ଫେବ୍ରୁୟାରୀ 2025 - ପର୍ବ ପର୍ବାଣିର ତିଥି ଓ ସମୟ
ଫେବ୍ରୁୟାରୀ 2025ର ଏହି ବିଶେଷ ଲେଖାରେ ଅପଣଣୁ ନିଜର ସମସ୍ତ ପ୍ରଶ୍ନର ଉତ୍ତର ମିଳିଯିବ। ସାଙ୍ଗରେ ଏହି ଲେଖାରେ ଏହା ମଧ୍ୟ ସୂଚନା ଦିଅଯାଇଛି ଯେ ଫେବ୍ରୁୟାରୀ ରେ କେଉଁ ଗ୍ରହ କେଉଁ ତିଥିରେ ଗୋଚର କରିବାକୁ ଯାଉଛନ୍ତି ଓ ଫେବ୍ରୁୟାରୀ ରେ କେଉଁ ତିଥିରେ ବ୍ଯାଙ୍କ ଛୁଟି ରହିବ ଓ ବିବାହ ମୂହୁର୍ତ୍ତ କ’ଣ ରହିଛି।

ଗ୍ରିଗୋରିୟାନ କୈଲନ୍ଡର୍ ଅନୁଯାୟୀ ଫେବ୍ରୁୟାରୀ ବର୍ଷର ଦ୍ଵିତୀୟ ମାସ ଅଟେ ଓ ଏହି ମାସର ବିଶେଷ କଥା ହେଉଛି ଏହାର ଅବଧି। ଗ୍ରିଗୋରିୟାନ କୈଲନ୍ଡରରେ ଫେବ୍ରୁୟାରୀ ସବୁଠାରୁ ଛୋଟ ମାସ ଅଟେ ଓ ଏଥିରେ କେବଳ 28 ଦିନ ଥାଏଓ ଲୀପ ଇୟରରେ ଫେବ୍ରୁୟାରୀ ରେ 29 ଦିନ ଥାଏ। ବୈଦିକ ଜ୍ଯୋତିଷରେ ଫେବ୍ରୁୟାରୀ ମାସକୁ ପ୍ରେମ ଓ ବସନ୍ତ ଋତୁର ଆଗମନ ରୂପରେ ଜଣାଯାଏ।
ଫେବ୍ରୁୟାରୀ ମାସରୁ ବସନ୍ତ ଋତୁ ଆରମ୍ଭ ହୁଏ ଓ ପାଗ ବଦଳିବାର ଦେଖାଯାଏ। ଏହି ମାସରେ ଅନେକ ପବିତ୍ର ବ୍ରତ ଓ ପର୍ବ ମଧ୍ୟ ପଡ଼େ ଯେପରି କି ମାଘ ପୁର୍ଣିମା ଓ ଶିବରାତ୍ରି ଇତ୍ୟାଦି। ଏହି ମାସ ଥଣ୍ଡା ଶେଷ ହେବା ଓ ବସନ୍ତତ ଆଗମନର ପ୍ରତୀକ ଅଟେ। ଏହି ମାସରେ ଦିନ ଜାନୁଆରୀ ତୁଳନାରେ ଟିକେ ଲମ୍ବା ହୋଇଥାଏ।
ଜ୍ଯୋତିଷଶାସ୍ତ୍ରରେ ଫେବ୍ରୁୟାରୀ ମାସକୁ ଊର୍ଜା ଓ ସଂତୁଳନ ଆଣିବାର ସମୟ। ଫେବ୍ରୁୟାରୀ ମାସ ବହୁତ ଭଲ ଲାଗିଥାଏ କାରଣ ଏହି ସମୟରେ ଅଳ୍ପ ଅଳ୍ପ ଥଣ୍ଡା ରୁହେ। ଅନେକ ଲୋକ ଏହା ଜାଣିବାକୁ ଉତ୍ସୁକ ଥାଆନ୍ତି ଯେ ତାଙ୍କର ପ୍ରେମ ଜୀବନ ଏହି ମାସରେ କିପରି ରହିବ। ଲୋକଙ୍କ ମନରେ ଏହି ମାସରେ ଅନେକ ପ୍ରକାରର ପ୍ରଶ୍ନ ଆସେ ଯେପରି କି କ୍ୟାରିଆର କିପରି ରହିବ, ସ୍ବାସ୍ଥ୍ୟ ଭଲ ରହିବ ନା ନାହିଁ, ପରିବାରରେ ଖୁସି ରହିବ ନା ଚାପ ଆସିବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଫେବ୍ରୁୟାରୀକୁ କେଉଁ କେଉଁ ଜିନିଷ କରିଥାଏ ବିଶେଷ
ଆଷ୍ଟ୍ରୋସେଜର ଏହି ଲେଖା ଆପଣଙ୍କୁ ଫେବ୍ରୁୟାରୀ 2025 ବିଷୟରେ ବିସ୍ତୃତରେ ସୂଚନା ଦେବ। ଏଠାରେ ଆମେ ସେହି କଥା ବିଷୟରେ କହିବୁ ଯାହା ଫେବ୍ରୁୟାରୀ ମାସକୁ ଖାସ କରୁଛି:
- ଏହି ଲେଖାରେ କୁହାଯାଇଛି ଯେ ଫେବ୍ରୁୟାରୀ ରେ ଜନ୍ମ ହୋଇଥିବା ଲୋକଙ୍କର ବ୍ଯକ୍ତିତ୍ବ କିପରି ହୋଇଥାଏ।
- ଏହି ମାସରେ କେବେ କେବେ ବ୍ଯାଙ୍କ ଛୁଟି ଅଛି?
- ଫେବ୍ରୁୟାରୀରେ ଗ୍ରହ କେବେ ଓ କେଉଁ ତିଥି କିମ୍ବ ରାଶିରେ ଗୋଚର କରିବେ? କ’ଣ ଏହି ମାସରେ କୌଣସଈ ଗ୍ରହଣ ଲାଗୁଛି ନା ନାହିଁ? ଏହାର ସୂଚନା ମଧ୍ୟ ଆପଣଙ୍କୁ ମିଳିବ।
- ସାଙ୍ଗରେ ଜାଣିବେ ଫେବ୍ରୁୟାରୀରେ ସମସ୍ତ 12 ତି ରାଶିର ଅବସ୍ଥା କିପରି ହେବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଫେବ୍ରୁୟାରୀ ରେ ଜନ୍ମ ହୋଇଥିବା ଲୋକଙ୍କର ଥାଏ ଏହି ଗୁଣ
ଯେଉଁ ଲୋକଙ୍କର ଜନ୍ମ ଫେବ୍ରୁୟାରୀ ରେ ହୋଇଛି ସେମାନେ କିଛି ଅଲଗା ଭାବନ୍ତି ଓ ତାଙ୍କର ମୁଣ୍ଡରେ ସବୁ ବେଳେ ନୂଆ ନୂଆ ବିଚାର ଆସିଥାଏ। ତାଙ୍କର ସ୍ଵଭାବ ଜିଜ୍ଞାସୁ ହୋଇଥାଏ ଓ ସେମାନେ ନୂଆ ଜିନିଷର ଖୋଜ କରିବା ପସନ୍ଦ କରନ୍ତି।
ଏହି ଲୋକଙ୍କୁ ସ୍ଵତନ୍ତ୍ରତା ଭଲ ଲାଗେ। ଏମାନେ ନିଜର ରାସ୍ତା ନିଜେ ତିଆରି କରନ୍ତି ଓ ସମାଜରେ ଥିବା ନିୟମ କୁ ନେଇ ଚଳିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ପରମ୍ପରାକୁ ଚୈଲେଂଜ୍ କରନ୍ତି। ଏମାନେ ବହୁତ ବୁଝିବା ଶୁଝିବା ଲୋକ ଓ ଏମାନଙ୍କ ଭିତରେ ସହନାଭୂତି ଏବଂ ଦୟ ଭାବ ଥାଏ। ଏମାନେ ଅନ୍ୟର କଥା ଶୁଣିବାରେ ନିପୁଣ ହୋଇଥାଆନ୍ତି ଓ ଅନ୍ୟର ଭାବନାତ୍ମକ ରୂପରେ ସାହାଜ୍ୟ କରନ୍ତି।
ଏହି ମାସରେ ଜନ୍ମ ହୋଇଥିବା ଲୋକ ଆକର୍ଷକ ହୋଇଥାଆନ୍ତି ଓ ଏମାନଙ୍କର ଅନେକ ବନ୍ଧୁ ଥାଆନ୍ତି। ଏମାନେ ବୁଦ୍ଧିମାନ ହୋଇଥାଆନ୍ତି ଯାହା ଦ୍ବାରା ଅନେକ ଲୋକ ଏମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଏମାନଙ୍କୁ ପରିବର୍ତ୍ତନ ସହିତ ତାଳମେଳ ରଖିବାରେ ଅସୁବିଧା ହୁଏ ନାହିଁ ଓ ଏମାନେ ଚୈଲେଂଜ୍ର ସାମ୍ନା କରିବାରେ ସକ୍ଷମ ହୋଇଥାଆନ୍ତି। ଏମାନେ କଷ୍ଟକର ସମୟରେ ଶାନ୍ତ ଓ ସଞ୍ଜମିତ ରୁହନ୍ତି।
ଭାଗ୍ୟଶାଳୀ ଅଙ୍କ: 4, 5, 16, 90, 29
ଭାଗ୍ୟଶାଳୀ ରଙ୍ଗ: ମରୂନ, ବେବୀ ପିଂକ
ଭାଗ୍ୟଶାଳୀ ଦିନ: ଗୁରୁବାର , ଶନିବାର
ଭାଗ୍ୟଶାଳୀ ରତ୍ନ: ଏମେଥିସ୍ଟ
ଫେବ୍ରୁୟାରୀର ଜ୍ୟୋତିଷୀୟ ତଥ୍ୟ ଓ ହିନ୍ଦୁ ପାଞ୍ଜିର ଗଣନା
ଫେବ୍ରୁୟାରୀର ଆରମ୍ଭ ଶତାଭିଶା ନକ୍ଷତ୍ର ରେ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ହେବ। ଫେବ୍ରୁୟାରୀ 2025ର ଶେଷ ପୂର୍ବାଭାଦ୍ରପଦ ନକ୍ଷତରେ ଶୁକ୍ଳ ପକ୍ଷର ପ୍ରତିପଦା ତିଥିରେ ହେବ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ଫେବ୍ରୁୟାରୀରେ ବ୍ରତ ଏବଂ ପର୍ବର ତିଥି
ତିଥି | ଦିନ | ପର୍ବ ଓ ବ୍ରତ |
02 ଫେବ୍ରୁୟାରୀ | ରବିବାର | ବସନ୍ତ ପଞ୍ଚମୀ |
02 ଫେବ୍ରୁୟାରୀ | ରବିବାର | ସରସ୍ବତୀ ପୂଜା |
08 ଫେବ୍ରୁୟାରୀ | ଶନିବାର | ଜୟା ଏକାଦଶୀ |
09 ଫେବ୍ରୁୟାରୀ | ରବିବାର | ପ୍ରଦୋଶ ବ୍ରତ (ଶୁକ୍ଳ) |
12 ଫେବ୍ରୁୟାରୀ | ବୁଧବାର | କୁମ୍ଭ ସଂକ୍ରାନ୍ତି |
12 ଫେବ୍ରୁୟାରୀ | ବୁଧବାର | ମାଘ ପୁର୍ଣିମା ବ୍ରତ |
16 ଫେବ୍ରୁୟାରୀ | ରବିବାର | ସଂକଷ୍ଟୀ ଚତୁର୍ଥୀ |
24 ଫେବ୍ରୁୟାରୀ | ସୋମବାର | ବିଜୟା ଏକାଦଶୀ |
25 ଫେବ୍ରୁୟାରୀ | ମଙ୍ଗଳବାର | ପ୍ରଦୋଶ ବ୍ରତ (କୃଷ୍ଣ) |
26 ଫେବ୍ରୁୟାରୀ | ବୁଧବାର | ମହାଶିବରାତ୍ରି |
26 ଫେବ୍ରୁୟାରୀ | ବୁଧବାର | ମାସିକ ଶିବରାତ୍ରି |
27 ଫେବ୍ରୁୟାରୀ | ଗୁରୁବାର | ଫାଲ୍ଗୁନ ଅମାବାସ୍ୟା |
ଫେବ୍ରୁୟାରୀରେ ପଡ଼ିବାକୁ ଥିବା ମହତ୍ଵପୂର୍ଣ ବ୍ରତ ଏବଂ ପର୍ବ
ଫେବ୍ରୁୟାରୀ ମାସରେ ଅନେକ ବ୍ରତ ଏବଂ ପର୍ବ ଆସେ କିନ୍ତୁ ଏଥିରୁ କିଛି ପ୍ରମୁଖ ଅଟନ୍ତି ଯାହା ବିଷୟରେ ଆଗକୁ ବିସ୍ତୃତରେ କୁହାଯାଇଛି।
ବସନ୍ତ ପଞ୍ଚମୀ: 02 ଫେବ୍ରୁୟାରୀ, 2025 କୁ ବସନ୍ତ ପଞ୍ଚମୀ ର ପର୍ବ ପାଳନ ହେବ। ବିଦ୍ୟାରମ୍ଭ ପାଇଁ ଏହି ଦିନ ବହୁତ ଶୁଭ ବୋଲି କୁହାଯାଏ। ମାଙ୍ଗଳିକ କାର୍ଯ୍ୟ ଯେପରି ବିବାହ, ଗୃହ ପ୍ରବେଶ, ଅନ୍ନପ୍ରଶନ, ମୁଣ୍ଡନ ଓ ନାମକରଣ ସଂସ୍କାର ଇତ୍ୟାଦି ପାଇଁ ବସନ୍ତ ପଞ୍ଚମୀ ଦିନ ଶୁଭ ହୋଇଥାଏ।
ଜୟା ଏକାଦଶୀ: 08 ଫେବ୍ରୁୟାରୀ ଦିନ ଜୟା ଏକାଦଶୀ ପଡ଼େ। ବର୍ଷସାରା ପ୍ରତି ମାସରେ ଏକାଦଶୀ ପଡ଼େ ଓ ଏହି ପ୍ରକାର ସମୁଦାୟ 24 ତି ଏକାଦଶୀ ପଡ଼େ। ପାଞ୍ଜି ଅନୁସାରେ ପ୍ରତି ବର୍ଷ ମାଘ ମାସରେ ଶୁକ୍ଳ ପକ୍ଷର ଏକାଦଶୀକୁ ଜୟା ଏକାଦଶୀ କୁହନ୍ତି। ବିଶ୍ବାସ ଅଛି ଯେ ଜୟା ଏକାଦଶୀର ବ୍ରତ କରିବା ଦ୍ବାରା ବ୍ୟକ୍ତିକୁ ବ୍ରହ୍ମହତ୍ୟାର ପାପରୁ ମୁକ୍ତି ମିଳିପାରେ।
କୁମ୍ଭ ସଂକ୍ରାନ୍ତି: 12 ଫେବ୍ରୁୟାରୀ, 2025 ଦିନ କୁମ୍ଭ ସଂକ୍ରାନ୍ତି ପଡ଼େ। ବର୍ଷସାରା ସମୁଦାୟ 12ତି ସଂକ୍ରାନ୍ତି ପଡ଼େ ଓ ପ୍ରତି ସଂକ୍ରାନ୍ତିର ନିଜର ମହତ୍ଵ ଅଛି ଓ ସୂର୍ଯ୍ୟ ଗୋଟି ଗୋଟି କରି ପ୍ରତି ରାଶିରେ ଗୋଚର କରନ୍ତି। ଏହି ପ୍ରକାର ପାଖାପାଖି ଗୋଟିଏ ବର୍ଷରେ ନିଜର ପରିକ୍ରମା ସମାପ୍ତ କରନ୍ତି, କିନ୍ତୁ ଯେବେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରନ୍ତି ତେବେ ଏହାକୁ କୁମ୍ଭ ସଂକ୍ରାନ୍ତି କୁହାଯାଏ।
ସଂକଷ୍ଟୀ ଚତୁର୍ଥୀ: 16 ଫେବ୍ରୁୟାରୀ, 2025 ଦିନ ସଂକଷ୍ଟୀ ଚତୁର୍ଥୀ ବ୍ରତ କରାଯାଏ। ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କର ଆଶୀର୍ବାଦ ପାଇବା ପାଇଁ ସଂକଷ୍ଟୀ ଚତୁର୍ଥୀ ଦିନ ବ୍ରତ ଏବଂ ପୂଜା କରିବାର ବିଧି ଅଛି। ସଂକଷ୍ଟୀ ଚତୁର୍ଥୀର ଅର୍ଥ ହେଉଛି ସଙ୍କଟକୁ ଦୂର କରିବାର ଚତୁର୍ଥୀ। ଶ୍ରଦ୍ଧାଳୁ ନିଜର ଇଚ୍ଛା ପୂରଣ ଓ କଷ୍ଟରୁ ମୁକ୍ତି ପାଇବା ପାଇଁ ଏହି ତିଥି ଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତି।
ମହାଶିବରାତ୍ରି: 26 ଫେବ୍ରୁୟାରୀ ଦିନ ମହାଶିବରାତ୍ରି ପର୍ବ ପାଳନ ହୁଏ। ହିନ୍ଦୁ ଧର୍ମରେ ଏହି ପର୍ବକୁ ବହୁତ ଧୁମଧାମରେ ପାଳନ ହୁଏ। ମାଘ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥି ଦିନ ମହାଶିବରାତ୍ରି ପାଳନ ହୁଏ। ଉତ୍ତର ଭାରତୀୟ ପାଞ୍ଜି ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ କୁ ମହାଶିବରାତ୍ରି ଆୟୋଜିତ ହୁଏ।
ଫାଲଗୁନ ଅମାବାସ୍ୟା: 27 ଫେବ୍ରୁୟାରୀ ଦିନ ଫାଲଗୁନ ଅମାବାସ୍ୟା ପଡ଼େ। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସରେ ଆସିବାକୁ ଥିବା ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା ନାମରେ ଜଣାଯାଏ। ଏହି ଦିନ ପିତୃ ପୁରୁଷଙ୍କର ତର୍ପଣ କରିବା ପାଇଁ ବହୁତ ଶୁଭ କୁହଯାଏ। ଦାନ-ପୂଣ୍ୟ କରିବା ଦୃଷ୍ଟିରୁ ଏହି ଦିନ ବହୁତ ବିଶେଷ ଅଟେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଫେବ୍ରୁୟାରୀରେ ଆସିବାକୁ ଥିବା ବ୍ଯାଙ୍କ ଛୁଟିର ସୂଚୀ
ତିଥି | ଛୁଟି | ରାଜ୍ୟ |
02 ଫେବ୍ରୁୟାରୀ | ବସନ୍ତ ପଞ୍ଚମୀ | ହରିୟାଣା, ଓଡ଼ିଶା, ତ୍ରିପୁଅର ଓ ପଶ୍ଚିମ ବଙ୍ଗଳା |
12 ଫେବ୍ରୁୟାରୀ | ଗୁରୁ ରବିଦାସ ଜୟନ୍ତି | ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ମଧ୍ୟ ପ୍ରଦେଶ |
15 ଫେବ୍ରୁୟାରୀ | ଲୁଇ-ନଗାଇ-ନୀ | ମଣିପୁର |
19 ଫେବ୍ରୁୟାରୀ | ଛତ୍ରପତି ଶିବାଜି ମହାରାଜ ଜୟନ୍ତୀ | ମହାରାଷ୍ଟ୍ର |
20 ଫେବ୍ରୁୟାରୀ | ରାଜ୍ୟ ସ୍ଥାପନ ଦିବସ | ଅରୁଣାଚଳ ପ୍ରଦେଶ, ମିଜୋରାମ |
26 ଫେବ୍ରୁୟାରୀ | ମହାଶିବରାତ୍ରି | ରାତ୍ରିୟ ଛୁଟି ଏହି ରାଜୀଙ୍କୁ ଛାଡ଼ି– ଆନ୍ଧ୍ରା ପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ଗୋଆ, ଲକ୍ଷଦ୍ବୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ପୋଣ୍ଡୀଚେରି, ତାମିଲନାଡୁ, ପଶ୍ଚିମ ବଙ୍ଗଳା |
28 ଫେବ୍ରୁୟାରୀ | ଲୋସାର | ସିକ୍କିମ |
ଫେବ୍ରୁୟାରୀ ରେ ବିବାହ ମୁହୂର୍ତ
ଦିନ ଏବଂ ତାରିଖ | ନକ୍ଷତ୍ର | ମୂହୁର୍ତ୍ତର ସମୟ |
02 ଫେବ୍ରୁୟାରୀ, ରବିବାର | ଉତ୍ତରାଭାଦ୍ରପଦ ଓ ରେବତୀ | ସକାଳ 09:13 ମିନିଟ ରୁ ପରବର୍ତ୍ତୀ ସକାଳ 07:09 ମିନିଟ ପର୍ଯ୍ୟନ୍ତ |
03 ଫେବ୍ରୁୟାରୀ, ସୋମବାର | ରେବତୀ | ସକାଳ 07:09 ମିନିଟ ରୁ ସନ୍ଧ୍ୟା 05:40 ମିନିଟ ପର୍ଯ୍ୟନ୍ତ |
06 ଫେବ୍ରୁୟାରୀ, ଗୁରୁବାର | ରୋହିଣୀ | ସକାଳ 07:29 ମିନିଟ ରୁ ପରବର୍ତ୍ତୀ ସକଳ 07:08 ମିନିଟ ପର୍ଯ୍ୟନ୍ତ |
07 ଫେବ୍ରୁୟାରୀ, ଶୁକ୍ରବାର | ରୋହିଣୀ | ସକାଳ 07:08 ମିନିଟ ରୁ ସନ୍ଧ୍ୟା 04:17 ମିନିଟ ପର୍ଯ୍ୟନ୍ତ |
12 ଫେବ୍ରୁୟାରୀ, ବୁଧବାର | ମଘା | ରାତି 01:58 ମିନିଟ ରୁ ସକାଳ 07:04 ମିନିଟ ପର୍ଯ୍ୟନ୍ତ |
13 ଫେବ୍ରୁୟାରୀ, ଗୁରୁବାର | ମଘା | ସକାଳ 07:03 ମିନିଟ ରୁ ସକାଳ 07:31 ମିନିଟ ପର୍ଯ୍ୟନ୍ତ |
14 ଫେବ୍ରୁୟାରୀ, ଶୁକ୍ରବାର | ଉତ୍ତରା ଫାଲ୍ଗୁନୀ | ରାତି 11:09 ମିନିଟ ରୁ ସକାଳ 07:03 ମିନିଟ ପର୍ଯ୍ୟନ୍ତ |
15 ଫେବ୍ରୁୟାରୀ, ଶନିବାର | ଉତ୍ତରା ଫାଲ୍ଗୁନୀ ଓ ହସ୍ତ | ରାତି 11:51 ମିନିଟ ରୁ ସକାଳ 07:02 ମିନିଟ ପର୍ଯ୍ୟନ୍ତ |
16 ଫେବ୍ରୁୟାରୀ, ରବିବାର | ହସ୍ତ | ସକାଳ 07 ରୁ ସକାଳ 08:06 ମିନିଟ ପର୍ଯ୍ୟନ୍ତ |
18 ଫେବ୍ରୁୟାରୀ, ମଙ୍ଗଳବାର | ସ୍ଵାତି | ସକାଳ 09:52 ମିନିଟ ରୁ ପରବର୍ତ୍ତୀ ସକାଳ 07 ପର୍ଯ୍ୟନ୍ତ |
19 ଫେବ୍ରୁୟାରୀ, ବୁଧବାର | ସ୍ଵାତି | ସକାଳ 06:58 ମିନିଟ ରୁ ସକାଳ 07:32 ମିନିଟ ପର୍ଯ୍ୟନ୍ତ |
21 ଫେବ୍ରୁୟାରୀ, ଶୁକ୍ରବାର | ଅନୁରାଧା | ସକାଳ 11:59 ମିନିଟ ରୁ ଦ୍ଵିପ୍ରହର 03:54 ମିନିଟ ପର୍ଯ୍ୟନ୍ତ |
23 ଫେବ୍ରୁୟାରୀ, ରବିବାର | ମୂଳ | ଦ୍ଵିପ୍ରହର 01:55 ମିନିଟ ରୁ ସନ୍ଧ୍ୟା 06:42 ମିନିଟ ପର୍ଯ୍ୟନ୍ତ |
25 ଫେବ୍ରୁୟାରୀ, ମଙ୍ଗଳବାର | ଉତ୍ତରାଷାଢ଼ା | ସକାଳ 08:15 ମିନିଟ ରୁ ସନ୍ଧ୍ୟା 06:30 ମିନିଟ ପର୍ଯ୍ୟନ୍ତ |
ଫେବ୍ରୁୟାରୀ ରେ ହେବାକୁ ଥିବା ଗ୍ରହଣ ଓ ଗୋଚର
ଫେବ୍ରୁୟାରୀ 2025 ରେ ପଡ଼ିବାକୁ ଥିବା ବ୍ଯାଙ୍କ ଛୁଟି ଓ ବ୍ରତ ପର୍ବ-ପର୍ବାଣିର ଠିକ ତିଥି ବିଷୟରେ ଆପଣଙ୍କୁ ବିସ୍ତୃତରେ ସୂଚନା ପ୍ରଦାନ କରାଯାଇଛି ଓ ଏବେ ଆମେ ଆପଣଙ୍କୁ ଏହି ମାସରେ ହେବାକୁ ଥିବା ଗୋଚର ଓ ଲାଗିବାକୁ ଥିବା ଗ୍ରହଣ ଇତ୍ୟାଦି ବିଷୟରେ କହିବାକୁ ଯାଉଛୁ।
ବୃହସ୍ପତି ମାର୍ଗୀ: 04 ଫେବ୍ରୁୟାରୀ, 2025 ଦିନ ବୃହସ୍ପତି ମିଥୁନ ରାଶି ରେ ମାର୍ଗଉ ହେବାକୁ ଯାଉଛନ୍ତି। ବୈଦିକ ଜ୍ଯୋତିଷ ଅନୁସାରେ ବୃହସ୍ପତି ଗ୍ରହଙ୍କୁ ଗୁରୁଙ୍କର କାରକ କୁହଯାଏ। ତାଙ୍କର ମାର୍ଗୀ ହେବାର ପ୍ରଭାବ ସମସ୍ତ 12ତି ରାଶି ଉପରେ ଦେଖିବାକୁ ମିଳିବ।
ବୁଧ ଗୋଚର: 11 ଫେବ୍ରୁୟାରୀ, 2025 ଦୋନ ବୁଧ ଶନିଙ୍କର ରାଶି କୁମ୍ଭରେ ଗୋଚର କରିବେ। ବୁଧଙ୍କୁ ଜ୍ଯୋତିଷଶାସ୍ତ୍ରରେ ବୁଦ୍ଧିର କାରକ କୁହଯାଏ। ବୁଧଙ୍କର ବ୍ୟବସାୟ ଉପରେ ମଧ୍ୟ ଗମ୍ଭିର ପ୍ରଭାବ ପଡ଼ିଥାଏ।
ସୂର୍ଯ୍ୟ ଗୋଚର: 12 ଫେବ୍ରୁୟାରୀ, 2025 ଦିନ ସୂର୍ଯ୍ୟ ଦେବ କୁମ୍ଭ ରାଶିରେ ଗୋଚର କରିବେ। ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସଫଳତାର କାରକ ବୋଲି ବିବେଚନା କରାଯାଏ।
ଶନି ଅସ୍ତ: 22 ଫେବ୍ରୁୟାରୀ, 2025 ଦିନ ଶନି ଦେବ ନିଜ ରାଶି କୁମ୍ଭରେ ଅସ୍ତ ହେଉଛନ୍ତି। ଯେତେବେଳେ ଶନି ଅସ୍ତ ହେବେ, ସମସ୍ତ 12ଟି ରାଶିର ଲୋକଙ୍କ ଜୀବନରେ ଉତ୍ଥାନ-ପତନ ଆସିବ।
ମଙ୍ଗଳ ମାର୍ଗୀ: 24 ଫେବ୍ରୁୟାରୀ, 2025 ଦିନ ମଙ୍ଗଳ ଗ୍ରହ ବୁଧଙ୍କ ରାଶି ମିଥୁନରେ ମାର୍ଗୀ ହେବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହକୁ ଆକ୍ରମଣାତ୍ମକ ଏବଂ ସାହସର କାରକ କୁହାଯାଏ।
ବୁଧ ଉଦୟ: 26 ଫେବ୍ରୁୟାରୀ, 2025 ଦିନ ବୁଧ ଗ୍ରହ କୁମ୍ଭ ରାଶି ରେ ଉଦୟ ହେବେ। ବୁଧ ଗ୍ରହ ଉଦୟ ହେଲେ, ଏହି ଗୋଚର 12 ଟି ରାଶି ମଧ୍ୟରୁ କିଛି ରାଶି ପାଇଁ ସକାରାତ୍ମକ ପ୍ରମାଣିତ ହେବ, ଯେତେବେଳେ କି କିଛି ଲୋକଙ୍କୁ ନକାରାତ୍ମକ ଫଳାଫଳ ମିଳିପାରେ।
ବୁଧ ଗୋଚର: 27 ଫେବ୍ରୁୟାରୀ, 2025 ଦିନ ବୁଧ ଗ୍ରହ ମୀନ ରାଶିରେ ଗୋଚର କରିବେ। ଫେବ୍ରୁୟାରୀ ମାସ ବୁଧ ଗୋଚର ଦୃଷ୍ଟିରୁ ବହୁତ ମହତ୍ୱପୂର୍ଣ ରହିବ।
ଟିପନ୍ତୁ: ଗୋଚର ପଡ଼େ ଗ୍ରହ ବିଷୟରେ କହିଲେ ଫେବ୍ରୁୟାରୀ 2025ରେ କୌଣସଈ ଗ୍ରହଣ ଲାଗୁ ନାହିଁ।
ସମସ୍ତ 12 ତି ରାଶି ପାଇଁ ଫେବ୍ରୁୟାରୀ ମାସର ରାଶିଫଳ
ମେଷ ରାଶି
ଏହି ମାସରେ ଆପଣଙ୍କୁ ମିଶ୍ରିତ ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି ଏବଂ ଆପଣଙ୍କର ଆୟ ବୃଦ୍ଧି ପାଇବ।
କ୍ୟାରୀଅର: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଜ୍ଞାନ ଏବଂ ବୁଦ୍ଧି ପ୍ରଶଂସା କରାଯିବ। ଏହି ମାସରେ ଆପଣଙ୍କ ଉପରେ କାମର ଚାପ ବହୁତ ଥାଇପାରେ। ବ୍ୟବସାୟୀମାନେ ବିଦେଶୀ ସମ୍ପର୍କରୁ ଲାଭ ପାଇବେ।
ଶିକ୍ଷା: ଛାତ୍ରମାନେ କଠିନ ପରିଶ୍ରମ କରିବା ପରେ ହିଁ ଭଲ ଫଳାଫଳ ପାଇପାରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ପାରିବାରିକ ଜୀବନ : ଏହି ମାସରେ ପାରିବାରିକ ଜୀବନ ସୁଖମୟ ରହିବ। ପରିବାରର ସଦସ୍ୟଙ୍କ ମଧ୍ୟରେ ତାଳମେଳ ଭଲ ରହିବ।
ପ୍ରେମ ଓ ବୈବାହିକ ଜୀବନ: ମେଷ ରାଶିର ବ୍ୟକ୍ତିମାନଙ୍କୁ ଏହି ମାସରେ ପ୍ରେମ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ। ପରସ୍ପର ମଧ୍ୟରେ ଯୁକ୍ତିତର୍କ ହୋଇପାରେ। ବିବାହିତ ଲୋକଙ୍କ ବିଷୟରେ କହିବାକୁ ଗଲେ, ଆପଣଙ୍କୁ ଆପଣଙ୍କ ସାଥୀଙ୍କ ସହିତ ରୋମାଣ୍ଟିକ ସମୟ ବିତାଇବାର ସୁଯୋଗ ମିଳିବ।
ଆର୍ଥିକ ଜୀବନ: ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହେବାର ସଙ୍କେତ ଅଛି। ଆପଣ ପଇସା ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ।
ସ୍ବାସ୍ଥ୍ୟ: ଆପଣ ସଂକ୍ରମିତ ହୋଇପାରନ୍ତି। ଆପଣ ନିଜର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
ଉପାୟ: ଆପଣଙ୍କୁ ବୁଧବାର ଦିନ ସନ୍ଧ୍ୟା ବେଳେ କଳା ସୋରିଷ ଦାନ କରିବା ଉଚିତ।
ବୃଷ ରାଶି
ଏହି ରାଶିର ଲୋକଙ୍କ ପାଇଁ ଫେବୃଆରୀ ମାସ ଅନୁକୂଳ ହେବାକୁ ଯାଉଛି। ତଥାପି, ଆପଣଙ୍କୁ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। ଅଫିସରେ କାହା ସହିତ ଆପଣଙ୍କର ଯୁକ୍ତିତର୍କ ହୋଇପାରେ। ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଉନ୍ନତ ହେବ। ଆପଣ ଭଲ ଭାବରେ ଚିନ୍ତା କରିପାରିବେ ଏବଂ ଲୋକଙ୍କ ପାଇଁ ଭଲ କରିପାରିବେ।
କ୍ୟାରୀଅର: ଆପଣ ନିଜର କାମରେ କଠିନ ପରିଶ୍ରମ କରିବେ କିନ୍ତୁ ଆପଣଙ୍କର କଠିନ ପରିଶ୍ରମର ଫଳ ପାଇବେ ନାହିଁ। ଏହି ମାସ ବ୍ୟବସାୟୀମାନଙ୍କ ପାଇଁ ଭଲ ହେବ। ଆପଣଙ୍କ ବ୍ୟବସାୟରୁ ଆପଣଙ୍କୁ ଭଲ ଲାଭ ମିଳିବ।
ଶିକ୍ଷା: ଫେବ୍ରୁୟାରୀ 2025ରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠପଢ଼ାରେ ଆଦୌ ଧ୍ୟାନ ଦେଇପାରିବେ ନାହିଁ କିମ୍ବା ଆବଶ୍ୟକତାଠାରୁ ଅଧିକ ଧ୍ୟାନ ଦେବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି।
ପାରିବାରିକ ଜୀବନ: ପରିବାରରେ ସମସ୍ୟା ହେବାର ସମ୍ଭାବନା ଅଛି। ଆପଣ ଆପଣଙ୍କର କାମରେ ଏତେ ବ୍ୟସ୍ତ ରହିବେ ଯେ ଆପଣ ନିଜର ପରିବାରକୁ ସମୟ ଦେଇପାରିବେ ନାହିଁ।
ପ୍ରେମ ଓ ବୈବାହିକ ଜୀବନ: ପ୍ରେମରେ ଆପଣଙ୍କୁ ପ୍ରତାରଣା ସାମ୍ନା କରିବାର ସମ୍ଭାବନା ଅଛି। ଆପଣ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ଏବଂ ସନ୍ଦେହ ସୃଷ୍ଟି ହୋଇପାରେ।
ଆର୍ଥିକ ଜୀବନ: ଆପଣଙ୍କର ରୋଜଗାର ଭଲ ଲାଭ ଦେଖାଇବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ସ୍ବାସ୍ଥ୍ୟ: ଆପଣଙ୍କୁ ପେଟ ସହିତ ଜଡ଼ିତ ସମସ୍ଯା ପ୍ରତି ସାବଧାନ ରହିବାକୁ ଜେଣ। ଆପଣଙ୍କୁ ପେଟର ସଂକ୍ରମଣ ଓ ପେଟରେ ଦରଜ, ବଦ୍ହଜମି, ଏସିଡିଟି ସମସ୍ଯା ହୋଇପାରେ।
ଉପାୟ: ଆପଣଙ୍କୁ ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ଉଚିତ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଫେବ୍ରୁୟାରୀ 2025 ଉତ୍ଥାନ-ପତନରେ ପରିପୂର୍ଣ୍ଣ ହେବାକୁ ଯାଉଛି। କ୍ରୋଧ ଯୋଗୁଁ, ଆପଣଙ୍କ କର୍ମକ୍ଷେତ୍ରରେ ଏବଂ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ।
କ୍ୟାରୀଅର: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ଆପଣଙ୍କର ବ୍ୟବହାର ଭଲ ରହିବ। 27 ତାରିଖ ପଡ଼େ ଆପଣଙ୍କର କାର୍ଯ୍ୟସ୍ଥଳରେ କିଛି ବିବାଦ ହୋଇପାରେ।
ଶିକ୍ଷା: ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଉଚ୍ଚ ସଫଳତା ମିଳିବାର ଯୋଗ ଅଛି। ପ୍ରତିଯୋଗି ପରିକ୍ଷାର ପ୍ରସ୍ତୁତି କରୁଥିବା ବିଦ୍ୟାର୍ଥୀ ନିଶ୍ଚିତ ସଫାଳ ହେବେ।
ପାରିବାରିକ ଜୀବନ: ଆପଣଙ୍କ ପାରିବାରିକ ଖୁସି ହ୍ରାସ ପାଇପାରେ। ପରିବାରର ବୟସ୍କ ସଦସ୍ୟମାନେ ସ୍ୱାସ୍ଥ୍ୟ ସମସ୍ୟା ଦ୍ୱାରା ଚିନ୍ତିତ ହୋଇପାରନ୍ତି।
ପ୍ରେମ ଓ ବୈବାହିକ ଜୀବନ: ଆପଣ ଆପଣଙ୍କ ସାଥୀଙ୍କ ସହିତ ଖୁସି ରହିବେ ଏବଂ ଆନନ୍ଦମୟ ସମୟ କଟିବେ । ମାସର ଶେଷ ଭାଗରେ କିଛି ସମସ୍ୟା ଦେଖାଦେଇପାରେ।
ଆର୍ଥିକ ଜୀବନ: ଏହି ମାସରେ ଆପଣ ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ଦେଖିବେ। ତଥାପି, ଆପଣ ଆପଣଙ୍କର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବେ।
ସ୍ବାସ୍ଥ୍ୟ: ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବାରମ୍ବାର ହଇରାଣ କରିବ। ଆପଣଙ୍କର ବିପି, ଚର୍ମ ସମ୍ବନ୍ଧୀୟ ସମସ୍ୟା, ଯେକୌଣସି ଆଲର୍ଜି ହେବାର ଆଶଙ୍କା ଅଛି।
ଉପାୟ: ଆପଣଙ୍କୁ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ପ୍ରତିଦିନ ଜପ କରିବା ଉଚିତ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ଖର୍ଚ୍ଚ ବୃଦ୍ଧି ପାଇବ କିନ୍ତୁ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ। ଏହି ମାସଟି ମଜା କରି ଏବଂ ବିଳାସରେ ବିତାଇ ପାରିବେ।
କ୍ୟାରୀଅର: ଏହି ମାସରେ ଆପଣଙ୍କୁ କାମ ପାଇଁ ଏଣେତେଣେ ଦୌଡ଼ିବାକୁ ପଡ଼ିପାରେ। ଆପଣଙ୍କର ଦରମା ବଢ଼ିପାରେ।
ଶିକ୍ଷା: ବିଦ୍ୟାର୍ଥୀ ଙ୍କୁ ବିଦେଶ ଯାଇ ପଢ଼ିବାରେ ସଫଳତା ମିଳିପାରେ। ପରିଶ୍ରମ ଦ୍ବାରା ଆପଣ ପଢ଼ାରେ ନିଜର ପ୍ରଦର୍ଶନକୁ ଭଲ କରି ପାରିବେ।
ପାରିବାରିକ ଜୀବନ: ପରିବାରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ରହିବ। ପରିବାରର ଲୋକ ପରସ୍ପର ସହିତ ଭଲ ସମୟ କାଟିବେ।
ପ୍ରେମ ଓ ବୈବାହିକ ଜୀବନ: ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଦୂରତା ବଢ଼ିପାରେ। ଆପଣ ନିଜର ପ୍ରେମୀ ସହିତ ବିବାହ ବିଷୟରେ କଥା ହେବେ।
ଆର୍ଥିକ ଜୀବନ: ଆପଣଙ୍କ ପାଇଁ ଏହି ମାସ ଖର୍ଚ୍ଚରେ ଭରପୁର ରହିବ। ଖର୍ଚ୍ଚକୁ ସମ୍ଭାଳିବା ଆପଣଙ୍କ ପାଇଁ କଷ୍ଟକର ହେବ। ଆପଣଙ୍କ ପାଇଁ ଧନହାନି ହେବାର ଯୋଗ ମଧ୍ୟ ଅଛି ।
ସ୍ବାସ୍ଥ୍ୟ: ଆପଣ ମାନସିକ ଚାପର ଶିକାର ହୋଇପାରନ୍ତି। ବ୍ୟାୟାମ ଓ ଭୋର ରୁ ଉଠି ଚାଲନ୍ତୁ। ନୂଆ ଜୀବନଶୈଳୀ ଆପଣାଇବା ରୁ ମଧ୍ୟ ଲାଭ ହେବ।
ଉପାୟ: ବୃହସ୍ପତିବାର ଦିନ ବ୍ରାହ୍ମଣଙ୍କୁ ଭୋଜନ କରିବା ଉଚିତ।
ସିଂହ ରାଶି
ଏହି ମାସରେ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିପାରେ। ବୈବାହିକ ସମ୍ବନ୍ଧ ପାଇଁ ମଧ୍ୟ ଏହି ସମୟ ଉତ୍ଥାନ-ପତନ ରେ ଭରପୁର ରହିବ।
କ୍ୟାରୀଅର: କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନର ସ୍ଥିତି ଆସିପାରେ। ଆପଣଙ୍କର ଧ୍ୟାନ କାମରେ ଲାଗିବ ନାହିଁ/
ବ୍ୟବସାୟୀମଳୟ ଦୀର୍ଘକଲିଂ ଯୋଜନା ରୁ ଲାଭ ମିଳିପାରେ।
ଶିକ୍ଷା: ଆପଣ ଯାହା ଶିଖିଛନ୍ତି ଓ ପଢ଼ିଛନ୍ତି, ତାହା ଆପଣଙ୍କର କାମରେ ଆସିବ। ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ।
ପାରିବାରିକ ଜୀବନ: ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତି କିମ୍ବା କୌଣସି ଅନ୍ୟ ମାମଲାକୁ ନେଇ ମତଭେଦ ହୋଇପାରେ।
ପ୍ରେମ ଓ ବୈବାହିକ ଜୀବନ: ଆପଣଙ୍କର ପ୍ରେମ ସମ୍ବନ୍ଧରେ ଉତ୍ଥାନ-ପତନ ଆସିବାର ଆଶଙ୍କା ଅଛି। ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଝଗଡ଼ା ହୋଇପାରେ।
ଆର୍ଥିକ ଜୀବନ: ଆପଣଙ୍କୁ ଟଙ୍କା ଜମା କରିବାରେ ସମସ୍ୟା ହୋଇପାରେ। ଏହି ସମୟରେ ଆପଣ କୌଣସି ପ୍ରକାରର ନିବେଶ କରିବାରୁ ଦୂରେଇ ରହିବା ଉଚିତ।
ସ୍ବାସ୍ଥ୍ୟ: ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ। ଭୁଲ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି।
ଉପାୟ: ଶୁକ୍ରବାର ଦିନ ଛୋଟ କନ୍ୟାଙ୍କୁ କିଛି ଧଳା ଖାଇବା ଜିନିଷ ଉପହାର ଦିଅନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
ଆପଣଙ୍କର ବୈବାହିକ ଜୀବନରେ ଉତ୍ଥାନ-ପତନ ଆସିବାର ଆଶଙ୍କା ଅଛି। ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆପଣ ଏବଂ ଆପଣଙ୍କର ପିଲାମାନଙ୍କର ବୁଦ୍ଧି ବୃଦ୍ଧି ପାଇବ ଏବଂ ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଅଧିକ ଦୃଢ଼ ହେବ।
କ୍ୟାରୀଅର: ଆପଣଙ୍କୁ ପଦୋନ୍ନତି ମିଳିପାରେ। ଆପଣଙ୍କର ସମ୍ବନ୍ଧ ଏପରି ଲୋକଙ୍କ ସହିତ ହେବ ଯିଏ ଆଗକୁ ଯାଇ ଆପଣଙ୍କର ବ୍ୟବସାୟ ବଢ଼ାଇବାରେ ସାହାଜ୍ୟ କରିବେ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଉତ୍କୃଷ୍ଟ ଫଳାଫଳ ମିଳିବାର ସମ୍ଭାବନା ଅଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ପାଇପାରିବେ।
ପାରିବାରିକ ଜୀବନ : ପରିବାରର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିରେ ବୃଦ୍ଧି ହେବ। ଏହି ସମୟରେ ଆପଣଙ୍କ ପିଲାମାନେ ପ୍ରଗତି କରିବେ ଏବଂ ଆପଣଙ୍କ ଭାଇ ଭଉଣୀମାନଙ୍କର ସମସ୍ୟା ମଧ୍ୟ ଶେଷ ହେବ।
ପ୍ରେମ ଓ ବୈବାହିକ ଜୀବନ: ଆପଣ ନିଜର ପାର୍ଟନର ସହିତ ଯେଉଁଠିକୁ ବୁଲିବାକୁ ଯାଇ ପାରନ୍ତି। ବିବାହିତ ଲୋକଙ୍କ ପାଇଁ ଫେବ୍ରୁୟାରୀ 2025 ରେ ଉତ୍ଥାନ-ପତନ ରହିବ।
ଆର୍ଥିକ ଜୀବନ: ଆପଣଙ୍କର ରୋଜଗାର ଲଗାତାର ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ କାମ ବଢ଼ିବା ଯୋଗୁଁ ଆପଣଙ୍କ ପାଇଁ ଧନ ପ୍ରାପ୍ତିର ଯୋଗ ତିଆରି ହେବ।
ସ୍ବାସ୍ଥ୍ୟ: ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯାକୁ ଅଣଦେଖା କରିବାରୁ ଦୂରେଇ ରହିବା ଉଚିତ କାରଣ ଟିକେ ଅବହେଳା କରିଲେ ଆପଣଙ୍କୁ ସମସ୍ଯା ହୋଇପାରେ।
ଉପାୟ: ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ମାସର ଆରମ୍ଭରୁ ନେଇ ଅଣ୍ଟା ପର୍ଯ୍ୟନ୍ତ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କର ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି।
କ୍ୟାରୀଅର: ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ଆପଣଙ୍କର ଚାକିରିରେ ପରିବର୍ତନର ଯୋଗ ସୃଷ୍ଟି ହେବ।
ଶିକ୍ଷା: ଆପଣଙ୍କୁ ଅନୁଶାସନରେ ରହି ଟାଇମ ଟେବଲ ତିଆରି କରି ପଢ଼ିବାକୁ ପରାମର୍ଶ ଦିଅଯାଇଛି। ଆପଣଙ୍କୁ ନିଜର ଭୁଲର ଅନୁଭବ ହେବ ଓ ଆପଣ ଏହି ଭୁଲ କୁ ଦୂର କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ।
ପାରିବାରିକ ଜୀବନ : ପାରିବାରିକ ଜୀବନରେ ଆସୁଥିବା ସମସ୍ଯା ଦୂର ହେବ। ଆପଣଙ୍କୁ ବଡ଼ଙ୍କର ଆଶୀର୍ବାଦ ସହିତ ତାଙ୍କର ମାର୍ଗଦର୍ଶନ ମଧ୍ୟ ମିଳିବ।
ପ୍ରେମ ଓ ବୈବାହିକ ଜୀବନ: ଆପଣ ପରସ୍ପରକୁ ବୁଝିବେ ଓ ପରସ୍ପରର ଜୀବନରେ ନିଜର ଯୋଗାଡଅଁ ଦେବାକୁ ପ୍ରୟାସ କରିବେ। ଏହା ଦ୍ବାରା ଆପଣଙ୍କର ପ୍ରେମ ସମ୍ବନ୍ଧ ଦୃଢ଼ ହେବାକୁ ସୁଯୋଗ ମିଳିବ।
ଆର୍ଥିକ ଜୀବନ: ଅପନଙ୍କଟ ଆର୍ଥିକ ସ୍ଥିତି ଦୃଢ଼ ହେବ ଓ ଆପଣଙ୍କୁ ଧନ ପ୍ରାପ୍ତ ହୋଇଚାଲିବ। ଆପଣଙ୍କର ରୋଜାଗାର ବଢ଼ିବ।
ସ୍ବାସ୍ଥ୍ୟ: ଆପଣଙ୍କର ଶାରୀରିକ ସମସ୍ଯା ବଢ଼ିବାର ସଙ୍କେତ ଅଛି। ଏହି ମାସରେ ଆପଣଙ୍କୁ ପେଟ ସହିତ ଜଡ଼ିତ ରୋଗ, ହଜମ ସମସ୍ଯା, ଏସିଡିଟି, ପାଚନ ଜନ୍ତ୍ର ସମ୍ବନ୍ଧିତ ସମସ୍ତ, ଆଖିରେ ସମୟ, ଓ ମାନସିକ ଚାପ ହଇରାଣ କରିପାରେ।
ଉପାୟ: ଆପଣଙ୍କୁ ପ୍ରତିଦିନ ମା ଦୂର୍ଗାଙ୍କର ଉପାସନା କରିବା ଉଚିତ।
ବିଛା ରାଶି
ଏହି ମାସରେ ଆପଣଙ୍କୁ ଶାରୀରିକ ସମସ୍ଯା ପ୍ରତି ସତର୍କ ରହିବାକୁ ହେବ। ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ। ପାରିବାରିକ ଓ ବୈବାହିକ ସମ୍ବନ୍ଧ ସୁଧାରନ୍ତୁ।
କ୍ୟାରୀଅର: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୁଦ୍ଧିକୁ ପ୍ରଶଂସା କରାଯିବ। ଆପଣଙ୍କୁ ନିଜର ସହକର୍ମୀଙ୍କର ସହଯୋଗ ମିଳିବ।
ଶିକ୍ଷା: ପଢ଼ାରେ ଆପଣଙ୍କର ଧ୍ୟାନ କମ ଲାଗିବ। ଏହା ଦ୍ବାରା ଆପଣଙ୍କୁ କ୍ଷତି ହୋଇପାରେ। ବନ୍ଧୁଙ୍କ ସହିତ ବୁଲିବା, ମନୋରଞ୍ଜନ ଓ ସୋଶଲ ମିଡିଆରେ ସମୟ କାଟିବା, ଆପଣଙ୍କୁ ଅଧିକ ପସନ୍ଦ ଆସିବ।
ପାରିବାରିକ ଜୀବନ : ଆପଣଙ୍କର ମା’ଙ୍କର ସ୍ବାସ୍ଥ୍ୟ ଖରାୟ ହୋଇପାରେ ଓ ତାଙ୍କୁ କିଛି ସମସ୍ଯା ହୋଇପାରେ। ଏହା ଦ୍ବାରା ଆପଣଙ୍କର ମାନସିକ ଚିନ୍ତା ବଢ଼ିବ।
ପ୍ରେମ ଓ ବୈବାହିକ ଜୀବନ: ଆପଣଙ୍କର ପ୍ରେମ ବଢ଼ିବ। ଆପଣ ପରସ୍ପର ସହିତ ବହୁତ ଅଧିକ ସମୟ କାଟିବେ। ଆପଣଙ୍କର ପ୍ରେମ ବିବାହର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ।
ଆର୍ଥିକ ଜୀବନ: ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ ଓ ଆପଣଙ୍କର ରୋଜଗାର ମଧ୍ୟ ବଢ଼ିବ। ଆପଣଙ୍କୁ ଶେୟାର ମାର୍କେଟରେ ନିବେଶ କରିବା ଦ୍ବାରା ଭଲ ଲାଭ ମିଳିପାରେ।
ସ୍ବାସ୍ଥ୍ୟ: ଆପଣଙ୍କୁ ଛଅଟି ସଂକ୍ରମଣ କିମ୍ବା ପେଟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ। ଆପଣଙ୍କୁ କୌଣସଈ ଖଣ୍ଡିଆ ହେବା କିମ୍ବା ଦୁର୍ଘଟଣା ହେବାର ଆଶଙ୍କା ଅଛି।
ଉପାୟ: ଶନିବାର ଦିନ ଦିବ୍ୟାଙ୍ଗଙ୍କୁ ଭୋଜନ କରାନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଆପଣଙ୍କୁ ଏହି ମାସରେ ନିଜର କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ପାରିବାରିକ ସ୍ତରରେ ଅନେକ ସମସ୍ଯା ଆପଣଙ୍କର ମନୋବଳ ଖରାପ କରିବାର ଚେସ୍ଟା କରିବ।
କ୍ୟାରୀଅର: ଆପଣଙ୍କୁ ମଝିରେ ମଝିରେ କିଛି ଭଲ ସମାଚାର ମିଳିବ କିନ୍ତୁ ଆପଣଙ୍କର ବିରୋଧୀ ଆପଣଙ୍କୁ ହଇରାଣ କରିପାରେ। ବ୍ୟବସାୟୀ ଲୋକଙ୍କ ସହିତ ରାଗି କରି ବ୍ୟବହାର କରିପାରନ୍ତି, ଯାହା ତାଙ୍କର ବ୍ୟବସାୟ ପାଇଁ ଅନୁକୂଳ ହେବ ନାହିଁ।
ଶିକ୍ଷା: ଆପଣ ସାହସ ଓ ପରିଶ୍ରମ ଦ୍ବାରା ଶିକ୍ଷାରେ ମାନଲାଗି ପରିଣାମ ପ୍ରାପ୍ତ କରିପାରିବେ। ଉଚ୍ଚ ଶିକ୍ଷା କରୁଥିବା ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବାର ଯୋଗ ଅଛି।
ପାରିବାରିକ ଜୀବନ : ଆପଣଙ୍କ ପାଇଁ ନୂଆ ଗାଡ଼ି କିମ୍ବା ନୂଆ ସମ୍ପତି କିଣିବାର ଯୋଗ ସୃଷ୍ଟି ହେବ। ପାରିବା ଲୋକଙ୍କ ମଧ୍ୟରେ ପରସ୍ପରିକ ତାଳମେଳର ଅଭାବ ଦେଖିବାକୁ ମିଳିପାରେ।
ପ୍ରେମ ଓ ବୈବାହିକ ଜୀବନ: ଆପଣଙ୍କ ପାଇଁ ପ୍ରେମ ବିବାହର ଯୋଗ ସୃଷ୍ଟି ହେଉଛି। ଆପଣଙ୍କର ଜୀବନସଥୀ ପରିବାରରେ ଆପଣଙ୍କର ଯୋଗଦାନ ଦେବେ। ଆପଣଙ୍କର ଜୀବନସାଥୀକୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ।
ଆର୍ଥିକ ଜୀବନ: ଆପଣଙ୍କର ଆର୍ଥିକ ସ୍ଥିତିରେ ଉତ୍ଥାନ-ପତନ ରହିବ। ଆପଣଙ୍କୁ ଧନ ସଞ୍ଚୟ କରିବାରେ ସଫଳତା ମିଳିବ।
ସ୍ବାସ୍ଥ୍ୟ: ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ବଢ଼ିପାରେ। ଆପଣଙ୍କୁ ପେଟ ସହିତ ଜଡ଼ିତ ସମସ୍ଯା, ବଦ୍ହଜମି, ଆମାଶୟ ଜନିତ ସମସ୍ଯା, ପାଚନ ଜନ୍ତ୍ର ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ।
ଉପାୟ: ଆପଣଙ୍କୁ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଉଚିତ।
ମକର ରାଶି
ଆପଣଙ୍କୁ ଛୋଟ ଛୋଟ ଯାତ୍ରା କରିବାକୁ ପଡ଼ିପାରେ। ଆପଣଙ୍କର ବନ୍ଧୁଙ୍କ ସହିତ ଆପଣଙ୍କର ଘନିଷ୍ଠତା ବଢ଼ିବ।
କ୍ୟାରୀଅର: ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଜଡ଼ିତ ଲୋକଙ୍କ ସହିତ ଛୋଟ ଛୋଟ ପାର୍ଟି କରିବେ। ସେଥିରୁ ଆପଣଙ୍କର ସମ୍ବନ୍ଧ ମଧୁର ହେବ। ଏହା ଦ୍ବାରା ଆପଣଙ୍କର ପ୍ରଦର୍ଶନରେ ସୁଧାର ଆସିବାର ସମ୍ଭାବନା ଅଛି।
ଶିକ୍ଷା: ଆପଣ ଶିକ୍ଷା କ୍ଷେତ୍ରରେ ନିଜର ପ୍ରୟାସକୁ ବଢ଼ାଇବେ ଓ ଏହା ଦ୍ବାରା ଆପଣଙ୍କୁ ପରିକ୍ଷାରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ଶିକ୍ଷାରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ମିଳିବ।
ପାରିବାରିକ ଜୀବନ : ଫେବ୍ରୁୟାରୀ 2025 ରେ ପରିବାରରେ ଝଗଡ଼ା ଓ କ୍ଲେଶର ସ୍ଥିତି ଉତ୍ପନ୍ନ ହୋଇପାରେ। ଆପଣଙ୍କର ମାଙ୍କୁ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ପ୍ରେମ ଓ ବୈବାହିକ ଜୀବନ: ଆପଣ ନିଜର ଜୀବନସାଥୀର ପ୍ରେମରେ ବୁଡ଼ି ରହିଥିବାର ଦେଖାଯିବ। ଆପଣ ପ୍ରେମିକାଙ୍କ ଜ୍ଞାନରୁ ବହୁତ କିଛି ଶିଖିବାକୁ ଏବଂ ବୁଝିବାକୁ ପାଇବେ।
ଆର୍ଥିକ ଜୀବନ: ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ ଯାହା ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦୃଢ଼ ହେବ। ଆପଣ ଅଧିକ ପଇସା ସଞ୍ଚୟ କରିପାରିବେ।
ସ୍ବାସ୍ଥ୍ୟ: ଆପଣଙ୍କ ଭିତେ ରୋଗ ସହିତ ଲଢ଼ିବା ପାଇଁ ସାହସ ଓ କ୍ଷମତା ଆସିବ। ଆପଣଙ୍କୁ ପୁରୁଣା ରୋଗରୁ ମଧ୍ୟ ଆରାମ ମିଳିବ।
ଉପାୟ: ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିବା ଉଚିତ।
କୁମ୍ଭ ରାଶି
ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ଓ କାର୍ଯ୍ୟରେ ଡେରି ହୋଇପାରେ। ଏହି ସମୟରେ ଧନ ଲାଭ ମଧ୍ୟ ହେବ ଓ ଆପଣଙ୍କର ଧନ ଖର୍ଚ୍ଚ ମଧ୍ୟ ହେବ।
କ୍ୟାରୀଅର: ଆପଣଙ୍କର ଚାକିରି ଯାଇପାରେ କିମ୍ବା ଆପଣଙ୍କୁ ନୂଆ ଚାକିରି ମିଳିପାରେ। ଆପଣ ନିଜର ଚାକିରିରେ ଅଧିକ ପରିଶ୍ରମ କରିବେ। ଆପଣଙ୍କର ସହକର୍ମୀ ମଧ୍ୟ ଆପଣଙ୍କର ସାହାଜ୍ୟ କରିବେ।
ଶିକ୍ଷା: ଏହି ମାସରେ ଛାତ୍ର ମାନସିକ ରୂପରେ ଦୁଃଖରୁ ଦୂରେଇ ରହିବେ ଓ କୌଣସଈ ପ୍ରକାରର ମଧ୍ୟ କ୍ରୋଧ କରିବାରୁ ଦୂରେଇ ରହିବା ଉଚିତ ନଚେତ ଶିକ୍ଷାରେ ଉତ୍ଥାନ-ପତନ ଆସିପାରେ।
ପାରିବାରିକ ଜୀବନ : ପରିବାରର ସଦସ୍ୟ ପରସ୍ପର ସହିତ ମିଳିମିଶି ରହିବେ। ଆପଣଙ୍କର ପାରିବାରିକ ଜୀବନରେ ଖୁସି ରହିବ।
ପ୍ରେମ ଓ ବୈବାହିକ ଜୀବନ: ଆପଣଙ୍କର ପ୍ରେମ ସମ୍ବନ୍ଧରେ ଚାପ ଓ ବିବାଦର ସ୍ଥିତି ଆସିପାରେ। ଆପଣ ନିଜର ପାର୍ଟନର ଠାରୁ ଦୂରତା କମ କରିବାକୁ ଚେଷ୍ଟା କରିବେ।
ଆର୍ଥିକ ଜୀବନ: ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଆପଣ ନିଜର ସନ୍ତାନ ଉପରେ କିମ୍ବା ତାଙ୍କର ଶିକ୍ଷା ଉପରେ ଖର୍ଚ୍ଚ କରିପାରନ୍ତି। ବିବାହିତ ଲୋକଙ୍କର ମଧ୍ୟ ଖର୍ଚ୍ଚ ବଢ଼ିବ।
ସ୍ବାସ୍ଥ୍ୟ: ଆପଣଙ୍କୁ ଆଖି ସମ୍ବନ୍ଧିତ ସମସ୍ଯା, ଚର୍ମ ସହିତ ଜଡ଼ିତ ସମସ୍ଯା ଓ କୌଣସଈ ପ୍ରକାରର ସଂକ୍ରମଣ ହଇରାଣ କରିପାରେ।
ଉପାୟ: ରାହୁଙ୍କର ଦୁଷ୍ପ୍ରଭାବକୁ କମ କରିବା ପାଇଁ ମା ଦୂର୍ଗାଙ୍କର ପୂଜା କରିବା ଉଚିତ।
ମୀନ ରାଶି
ମୀନ ରାଶିର ଲୋକ ସମସ୍ଯା ସାମ୍ନା କରିବା ପାଇଁ ତତ୍ପର ରହିବେ। ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଦୂରତା କମ ହେବ। ବୈବାହିକ ସମ୍ବନ୍ଧ, ବୈବାହିକ ସମ୍ବନ୍ଧରେ ଉତ୍ଥାନ-ପତନ ରହିବ।
କ୍ୟାରୀଅର: ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କର ସହଯୋଗ ମିଳିବ ଓ ଆପଣଙ୍କର କାର୍ଯ୍ୟର ପ୍ରଶଂସା ମଧ୍ୟ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଭଲ ରହିବ।
ଶିକ୍ଷା: ଛାତ୍ରଙ୍କୁ ଫେବ୍ରୁୟାରୀ 2025ରେ ଅଳସୁଆ ହେବାରୁ ଦୂରେଇ ରହିବାକୁ ହେବ ଓ ବହୁତ ପରିଶ୍ରମ କରିବାକୁ ହେବ। ପ୍ରତିଯୋଗି ପରିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହି ମାସ ବହୁତ ଭଲ ରହିବ।
ପାରିବାରିକ ଜୀବନ : ଆପଣଙ୍କର ମାଙ୍କର ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ ଓ ପରିବାରରେ ପରିବେଶ ମଧ୍ୟ ଖରାପ ହୋଇପାରେ।
ପ୍ରେମ ଓ ବୈବାହିକ ଜୀବନ: ଆପଣଙ୍କର ପ୍ରେମ ସମ୍ବନ୍ଧ ଦୃଢ଼ ହେବ। ବିବାହିତ ଲୋକଙ୍କ ପାଇଁ ଏହି ମାସ ଦୁର୍ବଳ ରହିବ। ପରସ୍ପରଈକ ଝଗଡ଼ାର ସ୍ଥିତି ଆସିବ।
ଆର୍ଥିକ ଜୀବନ: ଆପଣଙ୍କ ପାଇଁ ବିଦେଶ ମାଧ୍ୟମରୁ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହେବ। ବ୍ୟବସାୟରୁ ଧନ ଲାଭ ହୋଇପାରେ।
ସ୍ବାସ୍ଥ୍ୟ: ଆପଣଙ୍କୁ ସମ୍ପୂର୍ଣ ମାସ ଅଳସୁଆମୀରୁ ଦୂରେଇ ରହିବାକୁ ହେବ। ଏହି ମାସରେ କୌଣସି ଭାଇରସ୍ ଜନିତ ସମସ୍ଯା ହୋଇପାରେ।
ଉପାୟ: ଆପଣଙ୍କୁ କୌଣସଈ ମନ୍ଦିରରେ ମଙ୍ଗଳବାର ଦିନ ବାନା ଲଗାଇବା ଉଚିତ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଫେବ୍ରୁୟାରୀରେ ପଡ଼ିବାକୁ ଥିବା ସଂକ୍ରାନ୍ତିକୁ କ’ଣ କୁହନ୍ତି?
ଏହାକୁ କୁମ୍ଭ ସଂକ୍ରାନ୍ତି କୁହାଯାଏ।
2. ଫେବ୍ରୁୟାରୀ ରେ କେଉଁ ପର୍ବ ପଡ଼େ?
ଏହି ମାସରେ ମହାଶିବରାତ୍ରି ପର୍ବ ପଡ଼ିବ।
3. କ’ଣ ଫେବ୍ରୁୟାରୀ ରେ ବିବାହ ପାଇଁ ମୁହୂର୍ତ ଅଛି?
ହଁ, ଫେବ୍ରୁୟାରୀ ରେ ବିବାହ ପାଇଁ ମୁହୂର୍ତ ଅଛି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025