ପ୍ରେମ ରାଶିଫଳ 2025

ପ୍ରେମ ଏକ ବହୁତ ଭଲ ଅନୁଭବ ଯାହାର ସ୍ପର୍ଶ ସମସ୍ତକୁ ହୋଇଥାଏ। ଏବେ ଯେବେ ନୂଆ ବର୍ଷ ଆରମ୍ଭ ହିସାରିଛି ଆମ ମନରେ ପ୍ରେମ ସମ୍ବନ୍ଧିତ ଅନେକ ପ୍ରଶ୍ନ ଅବଶ୍ୟ ଆସୁଛି। ଯେପରି କ’ଣ ଏହି ବର୍ଷ ମୋର ଜୀବନରେ ପ୍ରେମ ଆସିବ କିମ୍ବା ଆହୁରି ଅପେକ୍ଷା କରିବା ପାଇଁ ପଡ଼ିବ? ପ୍ରେମ ଜୀବନର ସମସ୍ଯାର ଅନ୍ତ କେବେ ହେବ? ଆପଣଙ୍କର ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ପ୍ରସ୍ତୁତ କରିଛୁ ପ୍ରେମ ରାଶିଫଳ 2025 ର ଏହି ବିଶେଷ ଲେଖା।
ପଢ଼ନ୍ତୁ ପ୍ରେମ ରାଶିଫଳ 2025 ଓ ଜାଣନ୍ତୁ ବର୍ଷ 2025ରେ ଆପଣଙ୍କର ପ୍ରେମ ଜୀବନ କିପରି ରହିବ!

हिंदी में पढ़ने के लिए यहां क्लिक करें: प्रेम राशिफल 2025

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆଗକୁ ବଢ଼ିବା ଆଗରୁ ଆପଣଙ୍କର ସୂଚନା ପାଇଁ କହିଦେଉଛୁ ଯେ ଆମର ଏହି ବିଶେଷ ଲେଖା ବୈଦିକ ଜ୍ଯୋତିଷଶାସ୍ତ୍ର ଉପରେ ଆଧାରିତ ଓ ଆମର ବିଦ୍ବାମ ଜ୍ଯୋତିଷଙ୍କ ଦ୍ବାରା ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଚଳନ, ସ୍ଥିତି, ଗୋଚର ଇତ୍ୟାଦିକୁ ଧ୍ୟାନ ରଖି ପ୍ରସ୍ତୁତ କରାଯାଇଛି। ଏବେ ଆସନ୍ତୁ ଜାଣିବା ମେଷ ରାଶିଋ ଆରମ୍ଭ କରି ମୀନ ରାଶି ଲୋକଙ୍କ ପାଇଁ ନୂଆ ବର୍ଷ ପ୍ରେମ ପାଇଁ କିପରି ରହିବ ଓ କେଉଁ ସମସ୍ଯା ସବୁ ଆଣିବ?

Read in English: Love Horoscope 2025

2025 ପାଇଁ ପ୍ରେମ ରାଶିଫଳ: ଜ୍ଯୋତିଷଶାସ୍ତ୍ର ଅନୁସାରେ ପ୍ରେମର ଗ୍ରହଙ୍କ ସହିତ ସମ୍ବନ୍ଧ

ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ ସହିତ ସମ୍ବନ୍ଧିତ ଗ୍ରହ ବୋଲି କୁହାଯାଇଛି। ଜ୍ଯୋତିଷଶାସ୍ତ୍ରରେ ଯେବେ ଜାତକରେ ଶୁକ୍ର ଗ୍ରହ ଦୃଢ଼ ସ୍ଥିତିରେ ଥାନ୍ତି ତେବେ ବ୍ୟକ୍ତିର ଜୀବନରେ ପ୍ରେମ ଆସିଥାଏ। ଏହାର ବିପରୀତ ଯଦି ଶୁକ୍ର ଓ ରାହୁ, ଶୁକ୍ର ଓ ମଙ୍ଗଳ, ଶୁକ୍ର ଓ ଶନି ଏକାଠି ଥାଆନ୍ତି ତେବେ ଏହା ସମ୍ପର୍କ ପାଇଁ ପ୍ରତିକୂଳ ହୋଇଥାଏ। ଏଠାରେ ଏହା ଜାଣିବା ଆବଶ୍ୟକ ଯେ ଯେବେ ଶୁକ୍ରଙ୍କ ସହିତ ରାହୁ, ମଙ୍ଗଳ କିମ୍ବା ଶନି ରୁହନ୍ତି ତେବେ ସମ୍ପର୍କ ଭାଙ୍ଗି ପାରେ। ବୈଦିକ ଜ୍ଯୋତିଷରେ ଶୁକ୍ର ଗ୍ରହଙ୍କୁ ପ୍ରେମର କାରକ ଗ୍ରହ କୁହାଯାଇଛି ଓ ଜାତକରେ ପଣଚମ ଘର ପ୍ରେମକୁ ଦର୍ଶାଏ।

ଏହା ବ୍ୟତୀତ ଶନି, ରାହୁ ଓ କେତୁ ସମ୍ପର୍କରେ ବିଘ୍ନ କରନ୍ତି; ଜାତକର ତୃତୀୟ, ସପ୍ତମ ଓ ଏକାଦଶ ଘର ଇଚ୍ଛାର ଘର ଓ ଦ୍ଵାଦଶ ଘର ଯୌନ ସୁଖର ଘର କୁହଯାଏ। ଜ୍ଯୋତିଷଶାସ୍ତ୍ର ଅନୁସାରେ ଯଦି ଜାତକରେ ଷଷ୍ଠ ଘରେ ଶୁକ୍ର, ମଙ୍ଗଳ ଓ ରାହୁ ଥାଆନ୍ତି ତେବେ ଏଥିରୁ ବ୍ୟକ୍ତିର ନିଜର ପାର୍ଟନର ସହିତ ସମ୍ପର୍କ ଭାଙ୍ଗି ଯିବାର ଆଶଙ୍କା ଅଧିକ ଥାଏ। ଯଦି ଅଷ୍ଟମ ଘରେ କୌଣସି ଗ୍ରହ ଅଛି ତେବେ ଏହା ସମ୍ପର୍କ ପାଇଁ ବଡ଼ ସମସ୍ଯାର କାରଣ ହୋଇପାରେ। ଏହା ବ୍ୟତୀତ ପଞ୍ଚମ ଘରେ କେତୁ ଥିଲେ ପ୍ରେମ ସମ୍ବନ୍ଧ ଭଙ୍ଗେ ନାହିଁ। ଶୁକ୍ରଙ୍କୁ ପ୍ରେମ ସହିତ ସମ୍ବନ୍ଧିତ ଗ୍ରହ କୁହଯାଏ ଓ ଏପରି ସ୍ଥିତିରେ ଶୁକ୍ରଙ୍କର ଜାତକରେ ଭଲ୍ ସ୍ଥିତି ସଫଳ ପ୍ରେମକୁ ଦର୍ଶାଏ। ଏହା ବ୍ୟତୀତ ଶୁକ୍ରଙ୍କର ସହିତ ଚନ୍ଦ୍ରଙ୍କର ଭଲ୍ ସ୍ଥିତି ମଧ୍ୟ ପ୍ରେମ ସମ୍ବନ୍ଧପାଇଁ ବହୁତ ଆବଶ୍ୟକ ହୋଇଥାଏ।

ମେଷ ରାଶି

ଏହି ପ୍ରେମ ରାଶିଫଳ 2025 ଅନୁସାରେ ମେଷ ରାଶିର ଲୋକଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଜାନୁଆରୀରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଗ୍ରହଙ୍କର ପଞ୍ଚମ ଘର ଉପରେ ଦୃଷ୍ଟି ରହିବ ଯାହା ସେହି ଲୋକଙ୍କ ପାଇଁ ସମସ୍ଯା ଆଣିପାରେ ଯେଉଁମାନେ ନିଜର ସମ୍ପର୍କକୁ ନେଇ ଗମ୍ଭୀର ନାହାନ୍ତି। ଏହା ବ୍ୟତୀତ ମଈ ପରର ସମୟ ଆପଣଙ୍କର ସମ୍ପର୍କରେ କିଛି ଭୁଲବୁଝାମଣା ଆଣିପାରେ। ଏପରି ସ୍ଥିତିରେ ନିଜର ପାର୍ଟନର ଉପରେ ବିଶ୍ବାସ ରଖିବା ଆବଶ୍ୟକ ହେବ।

ବିବାହିତ ଲୋକଙ୍କ ବିଷୟରେ କହିଲେ ବର୍ଷ 2025ରେ ଆପଣଙ୍କୁ ଭଲ୍ ପରିଣାମ ପ୍ରାପ୍ତ ହେବ। ଯଦି ଏହି ରାଶିର ଲୋକଙ୍କର ବିବାହ ବୟସ ହୋଇସାରିଛି ତେବେ ଆପଣ ବିବାହ ପାଇଁ ଚେଷ୍ଟା କରିଲେ ଏହି ବର୍ଷ ଏହି ମାମଲାରେ ଶୁଭ ସମାଚାର ମିଳିପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ପ୍ରେମ ରାଶିଫଳ ଅନୁସାରେ ବୃଷ ରାଶିର ଲୋକଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ମିଳିବ। ଜାନୁଆରୀରୁ ନେଇ ମଈ ପର୍ଯ୍ୟନ୍ତ କେଟଉ ପଞ୍ଚମ ଘରେ ରହିବେ ଯାହା ମଝିରେ ମଝିରେ ଭୁଲବୁଝାମଣା ଦେଇପାରନ୍ତି। ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ପଞ୍ଚମ ଘର ଉପରେ ରହିବ ଯାହା ଭୁଲ ବୁଝାମଣା ଦୂର କରିପାରେ। ପ୍ରେମ ଜୀବନରେ କିଛି ସମସ୍ଯା ଆସିବ କିନ୍ତୁ ସମୟ ସହିତ ସବୁ ଦୂର ହେବ। ଏହି ବର୍ଷ ଆପଣଙ୍କୁ ନିଜର ପ୍ରେମକୁ ସ୍ପଷ୍ଟ ରୂପରେ ପାର୍ଟନର ପ୍ରତି ପ୍ରକାଶ କରିପାରିବେ। ସାଙ୍ଗରେ ତାଙ୍କ ଉପରେ ବିଶ୍ବାସ ରଖିବେ।

ବିବାହିତ ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ଅନୁକୂଳ ରହିବ। ଆପଣ ଦାମ୍ପତ୍ୟ ଜୀବନରେ ଭଲ୍ ପରିଣାମ ଆଶା କରିବେ। ଏହି ରାଶିର ଯେଉଁ ଲୋକଙ୍କର ବୟସ ବିବାହ ଯୋଗ୍ୟ ସେମାନେ ବିବାହ ପାଇଁ ଚେଷ୍ଟା କରିପାରିବେ ଓ ତାଙ୍କୁ ଶୁଭ ପରିଣାମ ମିଳିବ। 2025 ନିର୍ବନ୍ଧ କିମ୍ବା ବିବାହ ପାଇଁ ଅନୁକୂଳ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ବିଷୟରେ କହିଲେ ପ୍ରେମ ରାଶିଫଳ 2025 ଅନୁସାରେ ମିଥୁନ ରାଶିର ଲୋକଙ୍କୁ ଏହି ବର୍ଷ ହାରାହାରିରୁ ଭଲ ପରିଣାମ ପ୍ରାପ୍ତ ହେବ। ପଞ୍ଚମ ଘର ଉପରେ କୌଣସି ମଧ୍ୟ ଗ୍ରହର ନକରାତ୍ମକ ପ୍ରଭାବ ନାହିଁ ଯାହା ଫଳରେ ଆପଣଙ୍କର ପ୍ରେମ ଜୀବନ ଅନୁକୂଳ ରହିବ। ଜାନୁଆରୀ ରୁ ନେଇ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ଆପଣଙ୍କୁ ଟିକେ ସମସ୍ଯା ହୋଇପାରେ କିନ୍ତୁ ଅନ୍ୟ ସମୟ ଅନୁକୂଳ ରହିବ।

ଏହି ରାଶିର ବିବାହିତ ଲୋକଙ୍କ ବିଷୟରେ କହିଲେ ଯେଉଁ ଲୋକଙ୍କର ବିବାହ ହୋଇସାରିଛି ତାଙ୍କୁ ଶନିଙ୍କର ଗୋଚର ଟିକେ ଚିନ୍ତା ଦେବ। ଏହି ସମୟରେ ଆପଣ ଛୋଟରୁ ଛୋଟ କଥାକୁ ଧରିବେ। ମାର୍ଚ୍ଚ ପରେ ଯେବେ ଶନିଙ୍କର ଦଶମ ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରହିବ ତେବେ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ଏହି ରାଶିର ଯେଉଁ ଲୋକଙ୍କର ବିବାହ ବୟସ ହୋଇସାରିଚୟ ତାଙ୍କ ପାଇଁ ଏହି ବର୍ଷ ବହୁତ ଅନୁକୂଳ ରହିବ। ମଈ ପରେ ପ୍ରେମ ବିବାହ କିମ୍ବା ନିଜର ଘର ଲୋକଙ୍କର ପସନ୍ଦର ବ୍ୟକ୍ତୟ ସହିତ ବିବାହ ହୋଇପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ପ୍ରେମ ରାଶିଫଳ ଅନୁସାରେ କର୍କଟ ରାଶି ଲୋକଙ୍କ ବିଷୟରେ କହିଲେ 2025ରେ ଆପଣଙ୍କୁ ପ୍ରେମ କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ମାର୍ଚ୍ଚ ମାସ ପରେ ଶନିଙ୍କର ପ୍ରଭାବ ପଞ୍ଚମ ଘରୁ ଦୂର ହେବ। ଏହା ଦ୍ବାରା ସମ୍ପର୍କରେ ଚାଲିଥିବା ଛୋଟ ଛୋଟ ସମସ୍ଯା ଦୂର ହେବ। ମଈ ମାସରେ ବୃହସ୍ପତିଙ୍କର ଗୋଚର ହେବ ଯାହା ଆପଣଙ୍କର ସମ୍ପର୍କରେ ଅଧିକ ଅନୁକୂଳତା ଆଣିବ। ଏହି ବର୍ଷ ଆପଣ ନିଜର ପ୍ରେମ ଜୀବନର ଆନନ୍ଦ ନେବେ।

ବୈବାହିକ ସମ୍ପର୍କ ବିଷୟରେ କହିଲେ ଏହି ରାଶିର ଯେଉଁ ଲୋକ ବିବାହ କରିସାରିଛନ୍ତି ତାଙ୍କ ପାଇଁ ଏହି ବର୍ଷର ପ୍ରଥମ ଭାଗ ତୁଳନାତ୍ମକ ଭାବରେ ଅଧିଳ ଅନୁକୂଳ ରହିବ। ଯେଉଁ ଲୋକଙ୍କର ବିବାହ ବୟସ ହୋଇସାରିଛି ତାଙ୍କୁ ବର୍ଷର ଆରମ୍ଭ ମାସ ଗୁଡ଼ିକରେ ଏହି କ୍ଷେତ୍ରରେ ଭଲ୍ ସମାଚାର ମିଳିବ। ଯଦି ଆପଣ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି ତେବେ ତାଙ୍କୁ ବିବାହ କରିବା ପାଇଁ ଆଗକୁ ବଢ଼ିପାରିବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ପ୍ରେମ ରାଶିଫଳ ଅନୁସାରେ ପ୍ରେମ ଲୋକଙ୍କ ପାଇଁ ଏହି ବର୍ଷ ହାରାହାରିରୁ ଭଲ୍ ପରିଣାମ ଆଣିବ। ଜାନୁଆରୀ ରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଆପଣଙ୍କର କର୍ମ ଘରେ ରହିବେ। ଯେଉଁ ଲୋକମାନେ ନିଜର ପାର୍ଟନରକୁ ପ୍ରକୃତ ପ୍ରେମ କରୁଛନ୍ତି କିମ୍ବା ଯାହାର ସମ୍ପର୍କ କୌଣସି ସହକର୍ମୀଙ୍କ ସହିତ ଅଛି ତାଙ୍କୁ ଅନୁକୂଳ ପରିଣାମ ମିଳିବ। ଏହା ପରେ ମଈ ମାସର ମଧ୍ୟ ଭାଗରେ ଗୁରୁଙ୍କର ଗୋଚର ହେବ ଯାହା ଆପଣଙ୍କର ସମ୍ପର୍କରେ ଅନୁକୂଳ ପରିଣାମ ଆଣିବ। ମଝିରେ ମଝିରେ ସମସ୍ଯା ଆସିବ କିନ୍ତୁ ଆପଣଙ୍କୁ ନିଜର ସମ୍ପର୍କ ଓ ପାର୍ଟନର ଉପରେ ବିଶ୍ବାସ ରଖିବା ପାଇଁ ପଡ଼ିବ ।

ଏହି ରାଶିର ବିବାହିତ ଲୋକଙ୍କ ଜୀବନରେ ସବୁ କିଛି ଅନୁକୂଳ ରହିବ କିନ୍ତୁ ମଝିରେ ମଝିରେ ସମସ୍ଯା ଆସିପାରେ। ତାହାକୁ ଆପଣଙ୍କୁ ଧର୍ଯ୍ୟ ଧରି ସାମ୍ନା କରିବା ପାଇଁ ପଡ଼ିବ। ଯେଉଁ ଲୋକଙ୍କର ବିବାହ ବୟସ ହୋଇସାରିଛି ଓ ଯିଏ ବିବାହ ପାଇଁ ଚେଷ୍ଟା କରୁଛନ୍ତି ତାଙ୍କୁ ମଈ ମଧ୍ୟ ଭାଗରେ ଅନୁକୂଳ ପରିଣାମ ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

କନ୍ୟା ରାଶି

ପ୍ରେମ ରାଶିଫଳ ଅନୁସାରେ କନ୍ୟା ରାଶି ଲୋକଙ୍କ ବିଷୟରେ କହିଲେ ବର୍ଷ 2025ରେ ପ୍ରେମିଂକୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଶନି ବର୍ଷର ଆରମ୍ଭରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କର ଷଷ୍ଠ ଘରେ ରହିବେ ଯାହା ପ୍ରେମ ପାଇଁ ଅନୁକୂଳ ସମୟ ହେବ। ମଝିରେ ମଝିରେ ଆପଣଙ୍କୁ ଟିକେ ସମସ୍ଯା ହୋଇପାରେ। ଏହା ପରେ ମଈ ମାସରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ରାଶିରେ ଅନୁକୂଳ ପରିଣାମ ଆଣିବ। ଆପଣ ନିଜର ପ୍ରେମ ଜୀବନର ଆନନ୍ଦ ନେବେ।

ଏହି ରାଶିର ବିବାହିତା ଲୋକଙ୍କ ବିଷୟରେ କହିଲେ ସେମାନଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ହେବାକୁ ଥିବା ରାହୁ କେତୁଙ୍କର ଗୋଚର ଆପଣଙ୍କର ଭୁଲ ବୁଝାମଣାକୁ ଦୂର କରିବ ଓ ସମ୍ପର୍କ ମଧୁର କରିବ। ଏହି ରାଶିର ଯେଉଁ ଲୋକ ବିବାହ କରିବା ପାଇଁ ଚେଷ୍ଟା କରୁଛନ୍ତି ତାଙ୍କୁ ବର୍ଷର ପ୍ରଥମ ଭାଗରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ଯଦି ଆପଣ କାହାକୁ ବିବାହ କରିବା ପାଇଁ ଚାହୁଁଛନ୍ତି କିମ୍ବା ନିଜର ପାର୍ଟନରକୁ ଘର ଲୋକଙ୍କ ସହିତ ଦେଖା କରାଇବା ପାଇଁ ଚାହୁଛନ୍ତି ସେଥିପାଇଁ ଏହି ବର୍ଷର ପ୍ରଥମ ଭାଗରେ ଆପଣଙ୍କୁ ଏହା କରିବା ପାଇଁ ପରାମର୍ଶ ଦିଆଯାଇଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ତୁଳା ରାଶି

ଏହି ପ୍ରେମ ରାଶିଫଳ 2025 ଅନୁସାରେ ତୁଳା ରାଶିର ଲୋକଙ୍କ ବିଷୟରେ କହିଲେ ତାଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ବର୍ଷ ଆରମ୍ଭରୁ ନେଇ ମାର୍ଚ୍ଚ ମାସର ପର୍ଯ୍ୟନ୍ତ ପଞ୍ଚମ ଘରେ ଶନିଙ୍କର ପ୍ରଭାବ ରହିବ। ଏପରି ସ୍ଥିତିରେ ଆପଣଙ୍କର ପ୍ରେମ ସମ୍ବନ୍ଧରେ ଦୁଃଖ ଦେଖାଯିବ। ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ରୁ ଏହା ଦୂର ହୋଇଯିବ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଗୋଚର ପଞ୍ଚମ ଘରେ ହେବ ଯାହା ପୁନର୍ବାର ଭୁଲ ବୁଝାମଣା ଦୂର କରିବ ଓ ଏହି ସମୟ ପ୍ରେମ ଜୀବନ ପାଇଁ ଅନୁକୂଳ ରହିବ।

ବିବାହିତ ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ଆପଣଙ୍କୁ ମାର୍ଚ୍ଚ ପର୍ଯ୍ୟନ୍ତ କିଛି ସମସ୍ଯା ହୋଇପାରେ। ମାର୍ଚ୍ଚ ପରେ ସମ୍ପର୍କରେ ଅନୁକୂଳତା ନଜର ଆସିବ। ଯେଉଁ ଲୋକଙ୍କର ବିବାହ ବୟସ ହୋଇସାରିଲାଣି ତାଙ୍କ ପାଇଁ ଏହି ବର୍ଷ ବହୁତ ସାହାଜ୍ୟକାରି ରହିବ ନାହିଁ। ଅର୍ଥାତ ନିର୍ବନ୍ଧ ଇତ୍ୟାଦିରେ ସମସ୍ଯା ହୋଇପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ବିଛା ରାଶି

ପ୍ରେମ ରାଶିଫଳ ଅନୁସାରେ ବିଛା ରାଶି ଲୋକଙ୍କୁ ଏହି ବର୍ଷ ପ୍ରେମ ସମ୍ବନ୍ଧିତ ପରିଣାମରେ କିଛି ଅଭାବ ଦେଖିବାକୁ ମିଳିପାରେ। ମଈ ମାସ ପରେ ଆପଣଙ୍କର ସମ୍ପର୍କରୁ ଭୁଲ ବୁଝାମଣା ଦୂର ହେବ ଓ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। କିନ୍ତୁ ମାର୍ଚ୍ଚ ମାସ ପରେ ଶନିଙ୍କର ଗୋଚର ଯେବେ ପଞ୍ଚମ ଘରେ ହେବ ତେବେ ପ୍ରେମ ସମ୍ବନ୍ଧରେ କିଛି ସମସ୍ଯା ଆସିବ। ଯେଉଁ ଲୋକ ନିଜର ପାର୍ଟନରକୁ ନେଇ ସିରିୟାସ ଅଛନ୍ତି ତାଙ୍କ ପାଇଁ ଏହି ବର୍ଷ ଅନୁକୂଳ ରହିବ। ବୃହସ୍ପତିଙ୍କର ଗୋଚର ଆପଣଙ୍କ ପ୍ରେମ ଜୀବନ ପାଇଁ ଅନୁକୂଳ ପରିଣାମ ଆଣିବ। ଏହି ସମୟରେ ଅପମ ନିଜର ପ୍ରେମ ଜୀବନର ଆନନ୍ଦ ନେବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ଧନୁ ରାଶି

ପ୍ରେମ ରାଶିଫଳ ଅନୁସାରେ ଧନୁ ରାଶି ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ଆପଣଙ୍କ ପାଇଁ ଟିକେ ଦୁର୍ବଳ ଦେଖାଯାଉଛି। ମଈ ମାସ ପରେ ଯେବେ ଗୁରୁଙ୍କର ଗୋଚର ସପ୍ତମ ଘରେ ହେବ ତେବେ ଆପଣଙ୍କୁ ନିଜର ସମ୍ପର୍କରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ଛୋଟ ଛୋଟ ବିବାଦ ହେଲେ ତାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।

ବିବାହିତ ଲୋକଙ୍କ ବିଷୟରେ କହିଲେ 2025ର ପ୍ରଥମ ଭାଗ ତୁଳନାରେ ଦ୍ଵିତୀୟ ଭାଗ ଅଧୁକ ଅନୁକୂଳ ରହିବ। ବିବାହ ଯୋଗ୍ୟ ଲୋକଙ୍କ ବିଷୟରେ କହିଲେ ଏହି ବର୍ଷର ଦ୍ଵିତୀୟ ଭାଗ ଅଧିକ ମହତ୍ଵପୂର୍ଣ ରହିବ ଓ ଆପଣ ଏହି ସମୟରେ ଶୁଭ ସମାଚାର ପ୍ରାପ୍ତ କରିବେ। ମଈ ପରେ ପ୍ରେମ ବିବାହର ପ୍ରବଳ ଯୋଗ ଅଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ପ୍ରେମ ରାଶିଫଳ ଅନୁସାରେ ମକର ରାଶି ଲୋକଙ୍କ ପାଇଁ ବର୍ଷର ପ୍ରଥମ ଭାଗ ଅଭୂଲା ରହିବ। ଜାନୁଆରୀରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କୁ ନିଜର ପ୍ରେମ ଜୀବନରେ ଅନୁକୂଳ ପରିଣାମ ମିଳିବ, ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ଛୋଟ ଛୋଟ ସମସ୍ଯା ଆସିବ ଯାହାକୁ ସମାଧାନ କରିବା ପରେ ଆପଣ ନିଜର ସମ୍ପର୍କକୁ ଅଧିକ ଦୃଢ଼ କରିପାରିବେ। ମଈ ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ ଓ ଏଠାରେ ପଞ୍ଚମ ଘର ଉପରେ ଶନିଙ୍କର ଦୃଷ୍ଟି ରହିବ ଯାହା ଦ୍ବାରା ଆପଣ ଦୁହିଙ୍କ ସମ୍ପର୍କକରେ ସମସ୍ଯା ଆସିପାଏରେ।

ଏହି ରାଶିର ବିବାହିତ ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ଅଧିକ ସାବଧାନ ରହିବା ଆବଶ୍ୟକ ଅନ୍ୟଥା ସାମଞ୍ଜସ୍ୟର ଅଭାବ ସମ୍ପର୍କରେ ଫାଟକ ସୃଷ୍ଟି କରିପାରେ। ଏହି ରାଶିର ଯେଉଁ ଲୋକଙ୍କର ବିବାହ ବୟସ ହୋଇସାରିଛି ତାଙ୍କୁ ବର୍ଷର ପ୍ରଥମ ଭାଗରେ ବିବାହ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦିଅଯାଇଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

କୁମ୍ଭ ରାଶି

ରାଶି ଚକ୍ରର 11 ତମ ରାଶି ବିଷୟରେ କହିଲେ ପ୍ରେମ ରାଶିଫଳ 2025 ଅନୁସାରେ ପ୍ରେମ ଲୋକଙ୍କୁ ଏହି ବର୍ଷ ଭଲ ପରିଣାମ ମିଳିବ। ଶୁକ୍ରଙ୍କର ଗୋଚର ଆପଣଙ୍କୁ ଏହି ବର୍ଷ ଅଧିକାଂଶ ସମୟରେ ଅନୁକୂଳ ପରିଣାମ ଦେବ। ପଞ୍ଚମ ଘର ଉପରେ କୌଣସି ଗ୍ରହର ନକରାତ୍ମକ ପ୍ରଭାବ ନାହିଁ ସେଥିପାଇଁ ଆପଣଙ୍କର ପ୍ରେମ ସମ୍ବନ୍ଧ ଉପରେ ଶୁଭ ପ୍ରଭାବ ରହିବ। ମଈ ପରେ ସମ୍ପର୍କରେ ବଡ଼ ସମସ୍ଯା ଆସିବ ନାହିଁ। ଗୁରୁ ଗୋଚର ପରେ ପ୍ରେମ ଜୀବନରେ ଆପଣ ଭଲ୍ ପରିଣାମ ହାସଲ କରିବେ।

ବୁବହିତ ଲୋକଙ୍କ ବିଷୟରେ କହିଲେ ଏହି ରାଶିର ଯେଉଁ ଲୋକ ବିବାହ ପାଇଁ ଚେଷ୍ଟା କରୁଛନ୍ତି ତାଙ୍କୁ ଏହି ବର୍ଷ ଭଲ ପରିଣାମ ଦେବ। ପ୍ରଥମ ଭାଗ ତୁଳନାରେ ବର୍ଷର ଦ୍ଵିତୀୟ ଭାଗ ଆପଣଙ୍କ ପାଇଁ ଅଧିକ ଭଲ୍ କୁହାଯାଇ ପାରିବ। ଅପ୍ରିଲ ରୁ ନେଇ ମଈ ପର୍ଯ୍ୟନ୍ତ କିଛି ଅନୁକୂଳ ପରିଣାମ ବିବାହିତ ଲୋକଙ୍କ ସମ୍ପର୍କରେ ନଜର ଆସିବ କିନ୍ତୁ ପରେ ସପ୍ତମ ଘର ଉପରେ ରାହୁ କେଟଉଙ୍କର ପ୍ରଭାବ ରହିବ ଯାହା ସମ୍ପର୍କରେ ସମସ୍ଯା ଆଣିବ। ଏହି ବର୍ଷ ନିଜର ବିବାହିତ ଜୀବନକୁ ଅନୁକୂଳ ରଖିବା ପାଇଁ ଆପଣଙ୍କୁ ଅଧିକ ଚେଷ୍ଟା କରିବା ପାଇଁ ପଡ଼ିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ମୀନ ରାଶି

ପ୍ରେମ ରାଶିଫଳ ଅନୁସାରେ ପଞ୍ଚମ ଘର ଉପରେ କୌଣସି ଗ୍ରହର ନକରାତ୍ମକ ପ୍ରଭାବ ନାହିଁ ଯାହା ଫଳରେ ଏହି ବର୍ଷ ଅଧିକାଂଶ ସମୟ ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ କୁହାଯାଇଛି। ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ରାହୁଙ୍କର ପ୍ରଭାବ ଯୋଗୁଁ ଟିକେ ଟିକେ ଭୁଲ ବୁଝାମଣା ସମ୍ପର୍କରେ ଆସିପାରେ କିନ୍ତୁ କୌଣସି ବଡ଼ ସମସ୍ଯା ଆସିବ ନାହିଁ ଓ ଆପଣ ନିଜର ପ୍ରେମ ଜୀବନକୁ ଉପଭୋଗ କରିବେ। ମଈ ମାସ ପରେ ରାହୁଙ୍କର ପ୍ରଭାବ ମଧ୍ୟ ପଞ୍ଚମ ଘରୁ ଦୂର ହେବ ତେବେ ଆପଣ ନିଜର ପ୍ରେମ ଜୀବନକୁ ଆହୁରି ଅଧିକ ସୁଖମୟ କରିପାରିବେ।

ଏହି ରାଶିର ବିବାହିତ ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ତାଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ବର୍ଷର ପ୍ରଥମ ଭାଗରେ ରାହୁ କେତୁଙ୍କର ପ୍ରଭାବ ସପ୍ତମ ଘରେ ରହିବ ଯାହା ଆପଣଙ୍କର ଦାମ୍ପତ୍ୟ ଜୀବନରେ କୀଚ ଚିନ୍ତା ଆଣିବ। ବୃହସ୍ପତିଙ୍କର ଦୃଷ୍ଟି ଯୋଗୁଁ ସମସ୍ଯା ଠିକ ମଧ୍ୟ ହୋଇଯିବ କିନ୍ତୁ ଏଠି ପାଇଁ ଆପଣଙ୍କୁ ଚେଷ୍ଟା କରିବା ପାଇଁ ପଡ଼ିବ। ଏହା ବ୍ୟତୀତ ଏହି ରାଶିର ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଯଦି ବିବାହ କରିବାର ଅଛି ତେବେ ଏହି ବର୍ଷ ଅନୁକୂଳ ପରିଣାମ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ହେବ ତେବେ ଯାଇ ବିବାହ କରିବାରେ ସଫଳତା ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ପ୍ରେମ ଦୃଷ୍ଟିରୁ 2025ରେ କେଉଁ ରାଶିର ଲୋକ ଭାଗ୍ୟଶାଳୀ?

କର୍କଟ, ମକର ଓ ମୀନ ରାଶିର ଲୋକଙ୍କ ପାଇଁ 2025 ପ୍ରେମ ଦୃଷ୍ଟିରୁ ଭଲ ରହିବ।

2. ତୁଳା ରାଶିର ଭାଗ୍ୟରେ କ’ଣ ଅଛି?

ପ୍ରେମ ରାଶିଫଳ 2025 ଅନୁସାରେ ତୁଳା ରାଶିର ଲୋକ 2025 ରେ ମିଶ୍ରିତ ପରିଣାମ ପାଇବେ, ବିବାହିତ ଲୋକଙ୍କ ଜୀବନରେ ମଧ୍ୟ କିଛି ସମସ୍ଯା ଆସିପାରେ।

3. ମେଷ ରାଶି ଲୋକଙ୍କର ପ୍ରେମ ଜୀବନ 2025ରେ କିପରି ରହିବ?

ପ୍ରେମ ଦୃଷ୍ଟିରୁ ମେଷ ରାଶିର ପ୍ରେମ ଲୋକଙ୍କୁ ଗୋଟିଏ ପଟେ ମିଶ୍ରିତ ପରିଣାମ ମିଳିବ କିନ୍ତୁ ସେହି ରାଶିର ବିବାହିତ ଲୋକଙ୍କୁ ଭଲ୍ ପରିଣାମ ମିଳିବାର ଉଚ୍ଚ ସମ୍ଭାବନା ଅଛି।

4. ଜ୍ଯୋତିଷଶାସ୍ତ୍ରରେ ପ୍ରେମର କାରକ ଗ୍ରହ କାହାକୁ କୁହାଯାଏ?

ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମର କାରକ ଗ୍ରହ କୁହାଯାଏ ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer