ଟାରୋ ସାପ୍ତାହିକ ରାଶିଫଳ - 23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ 2025
ଏହି ଟାରୋ ସାପ୍ତାହିକ ରାଶିଫଳ ରାଶିଚକ୍ରର ସମସ୍ତ 12 ଟି ରାଶି ପାଇଁ ଭବିଷ୍ୟବାଣୀ ପ୍ରଦାନ କରିବ। ଟାରୋ କାର୍ଡ ଏକ ପ୍ରାଚୀନ ବିଦ୍ୟା ଅଟେ ଯାହାର ଉପଯୋଗ ଭବିଷ୍ୟ ଜାଣିବା ପାଇଁ କରାଯାଏ। ଏହାର ପ୍ରୟୋଗ ପ୍ରାଚୀନ କାଳରୁ ଟାରୋ ରିଡର ଓ ରହସ୍ୟବାଦୀ ଦ୍ବାରା ଅନ୍ତର୍ଜ୍ଞାନ ପ୍ରାପ୍ତ କରିବା ଓ କୌଣସି ବିଷୟର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବହୁତ ଆସ୍ଥା ଓ ବିଶ୍ବାସ ସହିତ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସେ, ତେବେ ଟାରୋ କାର୍ଡର ଦୁନିଆ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରିବ। ବହୁତ ଲୋକ ବିଶ୍ବାସ କରନ୍ତି ଯେ ଟାରୋ ଏକ ମନୋରଞ୍ଜନର ସାଧନ ଅଟେ ଓ ଏହା ଅଧିକାଂଶ ମନୋରଞ୍ଜନ ରୂପରେ ଦେଖାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଟାରୋ ଏହି କଥା ଉପରେ ଧ୍ୟାନ ଦିଏ ଯେ ଆପଣ କେଉଁଠି ହିଲେ, ଏବେ କେଉଁଠି ଅଛନ୍ତି କିମ୍ବା କେଉଁ ସ୍ଥିତିରେ ଅଛନ୍ତି ଓ କାଲି ଆପଣଙ୍କର ସାଙ୍ଗରେ କ’ଣ ହୋଇପାରେ। ଏହା ଆପଣଙ୍କୁ ଊର୍ଜାରେ ଭରପୁର ପରିବେଶ କରିବାର ସୁଯୋଗ ଦେଇଥାଏ ଓ ନିଜର ଭବିଷ୍ୟ ପାଇଁ ଠିକ ବିକଳ୍ପ ବାଛିବା ପାଇଁ ସାହାଜ୍ୟ କରିଥାଏ। ଯେଉଁ ପ୍ରକାର ଏକ ବିଶ୍ଵସ୍ଥ କୌଣସେଲୋର ଆପଣଙ୍କୁ ନିଜ ଭିତରେ ଝାଙ୍କି ଦେଖିବାକୁ ଶିଖାଇଥାଏ, ସେହି ପ୍ରକାର ଟାରୋ ଆପଣଙ୍କୁ ନିଜର ଆତ୍ମା ସହିତ କଥା ହେବକୁ ସୁଯୋଗ ଦେଇଥାଏ।
ଆପଣଙ୍କୁ ଲାଗୁଛି କି ଯେପରି ଆପଣ ଜୀବନର ମାର୍ଗରେ ହଜି ଯାଇଛନ୍ତି ଓ ଆପଣଙ୍କୁ ଠିକ ଦିଗ କିମ୍ବା ସାହାଜ୍ୟର ସନ୍ଧାନ ଅଛି। ପ୍ରଥମେ ଆପଣ ଟାରୋର ଉପହାସ କରୁଥିଲେ କିନ୍ତୁ ଏବେ ଆପଣ ଏହାର ପ୍ରଭାବ ବିଷୟରେ ଜ୍ଞାତ ହୋଇ ସାରିଲେଣି। ଆପଣ ନିଜର ସମୟ କାଟିବା ପାଇଁ ନୂଆ ଶୌକ ଖୋଜୁଛନ୍ତି। ଏହି କାରଣରୁ ଟାରୋରେ ଲୋକଙ୍କର ଉତ୍ସୁକତା ବଢ଼ିଥାଏ।
ବର୍ଷ 2025ର ଦ୍ଵିତୀୟ ମାସ ଫେବ୍ରୁୟାରୀ ଏହି ସପ୍ତାହ ଅର୍ଥାତ ଟାରୋ ରାଶିଫଳ 23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ 2025 ନିଜ ସହିତ କ’ଣ ଆଣିବ?ଏହା ଜାଣିବା ପାଇଁ ଆମେ ଟାରୋ କାର୍ଡ ବିଷୟରେ କଥା ହେବା। ଆପଣଙ୍କୁ କହିଦେଉଛୁ ଯେ ଟାରୋର ଉତ୍ପତି ଆଜିଠାରୁ 1400 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଇଟାଲୀରେ ବର୍ଣନା କରାଯାଇଥିବା ମିଳିଥିଲା। ଆରମ୍ଭରେ ଟାରୋକୁ ତାସ ଭାବରେ ରାଜପରିବାରର ପାର୍ଟୀରେ ଖଏକା ଯାଉଥିଲା। ଟାରୋ କାର୍ଡର ବାସ୍ତବିକ ଉପଯୋଗ 16 ଶହ ଶତାବ୍ଦୀରେ ଇଉରୋପରେ କିଛି ଲୋକଙ୍କ ଦ୍ବାରା କରାଗଲା ଯେବେ ସେ ଜାଣିଲେ ଯେ 78 କାର୍ଡ ବ୍ୟବହାର କରି କିପରି ଭବିଷ୍ୟ ବିଷୟରେ କୁହାଯାଇ ପାରିବ, ସେହି ସମୟରେ ଏହାର ମହତ୍ଵ ଅନେକ ଗୁଣ ବଢ଼ିଯିବ। ମଧ୍ୟାକାଳରେ ଟାରୋକୁ ଜାଦୁ ସହିତ ଜଡ଼ିତ କରାଗଲା ଓ ଏହାର ପରିଣାମସ୍ବରୂପ ସାଧାରଣ ଲୋକ ଭବିଷ୍ୟ ବିଷୟରେ କହୁଥିବା ଏହି ବିଦ୍ୟା ଠାରୁ ଦୂରେଇ ରହିବା ଠିକ ଭାବୁଥିଲେ।
କିନ୍ତୁ ଟାରୋ କାର୍ଡର ଯାତ୍ରା ଏଠାରେ ଅଟକି ନଥିଲା ଏବଂ ଏହା କିଛି ଦଶନ୍ଧି ପଡ଼େ ପୁନର୍ବାର ସୁନାମ ଅର୍ଜନ କରିଥିଲା । ଏହା ଭବିଷ୍ୟ କହୁଥିବା ବିଜ୍ଞାନ ଭାବରେ ବିଶ୍ବରେ ମାନ୍ୟତା ପାଇଲା। ଭାରତ ସମେତ ସମଗ୍ର ବିଶ୍ୱରେ, ଭବିଷ୍ୟବାଣୀ କରୁଥିବା ଟାରୋ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ମଧ୍ୟରେ ଗଣାଯାଏ ଏବଂ ଟାରୋ କାର୍ଡ ସମ୍ମାନ ପାଇବାରେ ସଫଳ ହେଲା ।
ତେବେ ଆସନ୍ତୁ ବର୍ତ୍ତମାନ ଏହି ଟାରୋ ସାପ୍ତାହିକ ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ଫେବ୍ରୁୟାରୀ ମାସର ଚତୁର୍ଥ ସପ୍ତାହ ଅର୍ଥାତ୍ 23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ 2025 ସମସ୍ତ 12 ଟି ରାଶିର ଲୋକଙ୍କ ପାଇଁ କିପରି ହେବ?
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଟାରୋ ରାଶିଫଳ 23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ, 2025: ରାଶି ଅନୁସାରେ ରାଶିଫଳ
ମେଷ ରାଶି
ପ୍ରେମ ଜୀବନ: ଟେନ୍ ଅଫ କପ୍ସ
ଆର୍ଥିକ ଜୀବନ: କିଙ୍ଗ ଅଫ ୱାଣ୍ଡସ୍
କ୍ୟାରୀଅର: ନାଇଟ ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ସିକ୍ସ ଅଫ ପେଣ୍ଟାକଲ୍ସ
ମେଷ ରାଶିର ଲୋକଙ୍କୁ ଟାରୋ ରାଶିଫଳରେ ଟେନ୍ ଅଫ କପ୍ସ କାର୍ଡ ମିଳିଛି। ଯଦି ଆପଣ ବିବାହିତ, ତେବେ ଏହି କାର୍ଡ ବିବାହ ଓ ସମ୍ପର୍କରେ ପ୍ରତିବଦ୍ଧତାକୁ ନେଇ ଏକ ଭଲ ସଙ୍କେତ ଦେଉଛି। ଏହା ଏକ ସୋଲମେଟ କାର୍ଡ ସେଥିପାଇଁ ଏହି ସମୟରେ ଆପଣଙ୍କର ସମ୍ପର୍କରେ ସବୁ କିଛି ଭଲ ଚାଲିଛି। ଏହି କାର୍ଡ ଶାନ୍ତିପୂର୍ଣ ଓ ଖୁସିମୟ ସମ୍ପର୍କକୁ ଦର୍ଶାଏ।
କିଙ୍ଗ ଅଫ ୱାଣ୍ଡସ୍ କହୁଛି ଯେ ଆପଣ ପଇସାକୁ ଭଲ ଭାବରେ ସମ୍ଭାଳିବାରେ ସକ୍ଷମ ଅଟନ୍ତି। ଏହି ସମୟରେ ଆପଣଙ୍କର ବୃତ୍ତିଗତ ସ୍ଥିତି ସ୍ଥିର ରହିପାରେ କାରଣ ଆପଣ ପଇସା ସଞ୍ଚୟ କରିବା ସହିତ ପଇସା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହିବେ। ଏହି ସଂତୁଳାନ ଯୋଗୁଁ ଆପଣ ନିଜର ରୋଜଗାର ସଞ୍ଚୟ କରିବାରେ ସକ୍ଷମ ହେବେ। ଆପଣ ଏହି ନିୟମ ପାଳନ କରୁଛନ୍ତି। ପଇସା ସଞ୍ଚୟ ବୁଦ୍ଧିମାନ କାମ କିନ୍ତୁ ଅନ୍ୟ ଉପରେ ପଇସା ଖର୍ଚ୍ଚ କରି କୃତଜ୍ଞତା ବ୍ୟକ୍ତ କରିପାରିବେ।
ନାଇଟ ଅଫ ପେଣ୍ଟାକଲ୍ସ କାର୍ଡ କାର୍ଯ୍ୟକ୍ଷେତ୍ରରେ ମହତ୍ଵାକାଂକ୍ଷା, କିଛି କରିବା ଓ ଫୋକସକୁ ଦର୍ଶାଉଛି। ଆପଣଙ୍କର ଲକ୍ଷ ବହୁତ ଦୂରରେ ଥିଲେ ମଧ୍ୟ ଆପଣ ତାହାକୁ ପାଇବା ପାଇବ ବହୁତ ସମର୍ପିତ ଅଛନ୍ତି। ଏହି ସମୟରେ ଆପଣ କଠିନ ପରିଶ୍ରମ କରିବା ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ଅଛନ୍ତି କାରଣ ଯାହା ଆପଣ ଚାହାନ୍ତି, ତାହାକୁ ପାଇବା ପାଇଁ ଆପଣ ଯେକୌଣସି ସୀମା ଟପି ପାରିବେ। ଆପଣ ଧୀରେ ଧୀରେ କାମ କରନ୍ତି ଓ ବିଶ୍ବାସ ରଖନ୍ତୁ ଯେ କଠିନ ପରିଶ୍ରମ ଆପଣଙ୍କୁ ନିଶ୍ଚିତ ଲାଭ ଦେବ। ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କର ବସ କୁ ଦେଖାଇବାକୁ ପଡ଼ିବ ଯେ ଆପଣ ଜଣେ ବିଶ୍ଵସ୍ତ ମଣିଷ।
ସ୍ବାସ୍ଥ୍ୟ ମାମଲାରେ ସିକ୍ସ ଅଫ ପେଣ୍ଟାକଲ୍ସ କାର୍ଡ ସମ୍ପୂର୍ଣ ସ୍ବାସ୍ଥ୍ୟରେ ସୁଧାର ହେବାର ସଙ୍କେତ ଦେଉଛି । ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି କାର୍ଡର କହିବା କଥା ଯେ ଆପଣ ଯେଉଁ ରୋଗ କିମ୍ବା ସ୍ବାସ୍ଥ୍ୟ ସମସ୍ଯା ଦେଇ ଗତି କରୁଛନ୍ତି, ସେଥିରୁ ବାହାରିବ ପାଇଁ ଆପଣଙ୍କୁ ଅନ୍ୟର ସାହାଜ୍ୟ ଓ ସହଯୋଗ ନେବା ଆବଶ୍ୟକ। ଆପଣ କୌଣସି ମେଡିକାଲ ପ୍ରଫେଶନାଲଙ୍କର ମଧ୍ୟ ସାହାଜ୍ୟ ନେଇପାରିବେ।
ଶୁଭ ଅଙ୍କ: 10
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025
ବୃଷ ରାଶି
ପ୍ରେମ ଜୀବନ: ଫାଇଭ ଅଫ ୱାଣ୍ଡସ୍
ଆର୍ଥିକ ଜୀବନ: ଦ ଟାୱାର (ରିଭର୍ସ)
କ୍ୟାରୀଅର: ଦ ସ୍ଟାର
ସ୍ବାସ୍ଥ୍ୟ: ଏସ୍ ଅଫ ପେଣ୍ଟାକଲ୍ସ
ପ୍ରେମ ଜୀବନରେ ବୃଷ ରାଶିର ଲୋକଙ୍କୁ ଫାଇଭ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ବିବାଦ, ଯୁକ୍ତି ଓ ମତଭେଦ ଆଡ଼କୁ ସଙ୍କେତ କରୁଛି। ଏହି କାର୍ଡ କହୁଛି ଯେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଛୋଟ ଛୋଟ କଥାରେ ଝଗଡ଼ା ହେବ ଓ କୌଣସି କଥାକୁ ନେଇ ଅସହମତି ହେବାର ଆଶଙ୍କା ଅଛି। ଏହି ମତଭେଦ ମନରେ ଦବି ରହିଥିବା ଭାବନାର ପରିଣାମ ମଧ୍ୟ ହୋଇପାରେ।
ଆର୍ଥିକ ଜୀବନରେ ଦ ଟାୱାର (ରିଭର୍ସଡ) କହୁଛି ଯେ ଏହି ରାଶିର ଲୋକ ନିଜର ଆର୍ଥିକ ସମସ୍ଯା ରୁ ବାହାରିବାକୁ ସକ୍ଷମ ହେବେ ଓ ଯଦି ଆପଣ ଏପରି କରିବାରେ ସଫଳ ହୁଅନ୍ତି ତେବେ ଆପଣଙ୍କୁ ନିଜକୁ ଟିକେ ଆରାମ ଦେବାକୁ ପଡ଼ିବ। ଏହି କାର୍ଡ କହୁଛି ଯେ ଯଦି ଆପଣ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି ତେବେ ଆପଣଙ୍କୁ ଜୀବନର ନକରାତ୍ମକ ପରିସ୍ଥିତି କୁ ସ୍ଵୀକାର କରିବାକୁ ହେବ।
କ୍ୟାରିଅର ବିଷୟରେ କହିବାକୁ ଗଲେ, ବୃଷ ରାଶିର ଲୋକମାନେ ଆତ୍ମବିଶ୍ୱାସୀ ରହିବେ ଯେ ସେମାନଙ୍କର ସମସ୍ତ ଲକ୍ଷ୍ୟ ହାସଲ ହେବ। ଆପଣଙ୍କର ସକାରାତ୍ମକତା ନଜର ଆସିବ ଏବଂ ଏହିପରି ଭାବରେ, ଆପଣ ଆଶା କରିଥିବା ସୁଯୋଗ ପାଇବେ। ଏହା ସହିତ, ଯଦି ଆପଣ ଆପଣଙ୍କ ଚାକିରିରେ ଏକ ନୂତନ ପଦବୀ କିମ୍ବା ପଦୋନ୍ନତି ପାଇଁ ଆଶା କରୁଛନ୍ତି, ତେବେ ଏହି କାର୍ଡ ଆଶାକୁ ଜୀବିତ ରଖିବାର ମଧ୍ୟ ପ୍ରତିନିଧିତ୍ୱ କରେ। ଏହା ବ୍ୟତୀତ, ଯେଉଁ ଲୋକମାନେ ପୂର୍ବରୁ ଚ୍ୟାଲେଞ୍ଜ କିମ୍ବା କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଏବେ ଆପଣଙ୍କ ଜୀବନରେ ଶୀଘ୍ର ଶାନ୍ତି ଫେରି ଆସିବ।
ସ୍ବାସ୍ଥ୍ୟ ମାମଲାରେ ଏସ୍ ଅଫ ପେଣ୍ଟାକଲ୍ସ କାର୍ଡ ଏକ ନୂଆ ଆରମ୍ଭ ଓ ସ୍ବାସ୍ଥ୍ୟରେ ହେବାକୁ ଥିବା ସୁଧାର ଆଡ଼କୁ ସଙ୍କେତ କରୁଛି। ଏହି କାର୍ଡ କହୁଛି ଯେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ପଡ଼ିବ।
ଶୁଭ ଅଙ୍କ: 33
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025
ମିଥୁନ ରାଶି
ପ୍ରେମ ଜୀବନ:କୁଇନ ଅଫ ସ୍ୱାର୍ଡସ
ଆର୍ଥିକ ଜୀବନ: ଦ ଡେଭିଲ୍
କ୍ୟାରୀଅର: ଦ ଏମପେରର
ସ୍ବାସ୍ଥ୍ୟ: ଦ ୱାର୍ଲ୍ଡ
ମିଥୁନ ରାଶିର ଲୋକଙ୍କଊ ପ୍ରେମ ଜୀବନରେ କୁଇନ ଅଫ ସ୍ୱାର୍ଡସ କାର୍ଡ ପ୍ରାପ୍ତ ହୋଇଛି ଯାହା ଏହି କଥା ଆଡ଼କୁ ସଙ୍କେତ ଦେଉଛଇ ଯେ ଯଦି ଆପଣ କୌଣସି ମଣିଷର ମନ କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ। ଏହା ଏପରି ଏକ ସମୟକୁ ପ୍ରତିନିଧିତ୍ୱ କରେ ଯେଉଁଠାରେ ଆପଣ ଜୀବନରେ ପ୍ରେମ ବ୍ୟତୀତ ସ୍ୱାଧୀନତା ଏବଂ ସ୍ୱାବଲମ୍ବନ ଖୋଜୁଛନ୍ତି। ଯଦି ଆପଣ ସମ୍ପର୍କରେ ସ୍ପଷ୍ଟତା ଏବଂ କିଛି ନିୟମ ସ୍ଥାପନ କରିବାକୁ ଆଗ୍ରହୀ, ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡ଼ିବ।
ଅସରଠିକ ଜୀବନକୁ ଦେଖିଲେ, ଦ ଡେଭିଲ୍ କାର୍ଡ ଭବିଷ୍ୟବାଣୀ କରୁଛି ଯେ ଏହି ଲୋକ ନିଜର ଛୋଟ ଛୋଟ ଇଚ୍ଛାକୁ ପୂରଣ କରିବା କିମ୍ବା ଅଯଥା ଜିନିଷ କିଣିବାରେ ଧନ ଖର୍ଚ୍ଚ କରିବେ। କେବଳ ଏତିକି ନୁହେଁ, ଏହି ରାଶିର ଲୋକ ନିଶା, ମଦ ଇତ୍ୟାଦି ଖରାପ ଅଭ୍ଯାସ ଉପରେ ମଧ୍ୟ ପଇସା ନଷ୍ଟ କରିବେ। ଏହି କାର୍ଡ ଆପଣଙ୍କୁ ସାବଧାନ କରୁଛି ଯେ ଯଦି ଆପଣ ଏହି ଅଭ୍ଯାସକୁ ଠିକ କରୁ ନାହାନ୍ତି ତେବେ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ।
ଆପଣଙ୍କର ସଫଳ କ୍ୟାରିଅର ପଛରେ ଆପଣଙ୍କର କଠିନ ପରିଶ୍ରମ, ଦୃଢ଼ ନିଷ୍ପତ୍ତି ଏବଂ ଏକାଗ୍ରତା ରହିବ। ତଥାପି, ଦି ଏମ୍ପେରର କାର୍ଡ ଆପଣଙ୍କୁ ଚାକିରି ଖୋଜିବା କିମ୍ବା ଆପଣଙ୍କ କ୍ୟାରିଅର ରେ ଲକ୍ଷ୍ୟ ହାସଲ କରିବା ପାଇଁ ଶୃଙ୍ଖଳା ଏବଂ ଦୃଢ଼ତାର ସହିତ ଆଗକୁ ବଢ଼ିବାକୁ କହୁଛି। ଏହି ଲୋକଙ୍କ ପାଇଁ ଏହି ସମୟରେ କୌଣସି ନୂଆ ଆରମ୍ଭ କରିବା କିମ୍ବା ନୂଆ ପ୍ରକ୍ରିୟା ଲାଗୁ କରିବା ଫଳଦାୟୀ ହେବ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଦ ଡେଭିଲ୍ କାର୍ଡ ଭାବିଷ୍ୟବାଣୀ କରୁଛି ଯେ ଫେବ୍ରୁୟାରୀର ଚତୁର୍ଥ ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ। ସ୍ବାସ୍ଥ୍ୟ ପାଇଁ ଏହି ସମୟରେ ଚିନ୍ତା କରିବାର ଆବଶ୍ୟକ ନାହିଁ।
ଶୁଭ ଅଙ୍କ: 32
କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025
କର୍କଟ ରାଶି
ପ୍ରେମ ଜୀବନ: ଦ ଫୂଲ୍
ଆର୍ଥିକ ଜୀବନ: ଟୂ ଅଫ ୱାଣ୍ଡସ୍
କ୍ୟାରୀଅର: ଥ୍ରୀ ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ଦ ମୁନ
କର୍କଟ ରାଶିର ଲୋକଙ୍କ ପ୍ରେମ ଜୀବନରେ ଦ ଫୂଲ୍ କାର୍ଡ ଆସିଛି, ଯାହା ଅନୁସାରେ ଆପଣଙ୍କ ପ୍ରେମ ଜୀବନ ରୋମାଞ୍ଚକର ହେବ ଏବଂ ଏଥିରେ ପ୍ରଚୁର ରୋମାନ୍ସ ରହିବ। କିନ୍ତୁ ପାର୍ଟନରର ବ୍ୟବହାରରେ ଟିକେ ଅସ୍ଥିରତା ଦେଖିବାକୁ ମିଳିବ। ଯେଉଁ ଲୋକଙ୍କର ପ୍ରଥମରୁ ପ୍ରେମ ସମ୍ବନ୍ଧ ଚାଲିଛି, ସେ ନିଜର ପାର୍ଟନର ସହିତ ବହୁତ ଖୁସି ରହିବେ ଓ ପ୍ରେମରେ ବୁଡ଼ି ରହିବେ।
ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ କର୍କଟ ରାଶିର ଲୋକଙ୍କୁ ବୃତ୍ତିଗତ ସସ୍ତରରେ ଟୂ ଅଫ ୱାଣ୍ଡସ୍ କାର୍ଡ ମିଳିଛି। ଏହି କାର୍ଡ ଅନୁସାରେ ଆପଣଙ୍କୁ କ୍ୟାରୀଅର ଓ ବୃତ୍ତିଗତ ମାମଲାରେ ଦୀର୍ଘକଲିଂ ଲକ୍ଷ ଓ ଆକାଂକ୍ଷା ଉପରେ ବିଚାର କରିବା ଉଚିତ। ଏହି କାର୍ଡର ଏକ ସଙ୍କେତ ଏହା ଯେ ଏହି ସମୟରେ ବୃତ୍ତିଗତ ବିକାଶ ଓ ବିତ୍ତୀୟ ସ୍ଥିରତା ପାଇଁ ନିଷ୍ପତି ନେବା ଓ ଯୋଜନା କରି ଚାଲିବ ଅନୁକୂଳ ହେବ।
କ୍ୟାରିୟରରେ, ଥ୍ରୀ ଅଫ୍ ପେଣ୍ଟାକଲ୍ସ କାର୍ଡ ଦୃଢ଼ କାର୍ଯ୍ୟ ନୀତି, ପ୍ରତିବଦ୍ଧତା ଏବଂ ଇଚ୍ଛାଶକ୍ତିକୁ ପ୍ରତିନିଧିତ୍ୱ କରେ। ଯଦି ଏହି କାର୍ଡଟି ଆପଣଙ୍କ ଟାରୋ ରାଶିଫଳରେ ଦେଖାଯାଏ, ତେବେ ଏହାର ଅର୍ଥ ହେଉଛି ଯେ ଆପଣ ଆପଣଙ୍କ ଚାକିରି କିମ୍ବା ବ୍ୟବସାୟରେ କଠିନ ପରିଶ୍ରମ କରିବେ ଏବଂ ଆପଣଙ୍କର ପୂର୍ବ ସଫଳତାରୁ ଲାଭ ପାଇବେ।
କିଛି ଏପରି ଜିନିଷ ଅଛି ଯାହା ଆପଣ କଥାରେ ପ୍ରକାଶ କରି ପାରୁ ନାହାନ୍ତି କିମ୍ବା ଏହି ନକରାତ୍ମକ ଚିନ୍ତା ଆପଣଙ୍କର ଶାନ୍ତି ଭଙ୍ଗ କରୁଛି। ନିଜକୁ ଏଥିରୁ ବଞ୍ଚେଇବା ପାଇଁ ଆପଣଙ୍କୁ ଚିକିତ୍ସା କରାଇ ପାରିବେ। ଆପଣ ନିଜର ନିକଟତର ବନ୍ଧୁ, ପରିବାର ସଦସ୍ୟଙ୍କ ପାଖାପାଖି ରୁହନ୍ତୁ।
ଶୁଭ ଅଙ୍କ: 20
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025
ସିଂହ ରାଶି
ପ୍ରେମ ଜୀବନ: ସିକ୍ସ ଅଫ ସ୍ୱାର୍ଡ
ଆର୍ଥିକ ଜୀବନ: ଥ୍ରୀ ଅଫ ୱାଣ୍ଡସ୍
କ୍ୟାରୀଅର: ଏଇଟ ଅଫ ୱାଣ୍ଡସ୍
ସ୍ବାସ୍ଥ୍ୟ: କିଙ୍ଗ ଅଫ ୱାଣ୍ଡସ୍
ସିଂହ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ସିକ୍ସ ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଦର୍ଶାଉଛି ଯେ ଏକ କଠିନ ସମୟ ପରେ ଜିନିଷ ସୁଧୁରୀ ଯିବ। ପରସ୍ପରକୁ ଠିକ ହେବା, ସମ୍ପର୍କରେ ସ୍ଥିରତା ଆଣିବା ଓ ଖୋଲା ଖୋଲି ଭାବରେ କଥା ହେବାର ସୁଯୋଗ ଦିଅନ୍ତୁ। ନିଜର ସମ୍ପର୍କରେ ଆଗକୁ ବଢ଼ିବା ଓ ଦୃଢ଼ କରିବା ପାଇଁ ଏହା ଉତ୍ତମ ସମୟ।
ଏହି କାର୍ଡ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା, ଭବିଷ୍ୟତ ପାଇଁ ଯୋଜନା କରିବା ଏବଂ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ନେବାର କ୍ଷମତାକୁ ପ୍ରତିନିଧିତ୍ୱ କରେ। ଏହି କାର୍ଡ ଏହା ମଧ୍ୟ ସଙ୍କେତ ଦିଏ ଯେ ଏବେ ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବା ଆରମ୍ଭ ହୋଇ ସାରିଛି।
ଏଇଟ ଅଫ୍ ୱାଣ୍ଡସ୍ କାର୍ଡ ଦ୍ରୁତ ପ୍ରଗତିକୁ ପ୍ରତୀକ କରେ। ଏହି କାର୍ଡ ସୂଚାଇ ଦିଏ ଯେ ଆପଣଙ୍କ କ୍ୟାରିୟର ଯୋଗୁଁ ଆପଣଙ୍କ ସମ୍ପତ୍ତି ବୃଦ୍ଧି ପାଇବ, କିମ୍ବା ଆପଣଙ୍କ କ୍ୟାରିୟରରେ ମିଳୁଥିବା ସୁଯୋଗ ଆପଣଙ୍କ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ। କେବେ କେବେ ଏହି କାର୍ଡ ସଙ୍କେତ ଦିଏ ଯେ ବିଜନେସ ପାଇଁ ଆପଣଙ୍କୁ ଏହି ସପ୍ତାହରେ ଯାତ୍ରା କରିବାକୁ ପଡ଼ିପାରେ। ଯଦି ଏପରି ହୁଏ ନାହିଁ ତେବେ ଆପଣ ନିଜର କାମରେ ହେଉଥିବା ଉନ୍ନତିକୁ ଭଲ ଭାବରେ ବୁଝିପାରିବେ। ଆପଣଙ୍କୁ ଏପରି ଲାଗିବ ଯେପରି ଆପଣ ନିଜର କ୍ୟାରୀଅରରେ ବହୁତ ଶୀଘ୍ର ପ୍ରଗତି କରୁଛନ୍ତି।
ସ୍ବାସ୍ଥ୍ୟ ମାମଲାରେ କିଙ୍ଗ ଅଫ ୱାଣ୍ଡସ୍ କରଦ ଉତ୍ସାହକୁ ସଙ୍କେତ ଦେଉଛି। ଏହି କାର୍ଡ ଏହା ମଧ୍ୟ କହୁଛି ଯେ ଆପଣ ସୁସ୍ଥ ଜୀବନ ପାଇଁ ପ୍ରେରିତ ଅଛନ୍ତି।
ଶୁଭ ଅଙ୍କ: 19
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025
ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ
କନ୍ୟା ରାଶି
ପ୍ରେମ ଜୀବନ: ଦ ଏମପେରର
ଆର୍ଥିକ ଜୀବନ: ନାଇନ ଅଫ ସ୍ୱାର୍ଡସ
କ୍ୟାରୀଅର: ଟୂ ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ଫାଇଭ ଅଫ କପ୍ସ
ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, କନ୍ୟା ରାଶିର ଲୋକମାନଙ୍କୁ ଦି ଏମ୍ପେରର କାର୍ଡ ମିଳିଛି। ପ୍ରେମ ଜୀବନ ଦୃଷ୍ଟିରୁ, ଏହି କାର୍ଡଟି ବହୁତ ରୋମାଣ୍ଟିକ ନୁହେଁ ଏବଂ ଏକ ଅତ୍ୟନ୍ତ ଗମ୍ଭୀର ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରେ, କିନ୍ତୁ ତଥାପି, ଟାରୋ ରାଶିଫଳରେ ଏହି କାର୍ଡର ଦେଖାଯିବା ସହାୟକ ହୋଇପାରେ। ଏହି କାର୍ଡର କହିବା କଥା ଯେ ଆମକୁ ରୋମାନ୍ସ ଓ ସମ୍ପର୍କକୁ ବୁଝାମଣା, ଅନୁଶାସନ, ଯୋଜନା ଓ ତର୍କ ସହିତ ସମ୍ଭାଳିବା ଉଚିତ। ଯଦି ସମ୍ପର୍କ ଠିକ ସମ୍ଭାଳି ହାଉଣୀ ତେବେ ଆପଣଙ୍କ ପାଇଁ ସମସ୍ଯା ଆସିପାରେ।
ଏହି ସମୟରେ ଆପଣ ଆପଣଙ୍କର ଆର୍ଥିକ ପରିସ୍ଥିତିକୁ ନେଇ ବହୁତ ଚାପ ଏବଂ ଚାପ ଅନୁଭବ କରୁଛନ୍ତି। ନାଇନ୍ ଅଫ୍ ସ୍ୱାର୍ଡସ କାର୍ଡ ପ୍ରାୟତଃ ପରିସ୍ଥିତିକୁ ନିରପେକ୍ଷ ଭାବରେ ଦେଖିବା ପରିବର୍ତ୍ତେ ସୃଷ୍ଟି ହେଉଥିବା ଚିନ୍ତା ଏବଂ ବେଦନାକୁ ପ୍ରତିନିଧିତ୍ୱ କରେ। ଏପରି ସ୍ଥିତିରେ ଆପଣଙ୍କର ଡର ଆପଣଙ୍କର ନକରାତ୍ମକ ଚିନ୍ତାଧାରା ଯୋଗୁଁ ହେଉଥାଇ ପାରେ। ଏହି ସମୟ ଆପଣଙ୍କ ପାଇଁ କୌଣସି ଏପରି ବ୍ୟକ୍ତି ଠାରୁ ପରାମର୍ଶ ନେବା ଲାଭଦାୟକ ହେବ ଯାହାର ଦୃଷ୍ଟିକୋଣ ଆପଣଙ୍କ ଠାରୁ ଅଲଗା।
ଏହି ସପ୍ତାହଟି ଆପଣଙ୍କ ପାଇଁ ସାଧାରଣ ଅପେକ୍ଷା ଅଧିକ ବ୍ୟସ୍ତ ରହିବ ଏବଂ ଆପଣଙ୍କୁ ଏପରି କାମ କରିବାକୁ ପଡ଼ିପାରେ ଯାହା ଆପଣଙ୍କର ନୁହେଁ କିମ୍ବା ଆପଣଙ୍କୁ ଏପରି କାମ ମିଳିପାରେ ଯାହା ଆପଣଙ୍କ କ୍ୟାରିୟରରେ ଅଗ୍ରଗତିରେ ସହାୟକ ହେବ। ଅନ୍ୟ ଲୋକ ଆପଣଙ୍କ ବୁଝାମଣା ଓ କାମକୁ ସମ୍ଭାଳିବାର ଆପଣଙ୍କର କ୍ଷମତା ଦ୍ବାରା ପ୍ରଭାବିତ ହୋଇପାରେ। ଏହା କେବଳ ଏକ ଅସ୍ଥାୟୀ ସ୍ଥିତି ହେବା ଉଚିତ।
ଫାଇଭ୍ ଅଫ୍ କପ୍ସ କାର୍ଡ କହୁଛି ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ଯତ୍ନ ନେବାକୁ ପଡ଼ିବ ଏବଂ ଭାବପ୍ରବଣ ଭାବରେ ସୁସ୍ଥ ହେବାକୁ ପଡ଼ିବ। ଏହି କାର୍ଡର କହିବା କଥା ଯେ ଆପଣ କୌଣସି କ୍ଷତି କିମ୍ବା ଭାବନାତ୍ମକ ବୋଝ ତଳେ ଦାବି ହୋଇଯାଇଛନ୍ତି ଯାହାର ନକରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ପଡ଼ିପାରେ।
ଶୁଭ ଅଙ୍କ: 05
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025
ତୁଳା ରାଶି
ପ୍ରେମ ଜୀବନ: ନାଇଟ ଅଫ ସ୍ୱାର୍ଡସ
ଆର୍ଥିକ ଜୀବନ: କିଙ୍ଗ ଅଫ କପ୍ସ
କ୍ୟାରୀଅର: ପେଜ ଅଫ ୱାଣ୍ଡସ୍
ସ୍ବାସ୍ଥ୍ୟ: ଟୂ ଅଫ ୱାଣ୍ଡସ୍
ତୁଳା ରାଶି ଲୋକଙ୍କୁ ନାଇଟ ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଅନୁସାରେ ଆପଣଙ୍କ ପାଇଁ ସମ୍ପର୍କକୁ ନେଇ ପ୍ରତିବଦ୍ଧ ରହିବା କଷ୍ଟକର ହୋଇପାରେ। ଏହି ଲୋକଙ୍କଊ ଏପରି କାମ କରିବା ଉଚିତ, ଯେଉଁଥିରେ ବୁଦ୍ଧିର ବ୍ୟବହାର ହୋଇପାରିବ। ଏହି ଲୋକଙ୍କଊ ଭାବନମକ ଭାବରେ କାହାରି ନିକଟତର ହେବା କଷ୍ଟକର ହୋଇପାରେ।
ଆର୍ଥିକ ଏବଂ କ୍ୟାରିଅର କ୍ଷେତ୍ରରେ, କିଙ୍ଗ ଅଫ୍ କପ୍ସ କାର୍ଡ କହେ ଯେ ସଫଳତା ହାସଲ କରିବାକୁ ହେଲେ, ଭାବପ୍ରବଣ ଭାବରେ ଦୃଢ଼ ଏବଂ ଆଚରଣରେ ଦକ୍ଷ ହେବା ଆବଶ୍ୟକ। ଏହି କାର୍ଡର ଏହା କହିବା କଥା ଯେ ଆପଣଙ୍କୁ ନିଜର ବୃତ୍ତିଗତ ଜୀବନରେ କୌଣସଈ ବଡ଼ ଓ ବୁଦ୍ଧିମାନର ବ୍ୟକ୍ତିର ମାର୍ଗଦର୍ଶନ ମିଳିପାରେ।
ଏହି କାର୍ଡ ନୂଆ ଆରମ୍ବ, ନୂଆ ବିଜନେସ କିମ୍ବା କ୍ୟାରୀଅରର ସଙ୍କେତ ଦେଉଛି। ଏହି କାର୍ଡ ଅନୁସାରେ ଆପଣ ନୂଆ ଚାକିରି ଆରମ୍ଭ କରି ପାରନ୍ତି।
ସ୍ବାସ୍ଥ୍ୟ ମାମଲାରେ ଟୂ ଅଫ ୱାଣ୍ଡସ୍ କାର୍ଡ କହିବା କଥା ଯେ ଆପଣଙ୍କୁ ଦୀର୍ଘକାଳୀନ ଉଦ୍ଦେଶ୍ୟ ଓ ଭବିଷ୍ୟରେ ନିଜର ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ନିଷ୍ପତି ନେବା ଉଚିତ।
ଶୁଭ ଅଙ୍କ: 06
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025
ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ବିଛା ରାଶି
ପ୍ରେମ ଜୀବନ:ଦ ଲଭର୍ସ
ଆର୍ଥିକ ଜୀବନ: ନାଇନ ଅଫ କପ୍ସ
କ୍ୟାରୀଅର: ଦ ସନ
ସ୍ବାସ୍ଥ୍ୟ: ଦ ଟାୱାର
ବିଛା ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଦ ଲଭର୍ସ କାର୍ଡ ମିଳିଛି ଯାହା କି ଏକ ଶୁଭ ସଙ୍କେତ। ଏହି କାର୍ଡ ଏପରି ଊର୍ଜାକୁ ଦର୍ଶାଏ ଯାହା ସମ୍ପର୍କରେ ସନ୍ତୁଳନ ଓ ଏକତାର ପ୍ରତିନିଧିତ୍ବ କରେ। ଏହି କାର୍ଡ ଏକ ପର୍ଫେକ୍ଟ ଯୋଡ଼ିକୁ ଦର୍ଶାଏ। ଅନ୍ୟପକ୍ଷରେ, ଏହି କାର୍ଡ ପ୍ରତିବଦ୍ଧତା ଏବଂ ନିଷ୍ପତ୍ତି ନେବାର ମଧ୍ୟ ପ୍ରତୀକ, ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିପାରେ ଯେ ଆପଣ ଆପଣଙ୍କ ସାଥୀଙ୍କ ପ୍ରତି କେତେ ପ୍ରତିବଦ୍ଧ।
ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ବୃତ୍ତିଗତ ମାମଲାରେ ନାଇନ ଅଫ କପ୍ସ କାର୍ଡ ଏକ ଭଲ ସଙ୍କେତ ଅଟେ। ଏହି କାର୍ଡ ସ୍ଥିରତା, ସମୃଦ୍ଧି ଓ ସୁଖ-ସୁବିଧାକୁ ଦର୍ଶାଉଛି। ଏହି କାର୍ଡର କହିବା କଥା ଯେ ଆପଣ ନିଜର ବୃତ୍ତିଗତ ଉଦ୍ଦେଶ୍ୟ ପ୍ରାପ୍ତ କର ସାରିଛନ୍ତି ଓ ଆପଣ ନିଜର ବର୍ତ୍ତମାନର ବୃତ୍ତିଗତ ସ୍ଥିତିକୁ ନେଇ ଖୁସିକୁ ନେଇ ଖୁସି ଅଛନ୍ତି।
ସନ କାର୍ଡ ବୃତ୍ତିଗତ ଜୀବନରେ ସଫଳତା ଏବଂ ଉତ୍ସାହକୁ ପ୍ରତିନିଧିତ୍ୱ କରେ। ଅନ୍ୟ ଲୋକମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ ଏବଂ ଆପଣ ପ୍ରେରଣା ପାଇବେ। ଏହି କାର୍ଡ ପ୍ରାୟତଃ କ୍ୟାରୀଅରରେ ପଦୋନ୍ନତି କିମ୍ବା ଉଚ୍ଚ ପଦ ପାଇବାର ସଙ୍କେତ ଦେଉଛି।
ରିଭର୍ସଡ୍ ଟାୱାର ଟାରୋ କାର୍ଡ କହୁଛି ଯେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ। ଟାୱାର କାର୍ଡ ଏହା ମଧ୍ୟ ସୂଚାଇ ଦିଏ ଯେ ସ୍ୱାସ୍ଥ୍ୟ ସମସ୍ୟାକୁ ସହ୍ୟ କରିବା ଅପେକ୍ଷା ଏହାର ଚିକିତ୍ସା କରାଯିବା ଉଚିତ।
ଶୁଭ ଅଙ୍କ: 08
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025
ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ
ଧନୁ ରାଶି
ପ୍ରେମ ଜୀବନ: ଏଇଟ ଅଫ କପ୍ସ
ଆର୍ଥିକ ଜୀବନ: ଦ ଏମପ୍ରେସ
କ୍ୟାରୀଅର: ଦ ହାଇ ପ୍ରିସ୍ଟେସ
ସ୍ବାସ୍ଥ୍ୟ: କୁଇନ ଅଫ ସ୍ୱାର୍ଡସ
ଧନୁ ରାଶିର ଲୋକଙ୍କଊ ଲଭ ଲାଇଫରେ ଏଇଟ ଅଫ କପ୍ସ କାର୍ଡ ମିଳିଛି। ଏହି କାର୍ଡ ଅନୁସାରେ ଆପଣଙ୍କୁ ନିଜର ସମ୍ପର୍କ ଉପରେ ବିଚାର କରିବା ପାଇଁ ସମୟ ବାହାର କରିବାକୁ ପଡ଼ିବ। ଏହି କାର୍ଡର କହିବା କଥା ଯେ ଆପଣଙ୍କୁ ଏହି ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ ଯେ କ’ଣ ଆପଣ ସତରେ ସମ୍ପର୍କରେ ସନ୍ତୁଷ୍ଟ ଅଛନ୍ତି।
କ୍ୟାରୀଅର କିମ୍ବା ବୃତ୍ତିଗତ ଜୀବନରେ ଦ ଏମପ୍ରେସ କାର୍ଡ ଅପ୍ରାଇଟ ଆସିବା ସମୃଦ୍ଧି, ସଫଳତା ଏବଂ ଅଭିବୃଦ୍ଧିକୁ ଦର୍ଶାଏ। ଏହି ସମୟରେ ଭାବି ଚିନ୍ତି ନିବେଶ କରିବା ଆପଣଙ୍କ ପାଇଁ ଅନୁକୂଳ ରହିବ।
ଦ ହାଇ ପ୍ରିସ୍ଟେସ କାର୍ଡ ଶିକ୍ଷା କ୍ଷେତ୍ରରେ ନୂଆ ଜିନିଷ ଶିଖିବାର କ୍ଷମତା ଓ ଉଚ୍ଚ ଶିକ୍ଷାର ସୁଯୋଗକୁ ଦର୍ଶାଉଛି। ଏହି କାର୍ଡ ଆପଣଙ୍କୁ ନିଜର କ୍ୟାରୀଅରରେ ମହତ୍ୱପୂର୍ଣ ନିଷ୍ପତି ନେବା ପାଇଁ ପ୍ରେରିତ କରୁଛି ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ, କୁଇନ୍ ଅଫ୍ ସ୍ୱାର୍ଡସ କାର୍ଡ ସୂଚାଇ ଦିଏ ଯେ ଆପଣଙ୍କୁ ମନରେ ଦବି ରହିଥିବା ଭାବନା କିମ୍ବା ଆଘାତର ମୁକାବିଲା କରିବାକୁ ପଡ଼ିବ। ନକାରାତ୍ମକ ଶକ୍ତିକୁ ଦୂର କରିବା ଏବଂ ସନ୍ତୁଳନ ପାଇବା ପାଇଁ ଆପଣ ପରାମର୍ଶ କିମ୍ବା ଥେରାପିର ସାହାଯ୍ୟ ମଧ୍ୟ ନେଇପାରିବେ।
ଶୁଭ ଅଙ୍କ: 18
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025
ମକର ରାଶି
ପ୍ରେମ ଜୀବନ: ନାଇନ ଅଫ ପେଣ୍ଟାକଲ୍ସ
ଆର୍ଥିକ ଜୀବନ: ଦ ୱାର୍ଲ୍ଡ
କ୍ୟାରୀଅର: ନାଇଟ ଅଫ କପ୍ସ
ସ୍ବାସ୍ଥ୍ୟ: ଏସ୍ ଅଫ ସ୍ୱାର୍ଡସ
ଆପଣଙ୍କର ଜୀବନରେ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଓ ଆପଣଙ୍କୁ ଏବେ ପ୍ରତ୍ଯେକ ସୁଖ-ସୁବିଧା ମିଳିଛି କିମ୍ବା ଆପଣଙ୍କ ପାଖରେ ନିଜର ଆବଶ୍ୟକତା ପାଇଁ ସବୁ ଜିନିଷ ଅଛି। ଆପଣ ଏବେ କାହା ସହିତ ନାହାନ୍ତି ଓ ଆପଣଙ୍କ ପାଇଁ ଏବେ ରୋମାନ୍ସ ମହତ୍ଵପୂରଣ ନୁହେଁ। ଏବେ ଆପଣଙ୍କ ପାଖରେ ଯାହା ଅଛି ସେଥିପାଇଁ ଆପଣ କୃତଜ୍ଞ ରହିବା ଉଚିତ। ଆପଣ ଅନ୍ୟକୁ ବହୁତ ଆକର୍ଷଣୀୟ ଲାଗି ପାରନ୍ତି ସେଥିପାଇଁ ଆପଣଙ୍କର ସାଥୀକୁ ଏହି ଖୁସିକୁ ବଢ଼ାଇବା ପାଇଁ ଚେଷ୍ଟା କରିବା ଉଚିତ।
ଆର୍ଥିକ ସ୍ଥିତି ବିଷୟରେ କହିଲେ, ଆପଣ ଦ ୱାର୍ଲ୍ଡ ପାଇଛନ୍ତି ଯାହା ସୂଚିତ କରେ ଯେ ଆପଣ ଆପଣଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିବେ, ଏକ ପ୍ରମୁଖ ଆର୍ଥିକ ପ୍ରକଳ୍ପ ସମାପ୍ତ କରିବେ ଏବଂ ଆର୍ଥିକ ଭାବରେ ସ୍ଥିର ହେବେ। ଏହାର ଏହା ଅର୍ଥ ମଧ୍ୟ ହୋଇପାରେ ଯେ ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ଅଟେ ଓ ଏବେ ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିପାରେ।
ବୃତ୍ତିଗତ ଜୀବନରେ ନାଇଟ୍ ଅଫ୍ କପ୍ସ କାର୍ଡ ଭଲ ଖବର କିମ୍ବା ଅନୁକୂଳ ସୁଯୋଗକୁ ସୂଚାଇଥାଏ। ଯଦି ଆପଣ କୌଣସି ଚାକିରି କିମ୍ବା ପାଠ୍ୟକ୍ରମ ପାଇଁ ଆପଣଙ୍କ ଆବେଦନର ଅପେକ୍ଷା କରୁଛନ୍ତି, ତେବେ ଆପଣଙ୍କୁ ଏହି କାମରେ ସଫଳତା ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ହଠାତ କୌଣସି ପ୍ରସ୍ତାବ ମିଳିପାରେ।
ସ୍ବାସ୍ଥ୍ୟ ମାମଲାରେ ଅପ୍ରାଇଟ ଏସ୍ ଅଫ ସ୍ୱାର୍ଡସ କାର୍ଡ ପ୍ରେରଣା ଓ ମାନସିକ ସ୍ପଷ୍ଟତାର ଅବଧି କୁ ଦର୍ଶାଉଛି। ଏହି କାର୍ଡ ଆପଣଙ୍କୁ ସୁସ୍ଥ ପରିବର୍ତ୍ତନ କରିବା ଓ ନିଜର ସ୍ବାସ୍ଥ୍ୟ ଉପରେ ନିୟନ୍ତ୍ରଣ କରିବା ପାୟନ ପ୍ରେରଣା ଦେଉଛି। ଆପଣ ମାନସିକ ରୂପରେ ଦୃଢ଼ ହେବା ଯୋଗୁଁ ନିଜର ବ୍ୟବହାରର ଆଙ୍କଳନ କରିବା ଓ ଭାବି ଚିନ୍ତି ନିଷ୍ପତି ନେବାରେ ସକ୍ଷମ ହେବେ।
ଶୁଭ ଅଙ୍କ: 08
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025
ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧିତ ପରାମର୍ଶ
କୁମ୍ଭ ରାଶି
ପ୍ରେମ ଜୀବନ: ସ୍ଟ୍ରେଂଥ
ଆର୍ଥିକ ଜୀବନ: ଦ ସ୍ଟାର
କ୍ୟାରୀଅର: ଫାଇଭ ଅଫ ୱାଣ୍ଡସ୍
ସ୍ବାସ୍ଥ୍ୟ: ସେଭେନ ଅଫ ପେଣ୍ଟାକଲ୍ସ
ପ୍ରେମ ରାଶିଫଳରେ ସ୍ଟ୍ରେଂଥ କାର୍ଡ ମିଳିଛି ଯାହା ଦର୍ଶାଉଛି ଯେ ସମ୍ପର୍କ ଏକ ଆନ୍ତରିକ ଶକ୍ତି, ଧର୍ଯ୍ୟ ପ ପରସ୍ପରିକ ବୁଝାମଣା ଉପରେ ଆଧାରିତ। ଏହି କାର୍ଡର କହିବ କଥା ଯେ ଆପଣଙ୍କୁ ନିଜର ସମସ୍ଯାକୁ ବଳ ପରିବର୍ତ୍ତେ କରୁଣ ହୋଇ ସମ୍ଭାଳିବାକୁ ହେବ। ଏହି କାର୍ଡ ଅନୁସାରେ ଆପଣ ଦୁହିଁକର ସମ୍ପର୍କ ଗମ୍ଭୀର ଓ ଦୃଢ଼ ହେବ। ଆପଣ ଦୁହେଁ ଏକା ସାଙ୍ଗରେ ସମସ୍ଯାର ସାମ୍ନା କରିବେ।
ଦ ସ୍ଟାର କାର୍ଡ ଅନୁଯାୟୀ, ଆପଣ ଆଶାବାଦୀ ଏବଂ ବିଶ୍ୱସ୍ତ ହୋଇ ଆପଣଙ୍କର ଆର୍ଥିକ ଲକ୍ଷ୍ୟ ହାସଲ କରିପାରିବେ। ଆପଣଙ୍କ ଆର୍ଥିକ ପରିସ୍ଥିତି ଅନୁଯାୟୀ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ବର୍ତ୍ତମାନ ଯାହା ଅଛି ତାହା ପାଇଁ କୃତଜ୍ଞ କାରଣ ଏହା ଆପଣଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ।
ଫାଇଭ ଅଫ ୱାଣ୍ଡସ୍ କାର୍ଡ କାର୍ଯ୍ୟସ୍ଥଳରେ ପ୍ରତିଦ୍ଵନ୍ଦୀତା ଓ ସଂଘର୍ଷର ସଙ୍କେତ ଦେଉଛି। ଏହି କାର୍ଡ ଅନୁସାରେ ଆପଣଙ୍କୁ କିଛି ସମୟ ପାଇଁ ବୃତ୍ତିଗତ ସ୍ଥରରେ ଅସ୍ଥିରତା କିମ୍ବା ପଇସାକୁ ନେଇ ବିବାଦ ସାମ୍ନା କରିବାକୁ ମଧ୍ୟ ପଡ଼ିପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ସେଭେନ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି ଯାହା କହିବା କଥା ଯେ ଆପଣ ଦୀର୍ଘକାଳୀନ ଭାବରେ ସୁସ୍ଥ ରହିବା ପାଇଁ ସକାରାତ୍ମକ ଅଭ୍ଯାସ ଆପଣାଇ ପାରନ୍ତି। ଆପଣ ଏକାଗ୍ର ରହିପାରିବେ, ସନ୍ତୁଳିତ ଖାଦ୍ୟ ଖାଇପାରିବେ କିମ୍ବା ନିୟମିତ ବ୍ୟାୟାମ କରିପାରିବେ।
ଶୁଭ ଅଙ୍କ: 26
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମୀନ ରାଶି
ପ୍ରେମ ଜୀବନ: ଟେମ୍ପେରାନ୍ସ
ଆର୍ଥିକ ଜୀବନ: ଟୂ ଅଫ କପ୍ସ
କ୍ୟାରୀଅର: ଫୋର ଅଫ ସ୍ୱାର୍ଡସ
ସ୍ବାସ୍ଥ୍ୟ: ଏସ୍ ଅଫ ସ୍ୱାର୍ଡସ
ଏହି ସପ୍ତାହରେ, ମୀନ ରାଶିର ଲୋକମାନେ ସେମାନଙ୍କ ପ୍ରେମ ଜୀବନରେ ଟେମ୍ପେରାନ୍ସ କାର୍ଡ ପାଇଛନ୍ତି, ଯାହା ସେମାନଙ୍କୁ ପ୍ରେମ କ୍ଷେତ୍ରରେ ପାରସ୍ପରିକ ବୁଝାମଣା, ସଂଯମତା ଏବଂ ଧର୍ଯ୍ୟ ରଖି ବ୍ୟବହାର କରିବାକୁ ପରାମର୍ଶ ଦେଉଛି। ଏହା ସହିତ, ଆପଣଙ୍କ ସମ୍ପର୍କରେ ଥିବା ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଏକ ମଧ୍ୟମ ପଥ ଗ୍ରହଣ କରିବା ଉଚିତ। ଏହି କାର୍ଡ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ବିଷୟରେ ସତର୍କ ଏବଂ ଚିନ୍ତିତ ରହିବାକୁ ପରାମର୍ଶ ଦେଉଛି। ପ୍ରେମ ମାମଲାରେ ନିଜର ବ୍ୟବହାର ବିଷୟରେ ଭାବନ୍ତୁ ଏବଂ ସେହି ଦିଗଗୁଡ଼ି ବିଷୟରେ ବିଚାର କରନ୍ତୁ ଯେଉଁଠାରେ ଆପଣଙ୍କ ମନୋଭାବ, ଧାରଣା କିମ୍ବା ଚିନ୍ତାଧାରା ପ୍ରାଧାନ୍ୟ ହୋଇଛି। ଆପଣ କ’ଣ ଆପଣଙ୍କ ସାଥୀଙ୍କ ସହିତ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟବହାର କରୁଛନ୍ତି କିମ୍ବା କମ୍ କଥା ହେଉଛନ୍ତି? ଆପଣଙ୍କୁ ଥରେ ଆପଣଙ୍କ ଆଚରଣ ଉପରେ ନଜର ପକାଇବାକୁ ପଡ଼ିବ।
ଆର୍ଥିକ ଜୀବନରେ, ଟୁ ଅଫ୍ କପ୍ସ କାର୍ଡ ସନ୍ତୁଳନ ଏବଂ ନ୍ୟାୟକୁ ଦର୍ଶାଉଛି। ଏହି କାର୍ଡଟି କହୁଛି ଯେ ଆପଣଙ୍କର କର୍ତ୍ତବ୍ୟ କିମ୍ବା ଦାୟିତ୍ୱ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଅଛି ଏବଂ ଆପଣ ଆପଣଙ୍କର ଟଙ୍କା ପରିଚାଳନା କରିବାକୁ ସକ୍ଷମ ଅଟନ୍ତି।
ଏହା ସମ୍ଭବ ଯେ ଆପଣ କାମରେ ଅତ୍ୟଧିକ ବ୍ୟସ୍ତ କିମ୍ବା କାମରେ ହତାଶ ଅଛନ୍ତି। ଆପଣ କିଛି ସମୟ ଧରି କଠିନ ପରିଶ୍ରମ କରୁଛନ୍ତି ଏବଂ ଚାପ ଯୋଗୁଁ ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। ନିଜକୁ ଟିକିଏ ବିଶ୍ରାମ ଦିଅନ୍ତୁ ଏବଂ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।
ସ୍ବାସ୍ଥ୍ୟ ମାମଲାରେ ଅପ୍ରାଇଟ ଏସ୍ ଅଫ ସ୍ୱାର୍ଡସ କାର୍ଡ ପ୍ରେରଣା ଓ ମାନସିକ ସ୍ପଷ୍ଟତାର ଅବଧି ଦର୍ଶାଉଛି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି କାର୍ଡ ଆପଣଙ୍କୁ ସୁସ୍ଥ ପରିବର୍ତ୍ତନ ଆପଣାଇବା ପାଇଁ କହୁଛି। ନିଜର ସ୍ବାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେତେବେଳେ ଆପଣ ମାନସିକ ଭାବରେ ଦୃଢ଼ ହେବେ, ଆପଣ ନିଜର ଆଚରଣର ମୂଲ୍ୟାଙ୍କନ କରିପାରିବେ ଏବଂ ବୁଦ୍ଧିମାନ ନିଷ୍ପତ୍ତି ନେଇପାରିବେ।
ଶୁଭ ଅଙ୍କ: 03
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଆର୍କାନା ରେ ଟାରୋ କାର୍ଡ କିପରି ବିଭକ୍ତ ହୋଇଛି ?
ପ୍ରମୁଖ ଆର୍କାନା ରେ 22 କାର୍ଡ ଓ ମାଇନର ଆର୍କାନା ରେ 56 କାର୍ଡ ଅଛି।
2. କେଉଁ କାର୍ଡ ନୂଆ ଆରମ୍ଭକୁ ଦର୍ଶାଏ?
ଦ ଏସ୍ କାର୍ଡ ।
3. କେଉଁ କାର୍ଡ ଆର୍ଥିକ ସମୃଦ୍ଧି ଦର୍ଶାଏ?
ଟେନ୍ ଅଫ ପେଣ୍ଟାକଲ୍ସ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025