ଆର୍ଥିକ ରାଶିଫଳ 2025

ପଇସା ହାତର ମଇଳା ନୁହେଁ ବରଂ ଶୁଖି ଜୀବନର ଆଧାର। ଯଦି ପଇସା ଅଛି ତେବେ ବ୍ୟକ୍ତି ଖୁସି ଅଛି, ନିଜ ଜୀବନରେ ଖୁସି ପ୍ରାପ୍ତ କରି ପାରିବ, ଓ ଯଦି ପଇସା ନାହିଁ ତେବେ ବ୍ୟକ୍ତିକୁ ନିଜର ଜୀବନରେ ବହୁ ପ୍ରକାରର ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି କି 2025ରେ ପଇସା ଆପଣଙ୍କ ପାଇଁ ଖୁସିର କାରଣ ହେବ ନା ଜୀବନରେ ଚାପ ଉଠାଇବାକୁ ପଡ଼ିବ ତେବେ ଆପଣ ଠିକ ଜାଗାକୁ ଆସିଛନ୍ତି କାରଣ ଆର୍ଥିକ ରାଶିଫଳ 2025ରେ ଆମେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ।

ପଢ଼ନ୍ତୁ ଆର୍ଥିକ ରାଶିଫଳ 2025 ଓ ଜାଣନ୍ତୁ ବର୍ଷ 2025ରେ ଆପଣଙ୍କର ଆର୍ଥିକ ଜୀବନ କିପରି ରହିବ!

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

हिंदी में पढ़ें: आर्थिक राशिफल 2025

ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଓ ଆମର ବିଦ୍ବାନ ଜ୍ଯୋତିଷଙ୍କ ଦ୍ବାରା ପ୍ରସ୍ତୁତ ଗ୍ରହ ନକ୍ଷତ୍ରଙ୍କର ଚଳନ, ସ୍ଥିତିର ଗଣନା କରିବା ପରେ ପ୍ରସ୍ତୁତ କରାଯାଇ ଥିବା ଆମର ଏହି ବିଶେଷ ଆର୍ଥିକ ରାଶିଫଳ 2025 ଲେଖା ସମସ୍ତ 12 ଟି ରାଶିର ଭବିଷ୍ୟତର ଆର୍ଥିକ ସ୍ଥିତି ବିଷୟରେ ମହତ୍ଵପୂରଣ ଭବିଷ୍ୟବାଣୀ ପ୍ରଦାନ କରିବ। ଏହା ବ୍ୟତୀତ ଏହା ଜାଣିବାକୁ ମଧ୍ୟ ଉତ୍ସୁକତା ରହିବ ଯେ ଏହି ବର୍ଷ ଆପଣଙ୍କ ପାଇଁ ବିନିଯୋଗ କରିବା ଅନୁକୂଳ ରହିବ କିମ୍ବା ନାହିଁ ଯାହା ଦ୍ବାରା ଆପଣଙ୍କର ଆସନ୍ତା ସମୟ ପାଇଁ ଖର୍ଚ୍ଚର ଯୋଜନା ପ୍ରସ୍ତୁତ ହୋଇପାରିବ ଓ ଆର୍ଥିକ ଜୀବନରେ ଆସିବାକୁ ଥିବା ଉତ୍ଥାନ-ପତନକୁ ନେଇ ଆପଣ ପ୍ରଥମରୁ ସାବଧାନ କିପରି ରହିପାରିବେ। ଏହି ଲେଖା ଆପଣଙ୍କ ପାଇଁ ଅନେକ ପ୍ରକାର ସାହାଜ୍ୟ କରିବ। ତେବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା ଓ ରାଶି ଅନୁସାରେ ଆର୍ଥିକ ଜୀବନ ବିଷୟରେ ବିସ୍ତୃତରେ ଜାଣିବା

Read in English: Finance Horoscope 2025

2025 ପାଇଁ ଆର୍ଥିକ ରାଶିଫଳ

ମେଷ ରାଶି

ଆର୍ଥିକ ରାଶିଫଳ ଅନୁସାରେ ମେଷ ରାଶି ଲୋକଙ୍କୁ ବହୁ ମାତ୍ରାରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ବର୍ଷର ଆରମ୍ଭରୁ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଧଂ ଘରେ ରହିବେ ଯାହା ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଭଲ ପରିଣା, ଦେବ ଅର୍ଥାତ ଏହି ସମୟରେ ଆପଣ ଧଂ ସଞ୍ଚୟ କରିପାରିବେ। ମଈ ପରେ ରାହୁଙ୍କର ଗୋଚର ମଧ୍ୟ ଲାଭ ଘରେ ହେବ ଯାହା ଆପଣଙ୍କର ଲାଭକୁ ଅଧିକ ବଢ଼ାଇବ। 2025 ବହୁ ମାତ୍ରାରେ ଧନ ସଞ୍ଚୟ କରିବା କ୍ଷେତ୍ରରେ ଦୁର୍ବଳ ରହିପାରେ କିନ୍ତୁ ରୋଜଗାର ଏହି ବବର୍ଷ ଭଲ ରହିବ। ଆପଣ ନିଜର ପରିଶ୍ରମ ଅନୁସାରେ ଏହି ବର୍ଷ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସଫଳ ହେବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ଆର୍ଥିକ ରାଶିଫଳ ଅନୁସାରେ ଏହି ବର୍ଷ ବୃଷ ରାଶି ଲୋକଙ୍କ ପାଇଁ ଭଲ ରହିବ। ଜାନୁଆରୀରୁ ନେଇ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ଲାଭ ଘରର ସ୍ବାମୀ ପ୍ରଥମ ଘରକୁ ଯାଇ ଲାଭ ଓ ପ୍ରଥମ ଘରକୁ ଯୋଡ଼ିବାର କାମ କରିବେ। ଯାହା ଦ୍ବାରା ଆପଣଙ୍କୁ ଲାଭ ମିଳିବ। ବର୍ଷର ଆରମ୍ଭରୁ ମଈ ମାସ ପର୍ଯ୍ୟନ୍ତ ଆପଣ ନିଜର ପରିଶ୍ରମ ଅନୁଯାୟୀ ଭଲ୍ ପରିଣାମ ପାଇବେ, ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ, ସାଙ୍ଗରେ ଧନ ସଞ୍ଚୟ କରିବାରେ ସଫଳ ହେବେ। ମଈ ମାସର ମଧ୍ୟ ଭାଗ ପରେ ଲାଭ ଘରର ସ୍ବାମୀ ଧନ ଘରକୁ ଯିବେ ଓଓ ଏହା ଦ୍ବାରା ଆପଣ ଭଲ ସଞ୍ଚୟ କରିବାରେ ସଫଳ ହେବେ। ବୁଧଙ୍କର ଗୋଚର ମଧ୍ୟ ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପାଇଁ ଭଲ୍ ସଙ୍କେତ ଦେଉଛି। ଯଦି ଦେଖାଯାଏ ତେବେ 2025ରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ୍ ରହିବ। ପରିଶ୍ରମ କରି ଆପଣ ସଞ୍ଚୟ ମଧ୍ୟ କରିପାରିବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ଏହି ବର୍ଷ ମିଶ୍ରିତ ପରିଣାମ ମିଳିବାର ସମ୍ଭାବନା ଅଛି। ଆର୍ଥିକ ରାଶିଫଳ 2025 ଅନୁସାରେ ଏହି ବର୍ଷ କୌଣସି ବଡ଼ ସମସ୍ଯା ଆପଣଙ୍କର ଜୀବନରେ ଆସିବ ନାହିଁ। ଆପଣ ନିଜର ଅପରଚ୍ଯୁନିଟିକୁ ନେଇ ଟିକେ ଅସନ୍ତୁଷ୍ଟ ଦେଖାଯିବେ। ଆପଣଙ୍କୁ ଲାଗିବ ଯେ ଆପଣ ଯାହା ପରିଶ୍ରମ କରିଛନ୍ତି ସେଥିରେ ଆପଣଙ୍କୁ ସେହି ଅନୁଯାୟୀ ପରିଣାମ ମିଳି ନାହିଁ। ଜାନୁଆରୀରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଆପଣଙ୍କର ଦ୍ଵାଦଶ ଘରେ ରହିବେ ଯାହା ଆପଣଙ୍କର ଖର୍ଚ୍ଚ ବଢ଼ାଇବ। ମଈ ମାସର ମଧ୍ୟ ଭାଗ ପରେ ଗୁରୁ ଗୋଚର ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ଆସିବ, ଆର୍ଥିକ ସ୍ଥିତି ଦୃଢ଼ ହେବ ଓ ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ଆର୍ଥିକ ରାଶିଫଳ ଅନୁସାରେ କର୍କଟ ରାଶି ଲୋକଙ୍କ ପାଇଁ ବର୍ଷ 2025 ତୁଳନାତ୍ମକ ରୂପରେ ପୂର୍ବ ବର୍ଷ ଠାରୁ ଭଲ ହେବ। ମାର୍ଚ୍ଚ ମାସ ପରେ ଶନି ଧନ ଘରକୁ ଆସି ନକରାତ୍ମକ ପ୍ରଭାବ ଦୂର କରିବେ କିନ୍ତୁ ମଈ ମାସ ପରେ ଦ୍ଵିତୀୟ ଘରେ କେତୁଙ୍କର ପ୍ରଭାବ ଆରମ୍ଭ ହେବ। ଆର୍ଥିକ ଦୃଷ୍ଟି ଦ୍ବାରା ଏହି ବର୍ଷ ଭଲ୍ ରହିବ କିନ୍ତୁ ଛୋଟ ଛୋଟ ସମସ୍ଯା ଆପଣଙ୍କର ଜୀବନରେ ଆସିପାରେ। ଧନର କାରକ ବୃହସ୍ପତି ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଆପଣଙ୍କର ଲାଭ ଘରେ ରହିବେ ଓ ଆପଣଙ୍କୁ ନିଜର ପରିଶ୍ରମ ଅନୁଜାତି ଭଲ୍ ଲାଭ ଦେବେ। ଦେଖାଯାଏ ଯଦି ଅପ୍ରିଲ ଓ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ସମୟ ଆର୍ଥିକ ସୁବିଧା ଆପଣଙ୍କର ଜୀବନରେ ଆଣିବ। ମଈ ମାସର ମଧ୍ୟ ଭାଗ ପରେ ଆପଣଙ୍କର ଖର୍ଚ୍ଚ ବଢ଼ିବ ଯାହାକୁ ଅଟକାଇବା ଆପଣଙ୍କର ହାତରେ ରହିବ ନାହିଁ। ଏହା ଆପଣଙ୍କର ଜୀବନରେ ଆର୍ଥିକ ସମସ୍ଯା ଆଣିପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ଆର୍ଥିକ ରାଶିଫଳ ଅନୁସାରେ ସିଂହ ରାଶି ଲୋକଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ଆପଣଙ୍କର ରୋଜଗାର ଭଲ ରହିବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର ଧନ ଘର ଉପରେ ରହିବ ଯାହା ଆପଣଙ୍କୁ ଧନ ସଞ୍ଚୟ କରିବାରେ ସାହାଜ୍ୟ କରିବ। ସାଙ୍ଗରେ ଆପଣ ସଞ୍ଚୟ କରିଥିବା ପଇସା ସୁରକ୍ଷିତ ରଖିପାରିବେ। ମଈ ପରେ ବୃହସ୍ପତି ଆପଣଙ୍କର ଲାଭ ଘରକୁ ଆସିବେ ଓ ଆପଣଙ୍କର ଆର୍ଥିକ ସ୍ଥିତିକୁ ଆହୁରି ଦୃଢ଼ କରିବେ। ଆପଣଙ୍କର ରୋଜଗାରର ସ୍ରୋତ ମଧ୍ୟ ଦୃଢ଼ ହେବ।ବର୍ଷର ଆରମ୍ଭ ରୁ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ଓ ମାର୍ଚ୍ଚ ମାସ ପର ଠାରୁ ସମୟ ଶନିଙ୍କର ପ୍ରଭାବ ଦ୍ଵିତୀୟ ଘର ଉପରେ ରହିବ ଯାହା ଆପଣଙ୍କର ଜୀବନରେ କିଛି ସମସ୍ଯା ଆଣିପାରେ। ଗୋଟିଏ ପରେ ବୃହସ୍ପତି ଆପଣଙ୍କର ଆର୍ଥିକ ପକ୍ଷକୁ ଦୃଢ଼ କରିବେ ଓ ଅନ୍ୟ ପଟେ ଶନି, ରାହୁ, କେତୁ ଟିକେ ସମସ୍ଯା ଆପଣଙ୍କର ଜୀବନରେ ଆଣିପାରନ୍ତି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

କନ୍ୟା ରାଶି

ଆର୍ଥିକ ରାଶିଫଳ ଅନୁସାରେ ଧନ ସମ୍ବନ୍ଧରେ ଏହି ବର୍ଷରେ ଆପଣ ସଫଳତା ପ୍ରାପ୍ତ କରିବେ। ଲାଭ ଘର ଓ ଧନ ଘର ଉପରେ କୌଣସି ନକରାତ୍ମକ ଗ୍ରହର ପ୍ରଭାବ ନାହିଁ। ଏପରି ସ୍ଥିତିରେ ଆପଣ ନିଜର ବ୍ୟବସାୟ କିମ୍ବା ଚାକିରିରେ ଯେତେ ଅଧିକ ପରିଶ୍ରମ କରିବେ ଆପଣଙ୍କୁ ସେତେ ଅଧିକ ଲାଭ ମିଳିବ। ଏହା ସହିତ ଏହି ବର୍ଷ ଆପଣ ଭଲ୍ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ। ମଈର ମଧ୍ୟ ଭାଗରେ ଧନର କାରକ ବୃହସ୍ପତିଙ୍କର ଗୋଚର ହେବ ଯାହା ଆପଣଙ୍କର ଜୀବନରେ ଆର୍ଥିକ ସମ୍ପନ୍ନତାର ସଙ୍କେତ ଦେଉଛି। ବୃହସ୍ପତି ଧନ ଘରକୁ ଦେଖିବେ ଏହା ଦ୍ବାରା ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ। ଆପଣ ଯେତେ ରୋଜଗାର କରିବେ ତାହା ଅନୁଯାୟୀ ଧନ ବଢ଼ାଉବାରେ ସଫଳ ହେବେ। ଶୁକ୍ରଙ୍କର ଏହି ଗୋଚର ରକ୍ଷା, ସୁରକ୍ଷା ରେ ଆପଣଙ୍କର ସାହାଜ୍ୟ କରିବ। ଦେଖାଯାଏ ଯଦି କନ୍ୟା ରାଶି ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ବର୍ଷ 2025 ଭଲ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ତୁଳା ରାଶି

ଏହି ଆର୍ଥିକ ରାଶିଫଳ 2025 ଅନୁସାରେ ତୁଳା ରାଶି ଲୋକଙ୍କ ପାଇଁ ଏହି ବର୍ଷ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଲାଭ ଘରର ସ୍ବାମୀ ସୂର୍ଯ୍ୟ ବର୍ଷ ସାରା ଆପଣଙ୍କ ପାଇଁ କେବେ ଶୁଭ ତ କେବେ ଅଶୁଭ ରହିବେ। ସାଙ୍ଗରେ ମଙ୍ଗଳଙ୍କର ପ୍ରଭାବ ମଧ୍ୟ ଧନ ଘର ଉପରେ ପଡ଼ିବ। ଏପରି ସ୍ଥିତିରେ ଏହି ଦୁଇଟି ଗ୍ରହ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ମିଶ୍ରିତ ପ୍ରଭାବ ପକାଇବ। ଧନର କାରକ ବୃହସ୍ପତିଙ୍କର ଗୋଚର ମଈ ମାସର ମଧ୍ୟ ଭାଗାରେ ହେବ ଯାହା ଆପଣଙ୍କ ପାଇଁ ବହୁ ମାତ୍ରାରେ ଅନୁକୂଳ ହେବ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ, ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ। ବର୍ଷର ଦ୍ଵିତୀୟ ଭାଗ ବହୁତ ଅନୁକୂଳ ପରିଣାମ ଆପଣଙ୍କର ଜୀବନରେ ଆଣିବ। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣ ନିଜର ସଞ୍ଚିତ ଧନକୁ ସମ୍ଭାଳି ରଖିବାରେ ସକ୍ଷମ ହେବେ। ଏହିବର୍ଷ କୌଣସି ଭୁଲ ବିନିଯୋଗ କରନ୍ତୁ ନାହିଁ। ଅନ୍ୟଥା ଆପଣଙ୍କୁ ଧନ ହାନି ହୋଇପାରେ। ଏହି ବର୍ଷ ଆପଣଙ୍କର ଜୀବନରେ ଅଧିକ ଅଯଥା ଖର୍ଚ୍ଚ ମଧ୍ୟ ନାହିଁ,ହଠାତ ଖର୍ଚ୍ଚ ମଧ୍ୟ ହେବ ନାହିଁ ଓ ଆପଣ ବୁଝାମଣା ଦେଖାଇ ଧନକୁ ସୁବ୍ୟବସ୍ଥିତ କରିବାରେ ସକ୍ଷମ ହେବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ବିଛା ରାଶି

ଆର୍ଥିକ ରାଶିଫଳ ଅନୁସାରେ ବିଛା ରାଶିର ଲୋକଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ମିଳିବ। ବୁଧ ଗୋଚର ଏହି ବର୍ଷ ଅଧିକାଂଶ ସମୟରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବ। ରୋଜଗାର କିମ୍ବା ଧନ ସଞ୍ଚୟ କରିବା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ବଡ଼ ସମସ୍ଯା ହେବ ନାହିଁ। ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଯେବେ ଆପଣଙ୍କର ଧନ ଘରର ସ୍ବାମୀ ବୃହସ୍ପତି ଲାଭ ଘରକୁ ଦେଖିବେ। ଏହି ସମୟରେ ଆପଣଙ୍କର ରୋଜଗାର ମଧ୍ୟ ଭଲ ରହିବ ଓ ରୋଜଗାରର ଏକ ବଡ଼ ଭାଗ ଆପଣ ସଞ୍ଚୟ କରିବା ପାଇଁ ସକ୍ଷମ ହେବେ। ମଈ ମାସ ପରେ ଆପଣଙ୍କୁ କିଛି ଧୀର ଗତି ଅନୁଭବ ହେବ। ବୃହସ୍ପତି ଧନ ଘରର ସ୍ବାମୀ ହୋଇ ଧନ ଘରକୁ ଦେଖିବେ। ଏପରି ସ୍ଥିତି ସଞ୍ଚିତ ଧନ ମାମଲାରେ ବୃହସ୍ପତି ଆପଣଙ୍କର ଜୀବନରେ ସକାରାତ୍ମକ ପରିଣାମ ଆଣିବାକୁ ଚାହିଁବେ। ରୋଜଗାରରେ କିଛି ବୃଦ୍ଧି ଏହି ସମୟରେ ହେବ ନାହିଁ। ଦେଖାଯାଏ ଯଦି ଏହି ବର୍ଷର ଆରମ୍ଭରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ରୋଜଗାର ଦୃଷ୍ଟିରୁ ସମୟ ଅନୁକୂଳ ରହିବ। ଏହା ପରେ ସମୟ ରୋଜଗାର ଦୃଷ୍ଟିରୁ ଦୁର୍ବଳ ରହିପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ଧନୁ ରାଶି

ଆର୍ଥିକ ରାଶିଫଳ ଅନୁସାରେ ଧନୁ ରାଶିର ଆର୍ଥିକ ଅବସ୍ଥା ବିଷୟରେ କହିଲେ ଏହି ବର୍ଷ ଆପଣଙ୍କୁ ହାରାହାରି ପରିଣାମ ମିଳିବାର ସମ୍ଭାବନା ଅଛି। ଜାନୁଆରୀ ରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରକ ବୃହସ୍ପତି ଆପଣଙ୍କର ଷଷ୍ଠ ଘରେ ରହିବେ ଓ ନବମ ଦୃଷ୍ଟି ସହିତ ଧନ ଘରକୁ ଦେଖିବେ। ଏପରି ସ୍ଥିତିରେ ଧନ ସଞ୍ଚୟ କରିବାରେ ଆପଣଙ୍କୁ ସଫଳତା ମିଳିବ। ଶାନୁ ଦେବ ମଧ୍ୟ ମାର୍ଚ୍ଚ ମାସରେ ତୃତୀୟ ଘରେ ରହି ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ମାର୍ଚ୍ଚ ପରେ ଶନିଙ୍କର ସ୍ଥିତି ଦୁର୍ବଳ ହେବ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଦେଖାଯାଏ ଯଦି ବର୍ଷ 2025ରେ ଧନୁ ରାଶିର ଲୋକଙ୍କୁ ଆର୍ଥିକ ମାମଲାରେ ମିଶ୍ରିତ ପରିଣାମ ମିଳିବ। ଧନର କାରକ ବୃହସ୍ପତି ଆପଣଙ୍କୁ ଲାଭ ଦେବେ ଓ ଏହି ସମୟରେ ଆପଣଙ୍କୁ ହାରାହାରି ପରିଣାମ ଦେବେ। ବର୍ଷର ପ୍ରଥମ ଭାଗରେ ଆପଣ ଯାହା ସଞ୍ଚୟ କରିବାକୁ ଚାହୁଁଛନ୍ତି ସେଥିପାଇଁ ଆଗେଇ ଯାଆନ୍ତୁ କରଣ ଏହି ସମୟରେ ଧନ ସଞ୍ଚୟ କରିବାରେ ଅଧିକ ସଫଳତା ମିଳିବ। ବର୍ଷର ଦ୍ଵିତୀୟ ଭାଗ ରୋଜଗାର ଦୃଷ୍ଟିରୁ ଭଲ୍ ରହିବ। ଏହି ସମୟରେ ଧନ ସଞ୍ଚୟ କରିଲେ କିଛି ବିଶେଷ ସଫଳତା ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ଆର୍ଥିକ ରାଶିଫଳ ଅନୁସାରେ ଜାନୁଆରୀ ରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରଣ ବୃହସ୍ପତି ଆପଣଙ୍କନ ଲାଭ ଘରକୁ ଦେଖିବେ। ଏହା ଦ୍ବାରା ଆପଣଙ୍କୁ ଭଲ୍ ଆର୍ଥିକ ଲାଭ ମିଳିବ। ମଈ ମାସର ମଧ୍ୟ ଭାଗରେ ବୃହସ୍ପତି ଆପଣଙ୍କର ଷଷ୍ଠ ଘରକୁ ଯିବେ ଯେଉଁଠାରେ ବୃହସ୍ପତିଙ୍କର ସ୍ଥିତିକୁ ଦୁର୍ବଳ କୁହାଯାଇଛି କିନ୍ତୁ ସେ ନବମ ଦୃଷ୍ଟି ସହିତ ଧନ ଘର ଉପରେ ଦୃଷ୍ଟି ପକାଇବେ ଯାହା ଦ୍ବାରା ଧନ ସଞ୍ଚୟ କରିବାରେ ଆପଣଙ୍କୁ ସଫଳତା ମିଳିବ। ଯଦି ଦେଖାଯାଏ ତେବେ ଧନ ରୋଜଗାର ଦୃଷ୍ଟିରୁ ବୃହସ୍ପତିଙ୍କର ସ୍ଥିତି ଅଧିକ ଅନୁକୂଳ ନାହିଁ କିନ୍ତୁ ଧନ ସଞ୍ଚୟ କରିବାରେ ଆପଣଙ୍କୁ ଅପାର ସଫଳତା ମିଳିବ। ଏହା ପରେ ଜାନୁଆରୀ ରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଶନିଙ୍କର ସ୍ଥିତି ଓ ରାହୁଙ୍କର ସ୍ଥିତି ଧନ ଘରେ ଅନୁକୂଳ ନାହିଁ। ଏହି ସମୟରେ ଆପଣଙ୍କୁ ଧନ ବଢ଼ାଇବା ପାଇଁ ଅଧିକ ଚେଷ୍ଟା କରିବାକୁ ହେବ ଓ ତେବେ ଯାଇ ସଫଳତା ହାସଲ ହେବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

କୁମ୍ଭ ରାଶି

ଆର୍ଥିକ ରାଶିଫଳ ଅନୁସାରେ ବର୍ଷର ଦ୍ଵିତୀୟ ଭାଗ କୁମ୍ଭ ରାଶି ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଅଧିକ ଅନୁକୂଳ ରହିବ। ଜାନୁଆରୀ ରୁ ନେଇ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଲାଭ ଘରର ସ୍ବାମୀ ଚତୁର୍ଥ ଘରେ ରହିବେ। ଏହି ସମୟରେ ଆପଣଙ୍କୁ ରୋଜଗାର ଦୃଷ୍ଟିରୁ କେବଳ ହାରାହାରି ପରିଣାମ ପ୍ରାପ୍ତ ହେବ। ମଈ ମାସର ମଧ୍ୟ ଭାଗ ପରେ ଲାଭ ଘରର ସ୍ବାମୀ ପଞ୍ଚମ ଘରକୁ ଯିବେ ଯାହା ଦ୍ବାରା ଆପଣଙ୍କୁ ଭଲ ଧନ ଲାଭ ହେବ। ସଞ୍ଚୟ କରିବା କଥା କହିଲେ ଏହି ବର୍ଷ ବହୁ ମାତ୍ରାରେ ଦୁର୍ବଳ ରହିବ। ବର୍ଷର ଆରମ୍ଭରୁ ମଈ ମାସ ପର୍ଯ୍ୟନ୍ତ ଧନ ଘର ଉପରେ ରାହୁଙ୍କର ପ୍ରଭାବ ରହିବ। ମାର୍ଚ୍ଚ ମାସ ଠାରୁ ଧନ ଘର ଉପରେ ଶନିଙ୍କର ପ୍ରଭାବ ରହିବ। ଏହି ଦୁଇଟି ଗ୍ରହ ଏହି କଥାର ସଙ୍କେତ ଦେଉଛନ୍ତି ଯେ ଏହି ବର୍ଷ ସଞ୍ଚୟ କରିବା ପାଇଁ ଟିକେ ସମସ୍ଯା ହୋଇପାରେ। ଯଦି ଆପଣ ଧନ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶି ବିଷୟରେ କହିଲେ ଆର୍ଥିକ ରାଶିଫଳ 2025 ଅନୁସାରେ ଏହି ବର୍ଷ ଆପଣଙ୍କର ପାଇଁ ମିଶ୍ରିତ ପରିଣାମ ଆଣିବ। ଧନ ଘରର ସ୍ବାମୀ କିଛି ମାସ ଆପଣଙ୍କର ସମର୍ଥନ କରିବେ ଓ କିଛି ମାସ ତାଙ୍କ ଯୋଗୁଁ ଆପଣଙ୍କୁ ସମସ୍ଯା ହୋଇପାରେ। ଜାନୁଆରୀ ରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ସମୟରେ ଲାଭ ଘରର ସ୍ବାମୀ ଆପଣଙ୍କର ଦ୍ଵାଦଶ ଘରେ ରହିବେ ଯାହା ଆର୍ଥିକ ମାମଲାରେ ଆପଣଙ୍କୁ ପ୍ରତିକୂଳ ପରିଣାମ ଦେଇପାରେ। ମାର୍ଚ୍ଚ ପରେ ଲାଭ ଘରର ସ୍ବାମୀ ପ୍ରଥମ ଘରକୁ ଯିବେ ଯାହା ଦ୍ବାରା ତୁଳନାତ୍ମକ ଭାବରେ ସେ ଆପଣଙ୍କର ସ୍ଥିତିକୁ ଭଲ କରିବେ। ଏହି ସମୟରେ ଆପଣଙ୍କର ରୋଜଗାର ବଢ଼ିବ, ଦରମା ବଢ଼ିବ କିମ୍ବା ରୋଜଗାରର ନୂଆ ସ୍ତ୍ରୋତ ଖୋଲିବ। ଏହା ବ୍ୟତୀତ ଧନର କାରକ ଗ୍ରହ ବୃହସ୍ପତି ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ନବମ ଦୃଷ୍ଟି ସହିତ ଲାଭ ଘରକୁ ଦେଖିବେ ଯାହା ଆପଣଙ୍କୁ ଲାଭ ଦେବ। ଯଦି ଆପଣ ପରିଶ୍ରମ କରିବେ ତେବେ ଆପଣଙ୍କୁ ଲାଭ ମିଳିବାର ଉଚ୍ଚ ସମ୍ଭାବନା ଅଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. 2025 ରେ କେଉଁ ରାଶି ଭାଗ୍ୟଶାଳୀ ରହିବ?

କଁଯା ରାଶି ଲୋକଙ୍କ ପାଇଁ 2025 ଆର୍ଥିକ ଦୃଷ୍ଟିରୁ ବହୁତ ଭଲ୍ ପରିଣାମ ଦେବାର ଉଚ୍ଚ ସମ୍ଭାବନା ଅଛି। ଧନ ସଞ୍ଚୟ କରିବାରେ ମଧ୍ୟ ସକ୍ଷମ ହେବେ।

2. 2025 ସିଂହ ରାଶି ଲୋକଙ୍କ ପାଇଁ କିପରି ରହିବ?

ଆର୍ଥିକ ରାଶିଫଳ 2025 ଅନୁସାରେ ସିଂହ ରାଶି ଲୋକଙ୍କୁ ଏହି ବର୍ଷ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଆପଣ ଯାହା ରୋଜଗାର କରିବେ ସଞ୍ଚୟ କରିବାକୁ ସମର୍ଥ ହେବେ। ବେଳେ ବେଳେ ଅଯଥା ଖର୍ଚ୍ଚ ଚାପ ପକାଇପାରେ।

3. ସିଂହ ରାଶି ଲୋକଙ୍କର ଚିନ୍ତା କେବେ ସମାପ୍ତ ହେବ?

ସିଂହ ରାଶି ଉପରେ ଶନି ସାଢ଼େସାତୀ 13 ଜୁଲାଇ 2034 ରୁ 29 ଜୁଲାଇ 2041 ପର୍ଯ୍ୟନ୍ତ ରହିବ। ଢୈୟା ବିଷୟରେ କହିଲେ 29 ମାର୍ଚ୍ଚ 2025 ରୁ ଆରମ୍ଭ ହୋଇ 3 ଜୁନ 2027 ରେ ଶେଷ ହେବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer