିତିକୁ ଆପଣଙ୍କ ପାଇଁ ସମ୍ପୂର୍ଣ ଭାବରେ ଅନୁକୂଳ କୁହାଯିବ ନାହିଁ।
ଏହି ସମୟରେ ଜୀବନରେ ଅନିଶ୍ଚିତତା ସୃଷ୍ଟି ହୋଇପାରେ। ଆପଣଙ୍କୁ ହଠାତ ଘଟଣା ପାଇଁ ପ୍ରସ୍ତୁତ ରହିବା ଉଚିତ। ଏହି ଲୋକଙ୍କଊ ନିଜର ମାତାଙ୍କର ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ସକାରାତ୍ମକ ପକ୍ଷ ବିଷୟରେ କହିଲେ, ଏକାଦଶ ଘରର ସ୍ବାମୀ ଭାବରେ ବୁଧ ଆପଣଙ୍କୁ ପୂର୍ବରୁ କରାଯାଇଥିବା ବିନିଯୋଗ ମାଧ୍ୟମରୁ ଭଲ ଲାଭ ପ୍ରଦାନ କରିବେ। ଏହି ସମୟରେ ଏବେ ଆପଣ ଘର-ପରିବାରରେ କୌଣସି ପାର୍ଟି ଆୟୋଜନ କରିପାରିବେ ଯାହା ପୂର୍ବରୁ କୌଣସି କରଣରୁ କରି ପାରିନଥିଲେ।
ଏହି ସମୟରେ ଆପଣ ଏକ ନୂତନ ଘର କିମ୍ବା ଏକ ନୂତନ କାର କିଣିବାର ଯୋଜନାକୁ ଆଗକୁ ବଢ଼ାଇ ପାରିବେ, ଯାହାକୁ ଆପଣ ବୁଧଙ୍କ ଅସ୍ତ ହେବା ଯୋଗୁଁ ସ୍ଥଗିତ ରଖିଥିଲେ। ଏହା ବ୍ୟତୀତ, ଚତୁର୍ଥ ଘରେ ବସିଥିବା ବୁଧଙ୍କ ଦୃଷ୍ଟି ଆପଣଙ୍କ ଦଶମ ଘରେ ପଡ଼ିବ ଏବଂ ଫଳସ୍ୱରୂପ, ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ମିଳିବ ଯାହା ଆପଣଙ୍କ ବୃତ୍ତିଗତ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ଉପାୟ: ବୁଧବାର ଦିନ ନିଜର ଘରେ ତୁଳସୀ ଗଛ ଲଗାନ୍ତୁ ଓ ତାହାର ଦେଖାଚାହାଁ ସହିତ ପୂଜା କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ସପ୍ତମ ଓ ଦଶମ ଘରର ଅଧିପତି। ବର୍ତ୍ତମାନ ସେ ଆପଣଙ୍କର ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଆପଣଙ୍କର ବୃତ୍ତିଗତ ଜୀବନରେ ବୁଧ ମହାରାଜ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରନ୍ତି। ବୁଧ ଅସ୍ତ ହେଲେ ଆପଣଙ୍କୁ ବ୍ୟବସାୟରେ ସମସ୍ଯା ସାମ୍ନା କରିବାକୁ ପଡ଼ିଥାଏ। ଏହା ବ୍ଯତୀତ, ବୁଧ ଉଦୟ ହେବା ଦ୍ବାରା ଆପଣଙ୍କର ବ୍ୟବସାୟରେ ସୁଧାର ଦେଖିବାକୁ ମିଳିବ।
ଯେଉଁ ଲୋକ କ୍ୟାରୀଅର କ୍ଷେତ୍ରରେ ସମସ୍ଯା ଦେଇ ଗତି କରୁଛନ୍ତି, ଏବେ ତାଙ୍କର ସମସ୍ଯା ଦୂର ହେବ। ଏହା ବ୍ଯତୀତ, ଆପଣଙ୍କର ଜୀବନରେ ଉତ୍ପନ୍ନ ହେଉଥିବା ସମସ୍ଯା କିମ୍ବା ସାଥୀ ସହିତ ଜଡ଼ିତ ସ୍ବାସ୍ଥ୍ୟ ସମସ୍ଯା ସମାଧାନ ହେବ। ଜାତକର ତୃତୀୟ ଘରର ସମ୍ବନ୍ଧ ଭାଇ-ଭଉଣୀ, ରୁଚି , ଛିଟ ଯାତ୍ରା କିମ୍ବା ସଞ୍ଚାର କୌଶଳ ସହିତ ଜଡ଼ିତ। ଏହାର ଫଳସ୍ବରୂପ, ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ଦ୍ବାରା ଭାଇ-ଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଓ ସଞ୍ଚାର କୌଶଳ ସହିତ ସମ୍ବନ୍ଧିତ ସମସ୍ଯା ମଧ୍ୟ ସମାଧାନ ହେବ।
ଯଦି ଆପଣ ଆପଣଙ୍କର କ୍ୟାରିୟର ପରିବର୍ତ୍ତନ କରିବାକୁ ଇଛା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସୁଥିବା ସୁଯୋଗଗୁଡ଼ିକର ସଦୁପଯୋଗ କରିବା ପାଇଁ ଏହା ସର୍ବୋତ୍ତମ ସମୟ। ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ବୁଧ ନବମ ଘରେ ଦୃଷ୍ଟି ରଖିଥିବାରୁ, ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ପିତା ଏବଂ ଗୁରୁଙ୍କ ସମର୍ଥନ ମିଳିବ ଏବଂ ଏହିପରି ଭାବରେ, ଆପଣଙ୍କୁ ଉନ୍ନତି ଏବଂ ପ୍ରଗତି ପାଇଁ ସୁଯୋଗ ମିଳିବ।
ଉପାୟ: ବୁଧଙ୍କର ବୀଜ ମନ୍ତ୍ର ଜପ କରନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କନ ପାଇଁ ବୁଧ ଦେବ ଆପଣଙ୍କର ଷଷ୍ଠ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବେ। ଗ୍ରହଙ୍କର ଏହି ବିଶେଷ ସ୍ଥିତି ଯୋଗୁଁ ଏହି ସମୟକୁ ଆପଣଙ୍କ ପାଇଁ ଭଲ କୁହଯିବ। ଏବେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଯାହା ଅସ୍ତ ହେବା ସମୟରେ ଆପଣଙ୍କୁ ମିଲି ନ ଥିଲା।
ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ଦ୍ବାରା ଆପଣଙ୍କୁ ପିତା, ଗୁରୁ ଓ ମେନ୍ଟରଙ୍କର ଆଶୀର୍ବାଦ ସହିତ ତାଙ୍କର ସହଯୋଗ ମିଳିବ ଯାହା ଫଳରେ ଆପଣଙ୍କୁ ଜୀବନରେ ଚାଲିଥିବା ମତଭେଦ କିମ୍ବା ଯେଉଁ ସ୍ବାସ୍ଥ୍ୟ ସମସ୍ଯାର ଆପଣ ସାମ୍ନା କରୁଛନ୍ତି, ସେଥିରୁ ବହରିବାରେ ସାହାଜ୍ୟ ମିଳିବ। ଏହି ଅବଧିକୁ ମକର ରାଶିର ଛାତ୍ରଙ୍କ ପାଇଁ ଫଳଦାୟୀ କୁହାଯିବ ଯାହା ପ୍ରତିଯୋଗି ପରିକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କାରଣ ଷଷ୍ଠ ଘରର ସ୍ବାମୀ ଭାବରେ ଉଦୟ ହେଉଥିବା ବୁଧ ଆପଣଙ୍କୁ ଜୀବନରେ ସଫଳତା ପ୍ରଦାନ୍ କରିବେ।
ଏହି ସମୟରେ ଆପଣଙ୍କୁ ଆର୍ଥିକ ସମସ୍ଯାରୁ ମୁକ୍ତି ମିଳିବ ଓ ଆପଣ ଲାଭ ପ୍ରାପ୍ତ କରିବେ। ଧନ ସଞ୍ଚୟ କରିପାରିବେ। ଆପଣଙ୍କର କଥା ଅନ୍ୟକୁ ପ୍ରଭାବିତ କରିପାରିବ। ଏହି ସମୟରେ ପାରିବାରିକ ଜୀବନରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ଉପାୟ: ପ୍ରତିଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ଗୋଟିଏ ପତ୍ର ସବୁଦିନ ଖାଆନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ କୁଣ୍ଡଳୀରେ, ବୁଧ ମହାରାଜ ଆପଣଙ୍କ ପଞ୍ଚମ ଏବଂ ଅଷ୍ଟମ ଘରର ସ୍ୱାମୀ ଅଟନ୍ତି ଯିଏ ଏବେ ଆପଣଙ୍କ ଲଗ୍ନ/ପ୍ରଥମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ, କୁମ୍ଭ ରାଶିରେ ବୁଧଙ୍କ ଉଦୟ ଶିକ୍ଷା, ପ୍ରେମ ଜୀବନ ଏବଂ ପରିବାର ଇତ୍ୟାଦି କ୍ଷେତ୍ର ପାଇଁ ବହୁତ ଫଳପ୍ରଦ ପ୍ରମାଣିତ ହେବ। ଯେଉଁ ଛାତ୍ରମାନେ ପୂର୍ବରୁ ପାଠପଢ଼ାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହି ସମୟ ମଧ୍ୟରେ ଆପଣ ଅନୁଭବ କରିବେ ଯେ ଏହି ସମସ୍ୟାଗୁଡ଼ିକ ଦୂର ହୋଇଯାଇଛି। ପ୍ରେମ ଜୀବନ ପୂର୍ବ ଅପେକ୍ଷା ଅଧିକ ମଧୁର ଏବଂ ପ୍ରେମମୟ ହୋଇଯିବ। ସେହି ସମୟରେ, ଏହି ରାଶିର ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କ ସହିତ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଉଥିବାର ଦେଖାଯିବ।
ଏହି ସମୟ ମଧ୍ୟରେ ଆପଣ ଭଲ ଲାଭ ପାଇବାର ଆଶା କରିପାରିବେ। କୁମ୍ଭ ରାଶିର ଲଗ୍ନରେ ବୁଧଙ୍କ ଉଦୟ ଆପଣଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ। ଅଷ୍ଟମ ଘରର ସ୍ବାମୀ ଉଦୟ ହେବା ଯୋଗୁଁ ଆପଣଙ୍କର ଜୀବନରେ ଅନିଶ୍ଚତତା ଆଣିପାରେ। କିନ୍ତୁ ବୁଧ ଦେବଙ୍କର ଦୟାଳୁ ସ୍ଵଭାବ ଆପଣଙ୍କର ଜୀବନରୁ କୌଣସି ପ୍ରକାରର ନକରାତ୍ମକ ପ୍ରଭାବକୁ ଦୂର କରିପାରେ। ଏହି ଅବଧିରେ ଆପଣ ଭଲ ଲାଭ ପ୍ରାପ୍ତ କରିପାରିବେ। କୁମ୍ଭ ରାଶିର ଲୋକଙ୍କର ଲଗ୍ନ ଘରେ ବୁଧ ଦେବଙ୍କର ଉଦୟ ହେବା ଦ୍ବାରା ସେ ଆପଣଙ୍କର ବ୍ୟାଜତିଗତ ଓ ବୃତ୍ତିଗତ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବେ। ଯେଉଁ ଲୋକଙ୍କର ସମ୍ବନ୍ଧ ଡେଟା ସାୟେନ୍ଟିସ୍ଟ, ବଙ୍କେର ଓ ବ୍ୟବସାୟ ଇତ୍ୟାଦି ସହିତ ଅଛି, ତାଙ୍କ ପାଇଁ ଏହି ସମୟ ଭଲ ରହିବ କାରଣ ବୁଧ ମହାରାଜ ଆପଣଙ୍କର ସଞ୍ଚାର କୌଶଳକୁ ଦୃଢ଼ କରିବେ ଓ ଆପଣଙ୍କୁ ଭଲ ସୁଯୋଗ ପ୍ରଦାନ କରିବେ।
ଲଗ୍ନ ଘରେ ବୁଧ ଗ୍ରହ ଉଦୟ ହେବା ସମୟରେ ଆପଣ ବିଜନେସ ପାର୍ଟନରର ସହଯୋଗର ଆଶା କରିପାରିବେ। ଏହି ରାଶିର ବିବାହିତ ଲୋକଙ୍କର ଜୀବନରେ ସୁଖ-ଶାନ୍ତି ରହିବ ଓ ପ୍ରେମ ବୃଦ୍ଧି ପାଇବ।
ଉପାୟ: ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ଦୁବ ଅର୍ପଣ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ କୁଣ୍ଡଳୀରେ, ଭଗବାନ ବୁଧ ଆପଣଙ୍କ ଚତୁର୍ଥ ଏବଂ ସପ୍ତମ ଘରର ଅଧିପତି ଅଟନ୍ତି। ବର୍ତ୍ତମାନ, ଏହା ତୁମର ଦ୍ୱାଦଶ ଘରେ ଉଦୟ ହେବାକୁ ଯାଉଛି। ଏପରି ପରିସ୍ଥିତିରେ, ଯଦି ବୁଧ ଅସ୍ତ ଅବସ୍ଥାରେ ଥିବା ସମୟରେ ଆପଣଙ୍କ ପାରିବାରିକ ଜୀବନ ଦ୍ୱନ୍ଦ୍ୱ ଏବଂ ବିବାଦରେ ପରିପୂର୍ଣ୍ଣ ଥିଲା, ତେବେ ଏବେ ବୁଧଙ୍କର କୁମ୍ଭ ରାଶିରେ ଉଦୟ ସହିତ, ଆପଣ ଆଶ୍ୱସ୍ତିର ନିଶ୍ୱାସ ନେଇପାରିବେ। ଯଦି ଆପଣଙ୍କ ମାଆ କିମ୍ବା ଜୀବନସାଥୀ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତେବେ ଏହି ସମୟ ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। କିନ୍ତୁ ତଥାପି ଆପଣଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ ଏବଂ ସେମାନଙ୍କର ଯତ୍ନ ନେବାକୁ ପଡିବ କାରଣ ବୁଧ ଆପଣଙ୍କ ଦ୍ୱାଦଶ ଘରେ ଉଦୟ ହେଉଛି।
କୁଣ୍ଡଳୀର ଦ୍ୱାଦଶ ଘର ହେଉଛି ବିଦେଶୀ ଦେଶ, ବହୁରାଷ୍ଟ୍ରୀୟ କମ୍ପାନୀ, ହସ୍ପିଟାଲ, ପୃଥକୀକରଣ ଏବଂ ଖର୍ଚ୍ଚ। ଫଳସ୍ୱରୂପ, କୁମ୍ଭ ରାଶିରେ ବୁଧ ବୃଦ୍ଧି ସମୟରେ ଅବିବାହିତ ମୀନ ରାଶିର ଜାତବ୍ୟକ୍ତିମାନେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ସହିତ ଏକ ନୂତନ ସମ୍ପର୍କରେ ପ୍ରବେଶ କରିପାରନ୍ତି। ଏହି ଲୋକଙ୍କୁ ସତର୍କ ରହିବାକୁ ହେବ କାରଣ ଆପଣଙ୍କର ଖର୍ଚ୍ଚ ଏହି ସମୟରେ ବଢ଼ିପାରେ, ବିଶେଷ କରି ମେଡିକାଲରେ ହେଉଥିବା ଖର୍ଚ୍ଚ।
ଉପାୟ: ପ୍ରତିଦୀ ଗାଈକୁ ସବୁଜ ଚାରା ଖୁଆନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
പതിവായി ചോദിക്കുന്ന ചോദ്യങ്ങൾ
1. 2025 ରେ ବୁଧ କୁମ୍ଭ ରାଶିରେ କେବେ ଉଦୟ ହେବେ?
ବୁଧ 26 ଫେବ୍ରୁୟାରୀ 2025 ରାତି 08:41 ରେ କୁମ୍ଭ ରାଶିରେ ଉଦୟ ହେବେ।
2. ବୈଦିକ ଜ୍ଯୋତିଷରେ ବୁଧ କ’ଣ ଦର୍ଶାନ୍ତି?
ବୁଧ ଗ୍ରହ ବୁଦ୍ଧିମତା, ଯୋଗାଯୋଗ ଦକ୍ଷତା, ବାଣିଜ୍ୟ, ତର୍କ ଏବଂ ବିଶ୍ଳେଷଣାତ୍ମକ କ୍ଷମତାର ପ୍ରତିନିଧିତ୍ୱ କରନ୍ତି। ଏହା ଶିକ୍ଷା, ବ୍ୟବସାୟ, ଲେଖା, ହାସ୍ୟରସ, ଗଣିତ ଏବଂ ଶିଖିବା କ୍ଷମତାକୁ ମଧ୍ୟ ପ୍ରତିନିଧିତ୍ୱ କରନ୍ତି।
3. ବୁଧଙ୍କର ଅନୁକୂଳ ସ୍ଥିତି କ’ଣ?
ମିଥୁନ କିମ୍ବା କନ୍ୟା ରାଶିରେ ବୁଧଙ୍କ ସ୍ଥିତିକୁ ଭଲ ବୋଲି ବିବେଚନା କରାଯାଏ। ଏହା ସହିତ, ଯେତେବେଳେ ତାଙ୍କ ଉପରେ ବୃହସ୍ପତି କିମ୍ବା ଶୁକ୍ର ଭଳି ଶୁଭ ଗ୍ରହଙ୍କର ଦୃଷ୍ଟି ପଡ଼େ, ସେତେବେଳେ ଏହାକୁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025