ଟାରୋ ସାପ୍ତାହିକ ରାଶିଫଳ - 02 ଫେବ୍ରୁୟାରୀ ରୁ 08 ଫେବ୍ରୁୟାରୀ 2025

ଏହି ଟାରୋ ସାପ୍ତାହିକ ରାଶିଫଳ ରାଶିଚକ୍ରର ସମସ୍ତ 12 ଟି ରାଶି ପାଇଁ ଭବିଷ୍ୟବାଣୀ ପ୍ରଦାନ କରିବ। ଟାରୋ କାର୍ଡ ଏକ ପ୍ରାଚୀନ ବିଦ୍ୟା ଅଟେ ଯାହାର ଉପଯୋଗ ଭବିଷ୍ୟ ଜାଣିବା ପାଇଁ କରାଯାଏ। ଏହାର ପ୍ରୟୋଗ ପ୍ରାଚୀନ କାଳରୁ ଟାରୋ ରିଡର ଓ ରହସ୍ୟବାଦୀ ଦ୍ବାରା ଅନ୍ତର୍ଜ୍ଞାନ ପ୍ରାପ୍ତ କରିବା ଓ କୌଣସି ବିଷୟର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବହୁତ ଆସ୍ଥା ଓ ବିଶ୍ବାସ ସହିତ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସେ, ତେବେ ଟାରୋ କାର୍ଡର ଦୁନିଆ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରିବ। ବହୁତ ଲୋକ ବିଶ୍ବାସ କରନ୍ତି ଯେ ଟାରୋ ଏକ ମନୋରଞ୍ଜନର ସାଧନ ଅଟେ ଓ ଏହା ଅଧିକାଂଶ ମନୋରଞ୍ଜନ ରୂପରେ ଦେଖାଯାଏ।

ଟାରୋ ସାପ୍ତାହିକ ରାଶିଫଳ ପଢ଼ନ୍ତୁ 02 ଫେବ୍ରୁୟାରୀ ରୁ 08 ଫେବ୍ରୁୟାରୀ 2025 ପାଇଁ

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଟାରୋ ଏହି କଥା ଉପରେ ଧ୍ୟାନ ଦିଏ ଯେ ଆପଣ କେଉଁଠି ହିଲେ, ଏବେ କେଉଁଠି ଅଛନ୍ତି କିମ୍ବା କେଉଁ ସ୍ଥିତିରେ ଅଛନ୍ତି ଓ କାଲି ଆପଣଙ୍କର ସାଙ୍ଗରେ କ’ଣ ହୋଇପାରେ। ଏହା ଆପଣଙ୍କୁ ଊର୍ଜାରେ ଭରପୁର ପରିବେଶ କରିବାର ସୁଯୋଗ ଦେଇଥାଏ ଓ ନିଜର ଭବିଷ୍ୟ ପାଇଁ ଠିକ ବିକଳ୍ପ ବାଛିବା ପାଇଁ ସାହାଜ୍ୟ କରିଥାଏ। ଯେଉଁ ପ୍ରକାର ଏକ ବିଶ୍ଵସ୍ଥ କୌଣସେଲୋର ଆପଣଙ୍କୁ ନିଜ ଭିତରେ ଝାଙ୍କି ଦେଖିବାକୁ ଶିଖାଇଥାଏ, ସେହି ପ୍ରକାର ଟାରୋ ଆପଣଙ୍କୁ ନିଜର ଆତ୍ମା ସହିତ କଥା ହେବକୁ ସୁଯୋଗ ଦେଇଥାଏ।

ଆପଣଙ୍କୁ ଲାଗୁଛି କି ଯେପରି ଆପଣ ଜୀବନର ମାର୍ଗରେ ହଜି ଯାଇଛନ୍ତି ଓ ଆପଣଙ୍କୁ ଠିକ ଦିଗ କିମ୍ବା ସାହାଜ୍ୟର ସନ୍ଧାନ ଅଛି। ପ୍ରଥମେ ଆପଣ ଟାରୋର ଉପହାସ କରୁଥିଲେ କିନ୍ତୁ ଏବେ ଆପଣ ଏହାର ପ୍ରଭାବ ବିଷୟରେ ଜ୍ଞାତ ହୋଇ ସାରିଲେଣି। ଆପଣ ନିଜର ସମୟ କାଟିବା ପାଇଁ ନୂଆ ଶୌକ ଖୋଜୁଛନ୍ତି। ଏହି କାରଣରୁ ଟାରୋରେ ଲୋକଙ୍କର ଉତ୍ସୁକତା ବଢ଼ିଥାଏ।

ବର୍ଷ 2025ର ଦ୍ଵିତୀୟ ମାସ ଫେବ୍ରୁୟାରୀ ଏହି ପ୍ରଥମ ସପ୍ତାହ ଅର୍ଥାତ ଟାରୋ ରାଶିଫଳ 02 ଫେବ୍ରୁୟାରୀ ରୁ 08 ଫେବ୍ରୁୟାରୀ 2025 ନିଜ ସହିତ କ’ଣ ଆଣିବ?ଏହା ଜାଣିବା ପାଇଁ ଆମେ ଟାରୋ କାର୍ଡ ବିଷୟରେ କଥା ହେବା। ଆପଣଙ୍କୁ କହିଦେଉଛି ଯେ ଟାରୋର ଉତ୍ପତି ଆଜିଠାରୁ 1400 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଇଟାଲୀରେ ବର୍ଣନା କରାଯାଇଥିବା ମିଳିଥିଲା। ଆରମ୍ଭରେ ଟାରୋକୁ ତାସ ଭାବରେ ରାଜପରିବାରର ପାର୍ଟୀରେ ଖଏକା ଯାଉଥିଲା। ଟାରୋ କାର୍ଡର ବାସ୍ତବିକ ଉପଯୋଗ 16 ଶହ ଶତାବ୍ଦୀରେ ଇଉରୋପରେ କିଛି ଲୋକଙ୍କ ଦ୍ବାରା କରାଗଲା ଯେବେ ସେ ଜାଣିଲେ ଯେ 78 କାର୍ଡ ବ୍ୟବହାର କରି କିପରି ଭବିଷ୍ୟ ବିଷୟରେ କୁହାଯାଇ ପାରିବ, ସେହି ସମୟରେ ଏହାର ମହତ୍ଵ ଅନେକ ଗୁଣ ବଢ଼ିଯିବ। ମଧ୍ୟାକାଳରେ ଟାରୋକୁ ଜାଦୁ ସହିତ ଜଡ଼ିତ କରାଗଲା ଓ ଏହାର ପରିଣାମସ୍ବରୂପ ସାଧାରଣ ଲୋକ ଭବିଷ୍ୟ ବିଷୟରେ କହୁଥିବା ଏହି ବିଦ୍ୟା ଠାରୁ ଦୂରେଇ ରହିବା ଠିକ ଭାବୁଥିଲେ।

କିନ୍ତୁ ଟାରୋ କାର୍ଡର ଯାତ୍ରା ଏଠାରେ ଅଟକି ନଥିଲା ଏବଂ ଏହା କିଛି ଦଶନ୍ଧି ପଡ଼େ ପୁନର୍ବାର ସୁନାମ ଅର୍ଜନ କରିଥିଲା । ଏହା ଭବିଷ୍ୟ କହୁଥିବା ବିଜ୍ଞାନ ଭାବରେ ବିଶ୍ବରେ ମାନ୍ୟତା ପାଇଲା। ଭାରତ ସମେତ ସମଗ୍ର ବିଶ୍ୱରେ, ଭବିଷ୍ୟବାଣୀ କରୁଥିବା ଟାରୋ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ମଧ୍ୟରେ ଗଣାଯାଏ ଏବଂ ଟାରୋ କାର୍ଡ ସମ୍ମାନ ପାଇବାରେ ସଫଳ ହେଲା । ତେବେ ଆସନ୍ତୁ ବର୍ତ୍ତମାନ ଏହି ସାପ୍ତାହିକ ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହ ଅର୍ଥାତ୍ 02 ଫେବ୍ରୁୟାରୀ ରୁ 08 ଫେବ୍ରୁୟାରୀ 2025 ସମସ୍ତ 12 ଟି ରାଶିର ଲୋକଙ୍କ ପାଇଁ କିପରି ହେବ?

ଟାରୋ ରାଶିଫଳ 02 ଫେବ୍ରୁୟାରୀ ରୁ 08 ଫେବ୍ରୁୟାରୀ, 2025: ରାଶି ଅନୁସାରେ ରାଶିଫଳ

ମେଷ ରାଶି

ପ୍ରେମ ଜୀବନ: କୁଇନ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଦ ସନ

କ୍ୟାରୀଅର: ଦ ହୈରୋଫେନ୍ଟ

ସ୍ବାସ୍ଥ୍ୟ: କୁଇନ ଅଫ ସ୍ୱାର୍ଡସ

ମେଷ ରାଶିର ଲୋକଙ୍କ ଆଡ଼କୁ ଲୋକ ଆକର୍ଷିତ ହେବେ। ଆପଣଙ୍କର ସାହସ ଓ ଆତ୍ମବିଶ୍ବାସ ଦ୍ବାରା ପ୍ରଭାବିତ ହୋଇ ଅନ୍ୟ ଲୋକ ଆପଣଙ୍କର ପଥ ଅନୁସରଣ କରିବେ। ଯଦି ଆପଣ ସମ୍ପର୍କରେ ଅଛନ୍ତି, ତେବେ ପାର୍ଟନର ସହିତ ସଚ୍ଚୋଟ ରହିବା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ। ଆପଣ ଦୁହିଁକର ସମ୍ପର୍କରେ ଥିବା ସତ୍ୟତା ଆପଣଙ୍କର ସମ୍ପର୍କକୁ ଦୃଢ଼ କରିବା ପାଇଁ କାମ କରିବ। ଆପଣଙ୍କୁ ସାଥୀ ସହିତ ରୋମାନ୍ସ କରିବାର ସୁଯୋଗ ମିଳିବ।

ଦ ସନ କହୁଛି ଯେ ଆର୍ଥିକ ଜୀବନରେ ଆପଣଙ୍କର ପ୍ରଦର୍ଶନ ବହୁତ ଭଲ ରହିବ କାରଣ ଏହି ସପ୍ତାହରେ ଆପଣ ଆର୍ଥିକ ଭାବରେ ଦୃଢ଼ ରହିବେ। ଏହି ଅବଧିରେ ଆପଣଙ୍କ ଦ୍ବାରା କରା ଯାଇଥିବା ବ୍ୟବସାୟରେ ବିନିଯୋଗ କିମ୍ବା ଅନ୍ୟ କୌଣସଈ ବିନିଯୋଗ ଆପଣଙ୍କୁ ଭଲ ଲାଭ ଦେବ।

ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀକ୍ୟାରୀଅର ବିଷୟରେ କହିଲେ ଆପଣଙ୍କୁ ଦ ହୈରୋଫେନ୍ଟ ମିଳିଛି ଯାହା ଦର୍ଶାଉଛି ଯେ ଆପଣ ଅନ୍ୟର ସାହାଜ୍ୟ ଓ ନିୟମ ପାଳନ କରିବା ପାଇଁ ଟୀମୱାର୍କ ସହିତ ଜରୁରୀ କଥା ପରସ୍ପର ସହିତ ବାଣ୍ଟିବେ। କାମକୁ ଭଲ କରିବା ପାଇଁ ଆପଣ ବରିଷ୍ଠ ଅଧିକାରୀଙ୍କର ସାହାଜ୍ୟ ନେବେ।

ସ୍ବାସ୍ଥ୍ୟ ପାଇଁ କୁଇନ ଅଫ ସ୍ୱାର୍ଡସ କହୁଛି ଯେ ଏହି ସପ୍ତାହରେ ଆପଣଙ୍କୁ ମାନସିକ ଚାପ କିମ୍ବା ଦବିରହିଥିବା ଭାବନା ହଠାତ୍ ପ୍ରକାଶ ପାଇବା ଯୋଗୁଁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଡାକ୍ତରଙ୍କର ପରାମର୍ଶ କରିବାକୁ ପରାମର୍ଶ ଦିଆଯାଉଛି ଯାହା ଦ୍ଵାରା ଆପଣ ଜୀବନରେ ସନ୍ତୁଳନ ବଜାୟ ରଖିପାରିବେ ଏବଂ ଚିକିତ୍ସା ସାହାଯ୍ୟରେ ସୁସ୍ଥ ହୋଇପାରିବେ।

ଶୁଭ ଦିନ: ମଙ୍ଗଳବାର

ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ପ୍ରେମ ଜୀବନ: ଫାଇଭ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଫୋର ଅଫ ପେଣ୍ଟାକଲ୍ସ

କ୍ୟାରୀଅର: କୁଇନ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ପେଜ ଅଫ ସ୍ୱାର୍ଡସ

ବୃଷ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଫାଇଭ ଅଫ ୱାଣ୍ଡସ୍ ପ୍ରାପ୍ତ ହୋଇଛି ଯାହା ସଙ୍କେତ ଦେଉଛି ଯେ ଯଦି ଆପଣ ଜୀବନରେ ଠିକ ପାର୍ଟନର ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ। ଆପଣ ସେହି ଲୋକକୁ ପାଇବାକୁ ଚାହିଁବେ ଯାହାକୁ ଆପଣ ପସନ୍ଦ କରନ୍ତି। କିନ୍ତୁ ଆପଣଙ୍କୁ ଜଣା ପଡ଼ିବ sଏହି ଲୋକ ଆପଣଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ ମଧ୍ୟ ପସନ୍ଦ ଆସିପାରି ଥାଏ।

ଯେବେ କଥା ଆସେ ଆର୍ଥିକ ଜୀବନର ତେବେ ଫୋର ଓଦ ପେଣ୍ଟାକଲ୍ସ ଆର୍ଥିକ ସ୍ଥିରତା କୁ ଦର୍ଶାଉଛି। ଏହା ବ୍ୟତୀତ, ଆପଣ ଧନ ସଞ୍ଚୟ କରିପାରିବେ ଯାହାର ଲକ୍ଷ ଅବସାରପ୍ରାପ୍ତି ହେବା ପରେ ପଇସା ସଞ୍ଚୟ କିମ୍ବା କାର କିମ୍ବା ଘର ପରି କୌଣସଈ ବାଡ଼ ଜିନିଷ କିଣିବା ପାଇଁ ହୋଇପାରିଥାଏ।

କ୍ୟାରିଅର କ୍ଷେତ୍ରରେ, ଆପଣଙ୍କୁ କୁଇନ ଅଫ ପେଣ୍ଟାକଲ୍ସ ମିଳିଛି ଯାହା ସୂଚାଇ ଦେଉଛି ଯେ ଆପଣ କର୍ମକ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ। ଏହି ବ୍ୟକ୍ତି ଆପଣଙ୍କର ବ୍ୟବସାୟିକ ଅଂଶୀଦାର, ପରାମର୍ଶଦାତା କିମ୍ବା ସହକର୍ମୀ ହୋଇପାରନ୍ତି।ଯଦି ଆପଣ ଏପରି ବ୍ୟକ୍ତିଙ୍କ ସହିତ କାମ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଏହା ଆପଣଙ୍କ କ୍ୟାରିଅର ପାଇଁ ଅତ୍ୟନ୍ତ ଫଳପ୍ରଦ ପ୍ରମାଣିତ ହେବ। ଯଦି ସେ ଆପଣଙ୍କୁ କୌଣସି ପରାମର୍ଶ ଦେଉଛନ୍ତି ତେବେ ତାହାକୁ ଶୁଣନ୍ତୁ ଓ ତାହାର ପାଳନ କରନ୍ତୁ କାରଣ ସେ ଆପଣଙ୍କୁ ଆପଣଙ୍କର ଲକ୍ଷ ପାଇବା ପାଇଁ ସାହାଜ୍ୟ କରିବେ।

ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ପେଜ ଅଫ ସ୍ୱାର୍ଡସ ଭବିଷ୍ୟବାଣୀ କରୁଛି ଯେ ଏହି ଲୋକ ନିଜର ଜୀବନରେ ମାନସିକ ସମସ୍ଯା ସାମ୍ନା କରୁଛନ୍ତି, ଓ ତାହାକୁ ସାମ୍ନା କରି ସେ ଏବେ ବାହାରକୁ ଆସିବେ। ଏହି ସମୟରେ ଆପଣ ପୁରୁଣା ରୋଗ କିମ୍ବା ଆଘାତରୁ ମୁକ୍ତି ପାଇବାକୁ ସକ୍ଷମ ହେବେ। ଆପଣ ନିଜ ଉପରେ କୌଣସି ବୋଝ ପକାନ୍ତୁ ନାହିଁ, ବରଂ ଧୀରେ ଧୀରେ ଆଗକୁ ବଢ଼ନ୍ତୁ।

ଶୁଭ ଦିନ: ଶୁକ୍ରବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ପ୍ରେମ ଜୀବନ: ଦ ଏମପେରର

ଆର୍ଥିକ ଜୀବନ: ପେଜ ଅଫ କପ୍ସ

କ୍ୟାରୀଅର: ଦ ମାଜିସିଆନ

ସ୍ବାସ୍ଥ୍ୟ: ପେଜ ଅଫ ୱାଣ୍ଡସ୍

ମିଥୁନ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଦ ଏମପେରର ମିଳିଛି ଯାହା କହୁଛି ଯେ ଯଦିଓ ଆପଣ ଜୀବନସାଥୀ ଠାରୁ ଦୂରରେ ଅଛନ୍ତି, ଆପଣ ଜୀବନସାଥୀ ସହିତ ଦୃଢ଼ ସମ୍ପର୍କ ରଖି ପାରିଛନ୍ତି। ସେ ଆପଣଙ୍କ ପ୍ରତି ଅତ୍ୟନ୍ତ ସୁରକ୍ଷାତ୍ମକ ହେବେ। ଆପଣ ଅତ୍ୟଧିକ ସମ୍ବେଦନଶୀଳ ହେବାଠାରୁ ଦୂରେଇ ରହିବା ଉଚିତ କାରଣ ଏହା ସମ୍ପର୍କକୁ ଦୁର୍ବଳ କରିପାରେ ଏବଂ ଏପରି ପରିସ୍ଥିତିରେ, ସାଥୀ ଆପଣଙ୍କଠାରୁ ତାଙ୍କ ଭାବନାକୁ ଲୁଚାଇବେ। ଏହା ବ୍ୟତୀତ, ଏମପେରର କାର୍ଡ ସ୍ଥିରତା, ସମର୍ପଣ ଏବଂ ବିଚାରକୁ ମଧ୍ୟ ସୂଚିତ କରେ।

ଆର୍ଥିକ ଜୀବନରେ ପେଜ ଅଫ କପ୍ସ କୌଣସଈ ଶୁଭ ସମାଚାର ଆଣି ଆସିଛି। କିନ୍ତୁ ତଥାପି ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲାରେ ସାବଧାନ ହୋଇ ଆଗକୁ ବଢ଼ିବା କୁ ପଡ଼ିବ ଓ ଆର୍ଥିକ ମାମଲାରେ ନିସପ୍ତି ତରବର ହୋଇ ନିଅନ୍ତୁ ନାହିଁ। ଏହି ସମୟରେ ଆପଣ ରିସ୍କ ଥିବା କାମ କରିବେ ଓ କୌଣସଈ ଜିନିଷ କିଣିବା କିମ୍ବା ବିନିଯୋଗ କରିବା ପୂର୍ବରୁ ବହୁତ ଭାବି ଚିନ୍ତି କରନ୍ତୁ। ଯଦି ଆପଣ ଯୋଜନା ପ୍ରସ୍ତୁତ କରି ଚାଲିବେ ତେବେ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ମିଥୁନ ରାଶିର ଲୋକଙ୍କ କ୍ୟାରୀଅର ପାଇଁ ଦ ମାଜିସିଆନ କୁ ସକାରାତ୍ମକ କୁହାଯିବ କାରଣ ଏହି କାର୍ଡ ଆପଣଙ୍କ ପାଇଁ ଚାକିରିରେ ସଫଳତା କିମ୍ବା ଆୟରେ ବୃଦ୍ଧିର ସୁଯୋଗ ଆସିବ। ଅନ୍ୟପକ୍ଷରେ, ଏହି କାର୍ଡ ସୂଚାଇ ଦିଏ ଯେ ଆପଣ ଆପଣଙ୍କର କ୍ଷମତାର ପୂର୍ଣ୍ଣ ବ୍ୟବହାର କରୁନାହାଁନ୍ତି।

ସ୍ବାସ୍ଥ୍ୟ ମାମଲାରେ ପେଜ ଅଫ ୱାଣ୍ଡସ୍ କହୁଛି ଯେ ଶାରୀରିକ ଭାବରେ ସକ୍ରିୟ ରହିବା ସହିତ, ଆପଣଙ୍କୁ ଆପଣଙ୍କର ମନୋଭାବକୁ ମଧ୍ୟ ସକାରାତ୍ମକ ରଖିବାକୁ ପଡ଼ିବ। ଏହି କାର୍ଡ ଅଭିବୃଦ୍ଧି ଏବଂ ପ୍ରଗତିର ଏକ ସମୟକୁ ପ୍ରତିନିଧିତ୍ୱ କରେ ଯାହା ନିଜକୁ ଫିଟ୍ ରଖିବା ପାଇଁ ଏକ ନିୟମିତ ଦିନଚର୍ଯ୍ୟା ଅନୁସରଣ କରିବା, ସୁସ୍ଥ ଖାଦ୍ୟ ଅଭ୍ୟାସ ଗ୍ରହଣ କରିବା କିମ୍ବା ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ ଜଡ଼ିତ ହୋଇପାରେ।

ଶୁଭ ଦିନ: ବୁଧବାର

କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ପ୍ରେମ ଜୀବନ: ଥ୍ରୀ ଅଫ କପ୍ସ

ଆର୍ଥିକ ଜୀବନ: ଟୂ ଅଫ କପ୍ସ

କ୍ୟାରୀଅର: ଦ ଚାରିୟଟ୍

ସ୍ବାସ୍ଥ୍ୟ: ଦ ହ୍ୟାଙ୍ଗଡ୍ ମ୍ୟାନ

ପ୍ରେମ ଜୀବନରେ କର୍କଟ ରାଶିର ଲୋକଙ୍କୁ ଥ୍ରୀ ଅଫ କପ୍ସ ମିଳିଛି ଓ ଏହା ସଙ୍କେତ ଦେଉଛି ଯେ ଯଦି ଆପଣ ସିଙ୍ଗଲ ଅଛନ୍ତି ତେବେ ଆପଣଙ୍କର ପୁରୁଣା ପ୍ରେମ ଫେରି ଆସିପାରେ। ଏହା ମଧ୍ୟ ସମ୍ଭବ ଯେ ଦୀର୍ଘ ସମୟ ଧରି ଅବିବାହିତ ରହିବା ପରେ, ଏବେ ଆପଣଙ୍କ ପାଖକୁ ଅନେକ ପ୍ରେମ ପ୍ରସ୍ତାବ ଆସିବ।

ଆର୍ଥିକ ଜୀବନରେ ଆପଣଙ୍କୁ ଟୂ ଅଫ କପ୍ସ ପ୍ରାପ୍ତ ହୋଇଛି ଯାହା ଶାନ୍ତ ଓ ବୁଝାମଣାକୁ ପ୍ରତିନିଧିତ୍ବ କରେ। ଏହି କାର୍ଡ ଭବିଷ୍ୟବାଣୀ କରୁଛି ଯେ ଆପଣଙ୍କର ଜୀବନରେ ଚାଲିଥିବା ସମସ୍ଯାର ଅନ୍ତ ହୋଇଯିବ ଓ ଆପଣଙ୍କର ଜୀବନ ପୂର୍ବପରି ଶାନ୍ତିପୂର୍ଣ ହୋଇଯିବ। ଟୂ ଅଫ କପ୍ସ ଆପଣଙ୍କ ପାଇଁ ଏକ ଚେତାବନୀ ମଧ୍ୟ ହୋଇପାରେ ଯେ ଆପଣ ଅନ୍ୟମାନଙ୍କୁ ଆଘାତ ଦେଇ କିମ୍ବା ଅନ୍ୟମାନଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଟଙ୍କା ରୋଜଗାର କରିପାରନ୍ତି।

ଦ ଚାରିୟଟ୍ କହୁଛି ଯେ କ୍ୟାରୀଅରରେ ଉନ୍ନତି ପାଇବାର ଇଚ୍ଛା ଆପଣଙ୍କୁ ଆଗକୁ ନେଇଯିବ। ଯଦି ଆପଣ ଜାଣିଛନ୍ତି ଯେ ଆପଣଙ୍କୁ କ’ଣ ଦରକାର, ତେବେ ଏହି ସମୟରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ ଚାକିରିରେ ନିଜର ଲକ୍ଷ ପାଇବା ଉପରେ ରହିବ। ଆପଣ କାମରେ ଉତ୍ସାହିତ ରହିବେ ଏବଂ ଏହିପରି, ଆପଣ ସଫଳତା ହାସଲ କରିବା ପାଇଁ ଆତ୍ମ-ନିୟନ୍ତ୍ରଣ, ପ୍ରେରଣା ଏବଂ ଶୃଙ୍ଖଳା ସହିତ କାମ କରିବା ଶିଖିବେ। ଏହା ସହିତ, ଯଦି ଆପଣ ଆପଣଙ୍କର ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କିମ୍ବା ଆପଣ କୌଣସି ଉଚ୍ଚ ପଦବୀରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ସମୟରେ ଏହା କରିପାରିବେ। ଏହା ସହିତ, କାମରୁ ବିଚଳିତ ନ ହେବା ପାଇଁ ଅଫିସ ରାଜନୀତିରୁ ଦୂରେଇ ରୁହନ୍ତୁ।

ଦ ହାଁଗେଡ ମ୍ୟାନ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ କହୁଛି ଯେ ଯେଉଁ ଲୋକ କୌଣସଈ ରୋଗରେ ପୀଡ଼ିତ ଅଛନ୍ତି ତାଙ୍କୁ ଥେରାପି ନେବାକୁ ପରାମର୍ଶ ଦିଅଯାଇଛି। ଏହାର ଅର୍ଥ ଏହା ନୁହେଁ ଯେ ଆପଣ ଚିକିତ୍ସାକୁ ଅଣଦେଖା କରିବେ ବରଂ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ଉପରେ ଧ୍ୟାନ ଦେଇ ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବାକୁ ହେବ। ଆପଣଙ୍କର ସ୍ବାସ୍ଥ୍ୟସେତେ ଶୀଘ୍ର ଭଲ ହେବ ନାହିଁ ଯେତେ ଶୀଘ୍ର ଆପଣ ଭାବିଥିବେ ସେଥିପାଇଁ ଆପଣଙ୍କୁ ନିଜକୁ ଟିକେ ସମୟ ଦେବାକୁ ପଡ଼ିବ।

ଶୁଭ ଦିନ: ସୋମବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ପ୍ରେମ ଜୀବନ: ଦ ହାଇ ପ୍ରିସ୍ଟେସ

ଆର୍ଥିକ ଜୀବନ: ଟୂ ଅଫ ପେଣ୍ଟାକଲ୍ସ

କ୍ୟାରୀଅର: ହୁଇଲ ଅଫ ଫର୍ଚୁନ

ସ୍ବାସ୍ଥ୍ୟ: ପେଜ ଅଫ ପେଣ୍ଟାକଲ୍ସ

ସିଂହ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଦ ହାଇ ପ୍ରିସ୍ଟେସ ମିଳିଛି ଓ ଏହି କାର୍ଡ ଆପଣଙ୍କର ଭାବନାରେ ପରିବର୍ତ୍ତନ ଦର୍ଶାଉଛି। ଏହି ସମୟ ମଧ୍ୟରେ, ଯଦିଓ ଆପଣ ଏକ ସାଧାରଣ ଡେଟରେ ଯାଆନ୍ତି, ଏହା ଏକ ପ୍ରେମପୂର୍ଣ୍ଣ ସାକ୍ଷାତରେ ପରିଣତ ହୋଇପାରେ। ଯଦି ଆପଣ ଶାନ୍ତ ଅଛନ୍ତି, ତେବେ ଆପଣ ନିଜର ଭାବନାକୁ ଲୁଚାଇ ପାରିବେ। ଦ ହାଇ ପ୍ରିସ୍ଟେସ କହୁଛି ଯେ ସମ୍ପର୍କରେ ଧୈର୍ଯ୍ୟ ଏବଂ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆପଣ ଦୁହେଁ ପରସ୍ପରକୁ ବିଶ୍ୱାସ କରିବା ଉଚିତ ଏବଂ ପରସ୍ପର ସହିତ ନିଜର ଗୁପ୍ତ କଥା ବାଣ୍ଟିବା ଉଚିତ।

ଟୂ ଅଫ ପେଣ୍ଟାକଲ୍ସ ଭବିଷ୍ୟବାଣୀ କରୁଛି ଯେ ଏହି ଲୋକ ଭଲ ଫଳ ପାଇବା ପାଇଁ ବହୁତ ପରିଶ୍ରମ କରିବେ। ତଥାପି, ଏହି ସପ୍ତାହରେ ଆପଣ କିଛି ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ସହିତ, ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ଯେଉଁଠାରେ ଆପଣଙ୍କୁ ଟଙ୍କା ମାମଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ। ଏହି ଅବଧିରେ ଆପଣଙ୍କୁ ଅସ୍ଥିରତା ଅନୁଭବ ହୋଇପାରେ।

କ୍ୟାରୀଅର କୁ ଦେଖିଲେ ହୁଇଲ ଅଫ ଫର୍ଚୁନ ଆପଣଙ୍କ ପାଇଁ ଚାକିରିର ସୁଯୋଗ ଆଣିପାରେ ଯେପରିକି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ କିମ୍ବା ଆପଣ ଆପଣଙ୍କର କ୍ୟାରିଅର ପରିବର୍ତ୍ତନ କରିପାରିବେ। ଏହା ବ୍ୟତୀତ, ଏହି କାର୍ଡ ସୂଚାଉଛି ଯେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଯେବେ ସ୍ବାସ୍ଥ୍ୟ ବିଷୟରେ କଥା ଆସେ ଏହି ସପ୍ତାହରେ ଆପଣ ଯବାନ ଏବଂ ସୁସ୍ଥ ଦେଖାଯିବେ। ତଥାପି, ଏହା ଆପଣ ବର୍ତ୍ତମାନ ଆରମ୍ଭ କରିଥିବା କିଛି ବ୍ୟାୟାମ ଯୋଗୁଁ ହୋଇପାରେ।

ଶୁଭ ଦିନ: ରବିବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ

କନ୍ୟା ରାଶି

ପ୍ରେମ ଜୀବନ: ଏସ୍ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଫୋର ଅଫ କପ୍ସ (ରେଭର୍ସଡ)

କ୍ୟାରୀଅର: ନାଇନ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଦ ସନ

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନୂଆ ଆରମ୍ଭ କରିବା ଦୃଷ୍ଟିରୁ ଭଲ ରହିବ ଯେପରି କି ବିବାହ, ନିର୍ବନ୍ଧ କିମ୍ବା ପରିବାର ଇତ୍ୟାଦି ଦୃଷ୍ଟିରୁ। ଏହି ଅବଧିରେ ଏହି ରାଶିର ସିଙ୍ଗଲ ଲୋକମାନେ ରିସ୍କ ନେଇ ନିଜର ମନ କଥା ସେହି ଲୋକ ଆଗରେ ପ୍ରକାଶ କରିବାକୁ ଚାହିଁବେ ଯାହାକୁ ସେ ପସନ୍ଦ କରୁଥିବେ।

ଆର୍ଥିକ ଜୀବନରେ ଫୋର ଅଫ କପ୍ସ (ରିଭାର୍ସ) ଧ୍ୟାନ ଓ ଆଗ୍ରହ ଆଡ଼କୁ ଇଙ୍ଗିତ କରୁଛି। ଏହି ଅବଧିରେ ଆପଣ ପୂର୍ବରୁ ମିଳିଥିବା ଅସନ୍ତୋଷ ସହିତ ଆଗକୁ ବଢ଼ିବେ। ଆପଣ ଆର୍ଥିକ ସ୍ଥିତି ସହିତ ବୃତ୍ତିଗତ ଜୀବନକୁ ଭଲ କରିବା ପାଇଁ ଚେଷ୍ଟା କରୁଥିବା ଦେଖାଯିବେ।

ନାଇନ ଅଫ ପେଣ୍ଟାକଲ୍ସ ଭବିଷ୍ୟବାଣୀ କରୁଛି ଯେ ଏହି ସପ୍ତାହରେ ଆପଣ ସମୃଦ୍ଧି, ସଫଳତା ଓ ଆର୍ଥିକ ଭାବରେ ଦୃଢ଼ ରହିବେ। ଏହି କାର୍ଡ ଦର୍ଶାଉଛି ଯେ ଆପଣ ଚାକିରିରେ ବହୁତ ଉନ୍ନତି ହାସଲ କରିଛନ୍ତି ଓ ଆପଣ ଅନେକ ପୁରସ୍କାର ପ୍ରାପ୍ତ କରିବାକୁ ମଧ୍ୟ ସକ୍ଷମ ହେବେ। ଏବେ ସମୟ ଆସିଛି ଯେ ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଳିବ ଓ ଆପଣ ସଫଳତାର ଆନନ୍ଦ ନେବେ।

ସ୍ବାସ୍ଥ୍ୟ ମାମଲାରେ ଦ ସନ ମିଳିଛି ଯାହା ଆପଣଙ୍କ ପାଇଁ ଶୁଭ କୁହାଯାଇଛି କାରଣ ଏହା ସୌନ୍ଦର୍ଜ୍ୟ, ଭଲ ସ୍ବାସ୍ଥ୍ୟ ଓ ଜୀବନଶକ୍ତିକୁ ମଧ୍ୟ ପ୍ରତିନିଧିତ୍ବ କରେ। ଆପଣ ବ୍ୟକ୍ତିଗତ ଜୀବନ ସହିତ ଧାର୍ମିକ ଭାବରେ ପ୍ରଗତି ହାସଲ କରିବେ।

ଶୁଭ ଦିନ: ବୁଧବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ତୁଳା ରାଶି

ପ୍ରେମ ଜୀବନ: କୁଇନ ଅଫ କପ୍ସ

ଆର୍ଥିକ ଜୀବନ: ଏଇଟ ଅଫ ପେଣ୍ଟାକଲ୍ସ

କ୍ୟାରୀଅର: ଏସ୍ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଦ ଲଭର୍ସ

ତୁଳା ରାଶିର ଲୋକଙ୍କ ପ୍ରେମ ଜୀବନ ପାଇଁ କୁଇନ ଅଫ କପ୍ସକୁ ଭଲ କୁହାଯିବ ଓ ଏହି କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣଙ୍କର ସମ୍ପର୍କ ଭାବନାତ୍ମକ ଭାବରେ ସ୍ଥିର ରହିବ, ଇଚ୍ଛା ପୂରଣ ହେବ ଓ ଖୁଶି ରହିବ। କିନ୍ତୁ, ଆପଣଙ୍କ ସମ୍ପର୍କର ସଫଳତା ନିର୍ଭର କରେ ଯେ ଆପଣ ଆପଣଙ୍କ ସାଥୀଙ୍କ ପ୍ରତି କେତେ ସଚ୍ଚୋଟ ଏବଂ ତାଙ୍କ ପ୍ରତି କିପରି ଅନୁଭବ କରନ୍ତି।

ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଆପଣ ଏଇଟ ଅଫ ପେଣ୍ଟାକଲ୍ସ ପ୍ରାପ୍ତ କରିଛନ୍ତି ଯାହା ଦର୍ଶାଉଛି ଯେ ଚାକିରିରେ ଆପଣଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଟଙ୍କା ମାଧ୍ୟମରେ ପୁରସ୍କୃତ ହୋଇପାରେ। ଯଦି ଆପଣ ଟଙ୍କାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ଆର୍ଥିକ ସ୍ଥିରତା ହାସଲ କରିପାରିବେ ଏବଂ ଆର୍ଥିକ ଭାବରେ ସୁରକ୍ଷିତ ମଧ୍ୟ ହୋଇପାରିବେ। ଏପରି ପରିସ୍ଥିତିରେ, ଆପଣ ପରିସ୍ଥିତିଗୁଡ଼ିକ ଆପଣଙ୍କ ପାଇଁ କେତେ କଷ୍ଟକର ଥିଲା ତାହା ମନେ ପକାଇ ଏବଂ ସେଗୁଡ଼ିକୁ ପରାସ୍ତ କରି, ଆପଣ ଜୀବନରେ ସଫଳତାର ଉତ୍ସବ ପାଳନ କରୁଥିବାର ଦେଖାଯାଇପାରନ୍ତି। ଏହା ସହିତ, ଆପଣ ନିଜ ଉପରେ ଗର୍ବ କରିପାରିବେ।

କ୍ୟାରୀଅରରେ ଆପଣଙ୍କୁ ଏସ୍ ଅଫ ପେଣ୍ଟାକଲ୍ସ ମିଳିଛି ଯାହା ଚାକିରିରେ ପ୍ରଗତିର ନୂଆ ସୁଯୋଗ ଦର୍ଶାଉଛି। ଏହି ସମୟରେ ଆପଣଙ୍କୁ ପ୍ରୋମୋସନ, ଚାକିରିର ଅଫର୍ କିମ୍ବା ନିଜର କମ୍ପାନୀ ଆରମ୍ଭ କରିବାର ସୁଯୋଗ ମିଳିପାରେ।

ଦ ଲଭର କାର୍ଡ କହୁଛି ଯେ ତୁଳା ରାଶିର ଯେଉଁ ଲୋକ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରୁଛନ୍ତି ତାଙ୍କୁ ଏହି ରୋଗରୁ ବାହାରିବ ପାଇଁ କୌଣସଈ ବ୍ୟକ୍ତିର ସାହାଜ୍ୟ ଦରକାର ହେବ। ଆପଣଙ୍କୁ ନିଜର ସ୍ବାସ୍ଥ୍ୟକୁ ନେଇ ଅନେକ ମହତ୍ଵପୂର୍ଣ ନିଷ୍ପତି ନେବାକୁ ପଡ଼ିପାରେ ଯେପରି କି ନିଜର ମନ କଥା ଶୁଣିବ କିମ୍ବା ଧ୍ୟାନ କରିବା।

ଶୁଭ ଦିନ: ଶୁକ୍ରବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ବିଛା ରାଶି

ପ୍ରେମ ଜୀବନ: ଫୋର ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ନାଇନ ଅଫ ସ୍ୱାର୍ଡସ (ରେଭର୍ସଡ)

କ୍ୟାରୀଅର: ସ୍ଟ୍ରେଂଥ

ସ୍ବାସ୍ଥ୍ୟ: ଦ ଏମପ୍ରେସ

ବିଛା ରାଶିର ଲୋକଙ୍କଊ ପ୍ରେମ ଜୀବନରେ ଫୋର ଅଫ ୱାଣ୍ଡସ୍ ମିଳିଛି ଯାହା ପରସ୍ପରିକ ବୁଝାମଣା , ସମର୍ଥନ ଓ ବିଶ୍ବାସକୁ ଦର୍ଶାଏ। ଆପଣଙ୍କ ପାଇଁ ଏହି ସପ୍ତାହ ଖୁସିରେ ଭରପୂର୍ଣ ରହିବ ଓ ଆପଣ ସମ୍ପର୍କରେ ଖୁସି ଦେଖାଯିବେ। ଏହି ରାଶିର ଯେଉଁ ଲୋକ ସିଙ୍ଗଲ ଅଛନ୍ତି ତାଙ୍କୁ କୌଣସି ପ୍ରେମ ପ୍ରସ୍ତାବ ମିଳିପାରେ।

ଆର୍ଥିକ ଜୀବନରେ ନାଇନ ଅଫ ସ୍ୱାର୍ଡସ (ରିଭାର୍ସ) କହୁଛି ଯେ ଧନ ସହିତ ଜଡ଼ିତ ମାମଲାକୁ ନେଇ କେବେ କେବେ ଆପଣଙ୍କୁ ଚାପ ସାମ୍ନା କରିବାକୁ ପଡ଼ିପାରେ ଯେଉଁ କାରଣରୁ ଆପଣଙ୍କୁ ସୁଧୁରୁଥିବା କିମ୍ବା ଖରାପ ହେଉଥିବା ଆର୍ଥିକ ସ୍ଥିତି ଦେଖିବାକୁ ମିଳିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଆପଣଙ୍କର ଆର୍ଥିକ ପରିସ୍ଥିତିର ବାସ୍ତବତା ଦେଖିବା ଶିଖିବାକୁ ପଡ଼ିବ। ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଅଛି, ତେବେ ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇପାରିବେ।

କ୍ୟାରିୟର ବିଷୟରେ କହିବାକୁ ଗଲେ, ସ୍ଟ୍ରେଂଥ କାର୍ଡ ଆସିବା ସୂଚାଇ ଦେଉଛି ଯେ ଏହି ସପ୍ତାହରେ ଆପଣ ଆପଣଙ୍କର ଶକ୍ତି ବିଷୟରେ ଜାଣିପାରିବେ। ଏହା ସମ୍ଭବ ଯେ ଆପଣ ପୂର୍ବରୁ ଜଣେ ପ୍ରତିଭାଶାଳି ବ୍ୟକ୍ତି, ଆପଣଙ୍କୁ କେବଳ ଆତ୍ମବିଶ୍ୱାସର ଆବଶ୍ୟକତା ଅଛି। ଯଦି ଆପଣ ପଦୋନ୍ନତି ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡ଼ିବ। ଆପଣଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ହେଲେ ଆପଣଙ୍କୁ ରିସ୍କ ନେବାକୁ ପଡ଼ିବ। ଯଦି ଆପଣ ନିଜର କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଜକୁ ଉତ୍ସାହିତ କରନ୍ତୁ।

ଦ ଏମପ୍ରେସ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ କହୁଛି ଓ ନିଜର ଭାବନାକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଉଛି। ଏହି କାର୍ଡ କହୁଛି ଯେ ଏହି ଭାବନାତ୍ମକ ଅସନ୍ତୁଳନ ଯୋଗୁଁ ଆପଣଙ୍କୁ ସୁସ୍ଥତା, ନିରାଶ ହେବା, ଅଧିକ ଖାଇବା କିମ୍ବା ଅଳସୁଆମୀ ହଇରାଣ କରିପାରେ। ଆପଣଙ୍କୁ ବ୍ୟାୟାମ ସହିତ ଏହି ପ୍ରକାର କାମ କରିବା ଉଚିତ ଯେଉଁଥିରୁ ଆପଣଙ୍କୁ ସନ୍ତୋଷ ମିଳିବ।

ଶୁଭ ଦିନ: ମଙ୍ଗଳବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ

ଧନୁ ରାଶି

ପ୍ରେମ ଜୀବନ: ପେଜ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଦ ଡେଭିଲ୍ (ରେଭର୍ସଡ)

କ୍ୟାରୀଅର: ଟେମ୍ପେରେନ୍ସ(ରିଭର୍ସଡ)

ସ୍ବାସ୍ଥ୍ୟ: ଟୂ ଅଫ କପ୍ସ

ଧନୁ ରାଶିର ଲୋକଙ୍କ ପ୍ରେମ ଜୀବନରେ ପେଜ ଅଫ ୱାଣ୍ଡସ୍ ଆସିଛି ଓ ଏହା ଦର୍ଶାଉଛି ଯେ ଯଦି ଆପଣ ସିଂଗଲ ଅଛନ୍ତି ତେବେ ଆପଣ ନୂଆ ନୂଆ ଲୋକଙ୍କ ସହିତ ମିଶିବେ ଓ ଏକ ନୂଆ ଯାତ୍ରା ଆରମ୍ଭ କରିବେ। ଏହି ଅବଧିରେ ଆପଣଙ୍କୁ ସନ୍ତୋଷ ମିଳିବ। ଯଦି ଆପଣ କାହା ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ଯା ଆସିପାରେ। ଏହି ଅବଧିରେ ଦମ୍ପତିଙ୍କ ପାଇଁ ନୂଆ ନୂଆ ଜିନିଷ କରିବା ଓ ନୂଆ ଜିନିଷ ଶିଖିବା ସମ୍ଭବ ହେବ।

ଆର୍ଥିକ ଜୀବନର ଦ ଦେବିଳ (ରିଭାର୍ସ) ଆପଣଙ୍କୁ ଧନ ସହିତ ଜଡ଼ିତ ସତର୍କତା ଅବଲମ୍ବନ କରିବାକୁ କହୁଛି ଓ ଅଯଥା ଖର୍ଚ୍ଚ ନ କରିବାକୁ କହୁଛି। ଏହି ଲୋକଙ୍କୁ ଋଣ ସୁଝିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ସହିତ, ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ତଥାପି, ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ କାରଣ ଏହି ସପ୍ତାହରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆପଣ ଦେବାଳିଆ ଅବସ୍ଥାରେ ମଧ୍ୟ ପଡ଼ିପାରନ୍ତି।

କ୍ୟାରୀଅର କ୍ଷେତ୍ରରେ ଟେମ୍ପରେସ (ରିଭାର୍ସ ) ଆସିବା ଚାକିରିରେ ଅସନ୍ତୁଳନ କିମ୍ବା ସମସ୍ଯାଆଡ଼କୁ ଇଙ୍ଗିତ କରୁଛି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ ଯେଉଁ କାରଣରୁ ଆପଣଙ୍କୁ ଅଧିକ କାମ କରିବାକୁ ପଡ଼ିପାରେ କିମ୍ବା କାମରେ ପ୍ରଦର୍ଶନ ଖରାପ ହୋଇପାରେ। ଆପଣଙ୍କୁ ଶାନ୍ତ ରହି ପରିସ୍ଥିତି ବିଷୟରେ ଭାବି ପୁନର୍ବାର ନିଜ କ୍ଷମତା ଅନୁସାରେ କାମ କରିବା ଉଚିତ।

ସ୍ବାସ୍ଥ୍ୟ ବିଷୟରେ କହିଲେ ଟୂ ଅଫ କପ୍ସ ଅନୁକୂଳ ଅବଧି ଆଡ଼କୁ ଇଙ୍ଗିତ କରୁଛି। ଯଦି ଆପଣ କୌଣସି ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ଏବେ ଆପଣ ଏଥିରୁ ବାହାରି ଆସି ସୁସ୍ଥ ହୋଇପାରିବେ। ତଥାପି, ଦୈନନ୍ଦିନ ଜୀବନର ଚାପ ବେଳେ ବେଳେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ କିମ୍ବା ଦୀର୍ଘକାଳୀନ ଅବସ୍ଥାକୁ ଆହୁରି ଖରାପ କରିପାରେ।

ଶୁଭ ଦିନ: ଗୁରୁବାର

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ପ୍ରେମ ଜୀବନ: ଦ ଏମପ୍ରେସ

ଆର୍ଥିକ ଜୀବନ: ଦ ସ୍ଟାର

କ୍ୟାରୀଅର: ଥ୍ରୀ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ସ୍ଟ୍ରେଂଥ (ରିଭାର୍ସଡ)

ମକର ରାଶିର ଯେଉଁ ଲୋକ ପ୍ରଥମରୁ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପାଇଁ, ଦ ଏମପ୍ରେସ କାର୍ଡ ଏକ ଉତ୍ସର୍ଗୀକୃତ ଏବଂ ପ୍ରେମପୂର୍ଣ୍ଣ ସମ୍ପର୍କକୁ ସୂଚିତ କରନ୍ତି। ଏହା ସହିତ, ଏହି କାର୍ଡଟି ଏକ ସଫଳ ସମ୍ପର୍କକୁ ସୂଚିତ କରେ। ଏହି ରାଶିର ଲୋକମାନେ ରୋମାଣ୍ଟିକ ମୁହୂର୍ତ୍ତର ମଜା ନେଉଥିବାର ଦେଖାଯିବେ। ସେହି ସମୟରେ, ଏହି ରାଶିର ମହିଳାମାନେ ଗର୍ଭଧାରଣ କରିପାରିବେ।

ଦି ଷ୍ଟାର ଭବିଷ୍ୟବାଣୀ କରିଛି ଯେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଏବେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିପାରିବେ। ଏହା ସହିତ, ଏହି ସପ୍ତାହରେ ଆପଣଙ୍କ ଟଙ୍କା ସଠିକ୍ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବେ ଏବଂ ଏହି ସମୟ ଟଙ୍କା ନିବେଶ ପାଇଁ ଅନୁକୂଳ ହେବ।

କ୍ୟାରୀଅର ରେ ଥ୍ରୀ ଅଫ ପେଣ୍ଟାକଲ୍ସ କାର୍ଯ୍ୟରେ ସମର୍ପଣ ଓ ଦୃଢ଼ତାକୁ ପ୍ରତିନିଧିତ୍ବ କରେ। ତାହା ବ୍ୟବସାୟ ହେଉ କିମ୍ବା ଚାକିରି, ଆପଣ ଦୁଇଟି ଯାକରେ କଠିନ ପରିଶ୍ରମ କରିବେ। ଆପଣ ସଫଳତା ପ୍ରାପ୍ତ କରିବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ ମାମଲାରେ ସ୍ତରେଗଠ (ରିଭାର୍ସ) ଖରାପ ଅଭ୍ଯାସ ଓ ଆତ୍ମ-ନିୟନ୍ତ୍ରଣର ଅଭାବ ଆଡ଼କୁ ଇଙ୍ଗିତ କରୁଛି ଯେଉଁ କାରଣରୁ ଆପଣଙ୍କୁ ଶାରୀରିକ ଓ ମାନସିକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।

ଶୁଭ ଦିନ: ଶନିବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧିତ ପରାମର୍ଶ

କୁମ୍ଭ ରାଶି

ପ୍ରେମ ଜୀବନ: ଟୂ ଅଫ ସ୍ୱାର୍ଡସ

ଆର୍ଥିକ ଜୀବନ: ଏଇଟ ଅଫ ସ୍ୱାର୍ଡସ

କ୍ୟାରୀଅର: ଫୋର ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଫାଇଭ ଅଫ କପ୍ସ (ରିଭାର୍ସଡ)

କୁମ୍ଭ ରାଶିର ଲୋକଙ୍କ ପ୍ରେମ ଜୀବନରେ ଟୂ ଅଫ ସ୍ୱାର୍ଡସ କାର୍ଡ ମିଳିଛି। ଏହି କାର୍ଡ ଭବିଷ୍ୟବାଣୀ କରୁଛି ଯେ ଯଦି ଆପଣ ସିଂଗଲ ଅଛନ୍ତି ତେବେ ରୋମାନ୍ଟିକ ଲାଇଫର ଆନନ୍ଦ ନେବାରେ ବିଫଳ ହେବେ। ଆପଣଙ୍କୁ ପ୍ରେମକୁ ଦୁଇଟି ପ୍ରସ୍ତାବରୁ ଗୋଟିଏ ବାଛିବାକୁ ପଡ଼ିବ। ଆପଣ ନିଷ୍ପତି ନେବାରୁ ଦୂରେଇ ରହିପାରନ୍ତି।

ଆର୍ଥିକ ଜୀବନରେ ଏଇଟ ଅଫ ସ୍ୱାର୍ଡସ କହୁଛି ଯେ ଧନ ସହିତ ଜଡ଼ିତ ମାମଲା କିମ୍ବା ଆର୍ଥିକ ସମସ୍ଯାରେ ଫାଶୀ ଯାଇ ପାରନ୍ତି। ସମ୍ଭାବନା ଅଛି ଯେ ଆପଣଙ୍କୁ ଏଥିରୁ ବାହାରକୁ ଆସିବା ପାଇଁ କୌଣସି ରାସ୍ତା ଦେଖାଯିବ ନାହିଁ କାରଣ ଆପଣଙ୍କ ପଖରେ କୌଣସଈ ବିକଳ୍ପ ନଥିବ। ଏହି କାର୍ଡ ଏହା ମଧ୍ୟ ସଙ୍କେତ ଦେଉଛି ଯେ ଆପଣଙ୍କର ଆର୍ଥିକ ଜୀବନର ଡୋର ଏବେ ଆପଣଙ୍କ ହାତରେ।

କ୍ୟାରୀଅର ରେ ଫୋର ଅଫ ପେଣ୍ଟାକଲ୍ସ କହୁଛି ଯେ ଆପଣ କାର୍ଯ୍ୟକ୍ଷେତ୍ରରେ ବହୁ ପରିମାଣରେ ସ୍ଥିରତା ହାସଲ କରିବେ। ସମ୍ଭାବନା ଅଛି ଯେ ଆପଣ ନିଜର ପଦକୁ ନେଇ ଟିକେ କନଫିଉଜ ହୋଇ ପାରନ୍ତି ଯେଉଁଥିପାଇଁ ଚାକିରିରେ କିଛି ସମସ୍ଯା ଆସିପାରେ। ଆପଣ ଅସହଜ ଓ ବିଚଳିତ ଦେଖାଯିବେ ଯାହାର ପ୍ରଭାବ ଆପଣଙ୍କର କାମ ଉପରେ ପଡ଼ିବ।

ସ୍ବାସ୍ଥ୍ୟକୁ ଦେଖିଲେ ଫାଇଭ ଅଫ ପେଣ୍ଟାକଲ୍ସ (ରିଭାର୍ସ) କହୁଛି ଯେ ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅତୀତର ଖରାପ ଅନୁଭବକୁ ଭୂଲିବାକୁ ହେବ ଯାହା ଆପଣଙ୍କୁ ହଇରାଣ କରୁଛି। ଆପଣଙ୍କ ପାଇଁ ଏହି ନକରାତ୍ମକ ବିଚାର କୁ ତ୍ୟାଗ କରିବା ଫଳଦାୟୀ ହେବ।

ଶୁଭ ଦିନ: ଶନିବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ମୀନ ରାଶି

ପ୍ରେମ ଜୀବନ: ପେଜ ଅଫ କପ୍ସ

ଆର୍ଥିକ ଜୀବନ: ଦ ମୂନ

କ୍ୟାରୀଅର: ଥ୍ରୀ ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: ସିକ୍ସ ଅଫ ସ୍ୱାର୍ଡସ (ରିଭାର୍ସଡ)

ମୀନ ରାଶିର ଲୋନକ ପାଇଁ ପେଜ ଅଫ କପ୍ସ ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଶୁଭ କୁହାଯିବ। ଯେଉଁ ଲୋକ ପ୍ରଥମରୁ ସମପଡ଼କରେ ଅଛନ୍ତି, ତାଙ୍କ ପାଇଁ ଏହି ଅବଧି ପ୍ରେମ ପ୍ରସ୍ତାବ, ଗର୍ଭଧାରଣ କିମ୍ବା ବିବାହର ସୁଯୋଗ ଆଣି ଆସିବ। ସାଙ୍ଗରେ, ଏହି ସମୟ ଆପଣଙ୍କୁ ନିଜର ଭାବନାକୁ ସ୍ଵୀକାର କରିବା ପାଇଁ ଓ ନିଜର ଫୀଲିଂସ୍ କୁ ପ୍ରକାଶ କରିବା ପାଇଁ ପ୍ରେରିତ କରିବ।

ଆର୍ଥିକ ଜୀବନରେ ଦ ମୁନ ଆପଣଙ୍କୁ ଶୀଘ୍ର ଧନ ସହିତ ନିଷ୍ପତି ନେବା କିମ୍ବା କୌଣସଈ ବିନିଯୋଗ କରିବା ଠାରୁ ଦୂରେଇ ରହିବାକୁ କହୁଛି। ଆପଣଙ୍କୁ ପଇସା ସମ୍ବନ୍ଧିତ କୌଣସି ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରିବାକୁ ହେବ ଓ ତାହା ପଡ଼େ ଆଗକୁ ବଢ଼ନ୍ତୁ। ସାଙ୍ଗରେ, ଧନକୁ ବହୁତ ଧ୍ୟାନରେ ସମ୍ଭାଳିବାକୁ ପଡ଼ିବ ଓ ଯଦି ଆପଣ କାହାକୁ ଜାଣି ନାହାନ୍ତି ତେବେ ତାଙ୍କୁ ଉଧାର ଦିଅନ୍ତୁ ନାହିଁ।

କ୍ୟାରୀଅର କ୍ଷେତ୍ରରେ ଥ୍ରୀ ଅଫ ୱାଣ୍ଡସ୍ ଜୀବନର ସମସ୍ତ କ୍ଷେତ୍ରରୁ ମିଳିବାକୁ ଥିବା ଅନୁଭବର ପ୍ରତିନିଧିତ୍ବ କରେ। ଏହି ସ୍ଥିତିକୁ ଆପଣଙ୍କ ପାଇଁ ଭଲ କୁହାଯିବ ଓ ଏପରି ସଥିୟତିରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିପାରେ। ଆପଣ ବିଦେଶରେ କ୍ୟାରୀଅରର ଆରମ୍ଭ କରି ପାରନ୍ତି କିମ୍ବା ବିଜନେସ ମାମଲାରେ ଯାତ୍ରା କରିବାକୁ ପଡ଼ିପାରେ।

ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କୁ ସିକ୍ସ ଅଫ ସ୍ୱାର୍ଡସ (ରିଭାର୍ସ) ମିଳିଛି ଯାହା କହୁଛି ଯେ ମୀନ ରାଶିର ଲୋକ ଏହି ସପ୍ତାହରେ କୌଣସି ଏପରି ରୋଗର ଶିକାର ହୋଇ ପାରନ୍ତି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କୁ ହଇରାଣ କରିବ କିମ୍ବା କୌଣସଈ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଆପଣ ରୋଗ ସହିତ ଲଢ଼ିବାରେ ସକ୍ଷମ ହେବେ କିନ୍ତୁ ତଥାପି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।

ଶୁଭ ଦିନ: ଗୁରୁବାର

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. କେଉଁ ଟାରୋ କାର୍ଡ ସବୁଠାରୁ ଅଧିକ ସମସ୍ଯା ଦିଏ?

ଡେଥ ଓ ଦ ଟାୱାର କାର୍ଡ।

2. କେଉଁ କାର୍ଡ ସୁଯୋଗ କୁ ଦର୍ଶାଏ?

ପେଜ ଅଫ ୱାଣ୍ଡସ୍ ଓ ପେଜ ଅଫ ପେଣ୍ଟାକଲ୍ସ ।

3. ଟାରୋର ଗୋଟିଏ ଡେକରେ କେତେ କାର୍ଡ ଥାଏ?

ଚଉଦତି କାର୍ଡ (14)

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer