ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (09 ଫେବ୍ରୁୟାରୀ 15 ଫେବ୍ରୁୟାରୀ)
ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 09 ଫେବ୍ରୁୟାରୀ 15 ଫେବ୍ରୁୟାରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 09 ଫେବ୍ରୁୟାରୀରୁ 15 ଫେବ୍ରୁୟାରୀ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପ୍ତାହ ମୂଳାଙ୍କ 1ର ଲୋକ ବହୁତ ସାହସୀ ଓ ନିର୍ଭୀକ ରହିବେ। ଆପଣଙ୍କୁ ନିଜର କଥା କିମ୍ବା ଗର୍ବ କରିବାରୁ ଦୂରେଇ ରୁହନ୍ତୁ। ଏହି କାରଣରୁ ଆପଣ ନିଜର ପ୍ରିୟଜନଙ୍କର ଅପମାନ କରି ପାରନ୍ତି କିମ୍ବା ତାଙ୍କୁ ଦୁଃଖିତ କରି ପାରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ ସମ୍ପର୍କ ଉପରେ ଧ୍ୟାନ ଦେବା ଉଚିତ। ଆପଣ ଦୁହେଁ ପରସ୍ପର ସହିତ ବହୁତ ଅପମାନଜନକ ଭାବରେ ବ୍ୟବହାର କରିବେ ଓ ପରସ୍ପରକୁ କନ୍ଟ୍ରୋଲ କରିବାକୁ ଚେଷ୍ଟା କରିବେ। ଭଲ ହେବ ଆପଣ ବିବାଦରୁ ଦୂରେଇ ରୁହନ୍ତୁ ଓ ଆପଣ ଦୁହେଁ ଶାନ୍ତ ରହିବା ଉପରେ ଧ୍ୟାନ ଦିଅନ୍ତୁ।
ଶିକ୍ଷା: ଯଦି ଆପଣ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା ଇଞ୍ଜିନିୟରିଂ ପଢୁଛନ୍ତି, ତେବେ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ। ଏହି ସପ୍ତାହ ଛାତ୍ରମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣ ଏକ ଲୀଡାର ରୂପରେ ନିଜର ସହକର୍ମୀଙ୍କର ନେତୃତ୍ବ କରିବା ପାଇଁ ନିଯୁକ୍ତିଦାତାଙ୍କୁ ପରାମର୍ଶ ଦେବାକୁ ସକ୍ଷମ ହେବେ। ଫଳସ୍ୱରୂପ, ଆପଣ ଜଣେ ମହାନ ନେତା ହୋଇପାରିବେ ଏବଂ ଆପଣଙ୍କ ପ୍ରୟାସ ପାଇଁ ସ୍ୱୀକୃତି ପାଇବେ। ଏହା ସହିତ, ଆପଣଙ୍କର ସମ୍ମାନ ମଧ୍ୟ ବୃଦ୍ଧି ପାଇବ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଜୋଶ ଓ ଉତ୍ସାହରେ ଭରପୁର ଦେଖାଯିବେ କିନ୍ତୁ ଊର୍ଜାର ଉଚ୍ଚ ସ୍ତର ଯୋଗୁଁ ଆପଣ ଶୀଘ୍ର କୌଣସି ନିଷ୍ପରି ନେଇ ପାରନ୍ତି। ନିଜର ଜୋଶ ଓ ଊର୍ଜାର ସ୍ତର ନିୟନ୍ତ୍ରଣ କରି ଆପଣ ଅଧିକ ଆରାମ୍ ଅନୁଭବ କରିବେ।
ଉପାୟ: ନିୟମିତ ଭାବରେ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହରେ,ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମୂଳାଙ୍କ 2 ଥିବା ବ୍ୟକ୍ତିମାନଙ୍କୁ ଭାବପ୍ରବଣ ସ୍ତରରେ ଉତ୍ଥାନ-ପତନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଦ୍ୱନ୍ଦ୍ୱ ଏବଂ ମାନସିକ ସ୍ପଷ୍ଟତାର ଅଭାବ ଯୋଗୁଁ, ଆପଣଙ୍କୁ ଆପଣଙ୍କର ଭାବନା ପ୍ରକାଶ କରିବାରେ ଅସୁବିଧା ହୋଇପାରେ। ତେଣୁ, ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ନିଜର ମାନସିକ ସ୍ପଷ୍ଟତାକୁ ଉନ୍ନତ କରିବା ପାଇଁ ଧ୍ୟାନ କରନ୍ତୁ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ ନିଅନ୍ତୁ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କୁ ନିଜର ସମ୍ପର୍କକୁ ଦୃଢ଼ କରିବା ଓ ଭୁଲ ବୁଝାମଣା ରୁ ବଞ୍ଚିବା ପାଇଁ ନିଜର ପାର୍ଟନର ଠାରୁ ଭାବନାତ୍ମକ ସାହାଜ୍ୟ ଆବଶ୍ୟକ ହେବ।
ଶିକ୍ଷା: ଏହି ସମୟରେ ଭାବନାତ୍ମକ ସମସ୍ଯା ଯୋଗୁଁ ଛାତ୍ରଙ୍କର ଧ୍ୟାନ ବିଚଳିତ ହୋଇପାରେ ଓ ସେ ନିଜର ଉଦ୍ଦେଶ୍ୟକୁ ଭୁଲି ପାରନ୍ତି। ଏହି ସମୟରେ ଆପଣଙ୍କୁ ନିଜର ଫୋକସ ରଖିବାକୁ ଅଧିକ ପ୍ରୟାସ କରିବାକୁ ପଡ଼ିବ।
ବୃତ୍ତିଗତ ଜୀବନ: ଆପଣଙ୍କୁ ନିଜର କାର୍ଯ୍ୟରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ସମ୍ଭାବନା ଅଛି ଯେ ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ଠାରୁ ଆବଶ୍ୟକ ସାହାଜ୍ୟ ମିଳିବ ନାହିଁ। ସେଠୀପାଇଁ ଏହି ସପ୍ତାହ ଆପଣଙ୍କୁ ମତଭେଦ ରୁ ବଞ୍ଚିବା ଓ ଶାନ୍ତ ହେବା ପାଇଁ ଓ ଧର୍ଯ୍ୟବାଁ ହେବା ପାଇଁ ପରାମର୍ଶ ଦେଉଛି।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ମାମଲାରେ ଏହି ସପ୍ତାହ ମୂଳାଙ୍କ 2ର ଲୋକଙ୍କ ପାଇଁ ଅଧିକ ଭଲ କୁହାଯିବ ନାହିଁ। ଆପଣ ଅଧିକ ଭାବନ୍ତୁ ନାହିଁ ଓ ନିଜର ଶରୀର ଉପରେ ଅଧିକ ଚାପ ପକାନ୍ତୁ ନାହିଁ କାରଣ ମାନସିକ ଚାପ ଓ ଚିନ୍ତା ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ହେବାର ଡର ଅଛି।
ଉପାୟ: ଆପଣ ନିଜର ଭାବନାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ ଓ ଏଥିପାଇଁ ଆପଣ ଧ୍ୟାନ କରିପାରନ୍ତି।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଯଦି ଆପଣ ଆଧ୍ୟାତ୍ମିକ ସାଧୁ ଅଟନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଲାଭକାରି ସିଦ୍ଧ ହେବ। ଆପଣ ନିଜର ଅଧ୍ୟାତ୍ମ ଓ ଧ୍ୟାନ କ୍ରିୟାକୁ ଆଗକୁ ବଢ଼ାଇବାକୁ ସକ୍ଷମ ହେବେ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କର ଯାହା ଆଧ୍ୟାତ୍ମିକ ଇଚ୍ଛା ଅଛି ତାହାକୁ ପୂରଣ କରିବେ।
ପ୍ରେମ ଜୀବନ: ଯଦି ଆପଣ ବିବାହିତ ଅଟନ୍ତି, ତେବେ ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ କୁ ତୀର୍ଥଯାତ୍ରାରେ ନେଇ ଯାଇପାରନ୍ତି। ଆଣ ନିଜର ଘରେ ମଧ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟ ଯେପରି ଯଜ୍ଞ କିମ୍ବା ସତ୍ୟନାରାୟଣ ପୂଜା କରାଇ ପାରନ୍ତି।
ଶିକ୍ଷା: ପ୍ରାଚୀନ ସାହିତ୍ୟ ଓ ଇତିହାସରେ ରିସର୍ଚ କିମ୍ବା ପିଏଚଡ଼ି କରୁଥିବା ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣ ପୌରଣିକ କଥା, ଗୁଢ଼ ବିଜ୍ଞାନ ଓ ଜ୍ଯୋତିଷଶାସ୍ତ୍ରରେ ରୁଚି ରଖି ପାରନ୍ତି।
ବୃତ୍ତିଗତ ଜୀବନ: ମୂଳାଙ୍କ 3ର ଯେଉଁ ଲୋକ ଶିକ୍ଷକ, ଗୁରୁ, ଧର୍ମ ଗୁରୁ କିମ୍ବା ପ୍ରେରଣାଦାୟକ ବକ୍ତା ଅଟନ୍ତି, ତାଙ୍କ ଅୟନ ଏହି ସପ୍ତାହ ବହୁତ ଭଲ ରହିବାକୁ ଯାଉଛି। ଆପଣ ଅଣ୍ଟାର ସାହାଜ୍ୟ କରିବାକୁ ସକ୍ଷମ ହେବେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ମାମଲାରେ ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ। ଆପଣ ସତବ୍ୟକ ଭୋଜନ କରନ୍ତୁ ଓ ଯୋଗ ଏବଂ ଧ୍ୟାନ ପରି ଆଧ୍ୟାତ୍ମିକ ଓ ଶାରୀରିକ କ୍ରିୟା କରନ୍ତୁ କାରଣ ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବ ଓ ଆପଣଙ୍କୁ ଶାରୀରିକ ଭାବରେ ଦୃଢ଼ତା ପ୍ରଦାନ କରିବ।
ଉପାୟ: ହନୁମାନଙ୍କ ପୂଜା କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ମୂଳାଙ୍କ 4 ର ଲୋକ ଏହି ସପ୍ତାହରେ ବିଚଳିତ ଅନୁଭବ କରି ପାରନ୍ତି ଓ କମ କଥା ହୋଇ ପାରନ୍ତି। ଛୋଟ ଛୋଟ କଥା ପାଇଁ ମଧ୍ୟ ସେମାନେ ନର୍ଭସ ଅନୁଭବ କରିପାରନ୍ତି। ଆପଣ ନିଜର ଜୀବନର ସମସ୍ୟାଗୁଡ଼ିକୁ ଚିହ୍ନିପାରିବେ ଏବଂ ଏହି କାରଣରୁ, ଆପଣ ଡିପ୍ରେସନର ଶିକାର ହେବାର ସମ୍ଭାବନା ଅଛି।
ପ୍ରେମ ଜୀବନ: ଆପଣଙ୍କର ସମସ୍ୟା ଏବଂ ଭାବନା ଯୋଗୁଁ ଆପଣ ଆପଣଙ୍କ ସାଥୀଙ୍କୁ ଅପମାନିତ କରିପାରନ୍ତି କିମ୍ବା ଅଣଦେଖା କରିପାରନ୍ତି। ଏହି କାରଣରୁ ଆପଣଙ୍କର ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ଯୁକ୍ତି ହେବାର ଆଶଙ୍କା ଅଛି। ସେଥିପାଇଁ ଏହି ସପ୍ତାହରେ ନିଜର ସମ୍ପର୍କକୁ ପ୍ରାଥମିକତା ଦେବାକୁ କୁହାଯାଇଛି।
ଶିକ୍ଷା: ଏହି ସପ୍ତାହଟି ମୂଳାଙ୍କ 4 ଅଙ୍କ ଥିବା ଛାତ୍ରମାନଙ୍କ ପାଇଁ ଟିକେ ଚ୍ୟାଲେଞ୍ଜିଂ ହୋଇପାରେ। ଆପଣଙ୍କର ନୂତନ ଅଧ୍ୟୟନ ପଦ୍ଧତି କିମ୍ବା ବ୍ୟବହାରିକ ଶିକ୍ଷାଦାନ ଶୈଳୀକୁ ଅନ୍ୟମାନଙ୍କୁ ବୁଝାଇବାରେ ଆପଣଙ୍କୁ ଅସୁବିଧା ହୋଇପାରେ। ତେଣୁ, ଆପଣଙ୍କୁ ଅନ୍ୟ ଲୋକଙ୍କୁ ଅଣଦେଖା କରି ଆପଣଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମଲ୍ଟି ନ୍ଯାଶନ୍ଯାଲ କୋମପନୀ କିମ୍ବା ଆମଦାନୀ-ରପ୍ତାନି ଶିଳ୍ପରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ ହେବ।
ସ୍ବାସ୍ଥ୍ୟ: ମୂଳାଙ୍କ 4ର ଲୋକଙ୍କୁ ଏହି ସପ୍ତାହରେ କୌଣସି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଆପଣ ଅଧିକ ଭାବନ୍ତୁ ନାହିଁ କାରଣ ଏହାର ଆପଣଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ।
ଉପାୟ: ଆପଣ ନିୟମିତ ଭାବରେ ମା ଦୂର୍ଗାଙ୍କର ପୂଜା କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5ର ଲୋକଙ୍କୁ ଏହି ସପ୍ତାହରେ କଥାବାର୍ତ୍ତା କରିବାରେ ସମସ୍ଯା ହୋଇପାରେ। ଆପଣ ଏହି ସପ୍ତାହରେ ସଚ୍ଚୋଟତା ଓ ସିଧା କଥା କହିବାକୁ ପସନ୍ଦ କରିବେ। ଆପଣ ତାଳମେଳ ରଖି ଓ ଭାବିଚିନ୍ତି କଥା ହୁଅନ୍ତୁ।
ପ୍ରେମ ଜୀବନ: ଏହା ସେହି ଲୋକମାନଙ୍କ ପାଇଁ ଏକ ପରୀକ୍ଷାର ସମୟ ହୋଇପାରେ ଯେଉଁମାନଙ୍କର ମୂଳାଙ୍କ 5 ଅଟେ ଏବଂ ଯେଉଁମାନେ ନୂତନ ପ୍ରେମ ସମ୍ପର୍କ ଆରମ୍ଭ କରିଛନ୍ତି। ତେଣୁ ଯଦି ଆପଣ ପ୍ରକୃତରେ ପରସ୍ପରର ଚିନ୍ତା କରୁଛନ୍ତି, ତେବେ ଆପଣଙ୍କର ସମ୍ପର୍କ ସ୍ଥାୟୀ ହେବ। ଅନ୍ୟପକ୍ଷରେ, ଯଦି ଆପଣ ଦୁହେଁ ପରସ୍ପରର ଯତ୍ନ ନେଉନାହାନ୍ତି, ତେବେ ଆପଣ ନିଜର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇପାରନ୍ତି।
ଶିକ୍ଷା: ଯଦି ଆପଣ ଫାଇନାନ୍ସ ଓ ଷ୍ଟାଟିଷ୍ଟିକ୍ସ ପଢ଼ୁଥିବା ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ କିନ୍ତୁ ଯଦି ଆପଣ ରଚନାତ୍ମକ କ୍ଷେତ୍ର ଯେପରି ମାସ କମ୍ଯୁନିକେଶନ ପଢ଼ୁଛନ୍ତି ତେବେ ଆପଣଙ୍କୁ ନିଜର ବିଚାର ବ୍ୟକ୍ତ କରିବାରେ ସମସ୍ଯା ହୋଇପାରେ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଲୋକଙ୍କ ପାଇଁ କାମ ମାମଲାରେ ଏହି ସପ୍ତାହ ଧୀର ରହିବ କାରଣ ଯଦି ଆପଣ ଚାକିରି ବଦଳାଇବା ବିଷୟରେ ଭାବୁଛନ୍ତି ତେବେ ଆପଣଙ୍କୁ ଏହି ସପ୍ତାହ ପାଇଁ ନିଜର ଯୋଜନାକୁ ଟାଳିବାକୁ ପଡ଼ିବ।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କୁ ସ୍କିନ ଓ ଏଲାର୍ଜି ସମ୍ବନ୍ଧିତ କୌଣସି ସମସ୍ଯା ହେବାର ଆଶଙ୍କା ଛି। ମହିଳାଙ୍କୁ ହରମୋନ ସମ୍ବନ୍ଧିତ ସମସ୍ଯା ହଇରାଣ କରିପାରେ।
ଉପାୟ: ଆପଣ ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ସପ୍ତାହରେ, ମୂଳାଙ୍କ 6 ଥିବା ଲୋକଙ୍କର ଅନ୍ୟମାନଙ୍କର ସେବା ଏବଂ ସାହାଯ୍ୟ କରିବାର ଇଚ୍ଛା ବୃଦ୍ଧି ପାଇପାରେ। ଯଦି ଆପଣ କୌଣସି ଏନଜିଓ କିମ୍ବା କଲ୍ୟାଣ ଗୋଷ୍ଠୀ ସହିତ କାମ କରନ୍ତି, ତେବେ ଆପଣଙ୍କୁ ବିଶ୍ୱର ଉନ୍ନତି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ପ୍ରେମ ଜୀବନ: ଗତ ସପ୍ତାହ ପରି, ମୂଳାଙ୍କ 6 ଥିବା ଲୋକମାନେ ସେମାନଙ୍କ ସାଥୀଙ୍କ ଭାବପ୍ରବଣ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିବା ଉପରେ ଧ୍ୟାନ ଦେବା ଉଚିତ କାରଣ ସେମାନଙ୍କୁ ଅଣଦେଖା କରିବା ଆପଣଙ୍କ ସମ୍ପର୍କ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉଭୟକୁ କ୍ଷତି ପହଞ୍ଚାଇପାରେ।
ଶିକ୍ଷା: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁମାନେ ରଚନାତ୍ମକ ଲେଖା ଏବଂ କବିତା ଶିଖୁଛନ୍ତି, ସେମାନେ ଏହି ସପ୍ତାହରେ ନିଜର ଚିନ୍ତାଧାରା ପ୍ରକାଶ କରିବାରେ ଏବଂ ଧ୍ୟାନ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହା ଟାରୋ ରିଡିଂ କିମ୍ବା ବୈଦିକ ଜ୍ୟୋତିଷ ଭଳି ଗୁପ୍ତ ବିଜ୍ଞାନ ଶିଖିବା ପାଇଁ ଏକ ଭଲ ସମୟ।
ବୃତ୍ତିଗତ ଜୀବନ: ଆପଣଙ୍କୁ କଠିନ ପରିଶ୍ରମ କରିବାର ଏହି ସପ୍ତାହରେ ଅଧିକ ଲାଭ ଉଠାଇବା ଉଚିତ ଓ ନିଜର କ୍ୟାରୀଅରକୁ ବିକାଶ କରିବା ଉପରେ ଧ୍ୟାନ ଦେବା ଉଚିତ। ଆପଣଙ୍କ ପାଖରେ ପ୍ରଗତି କରିବା ପାଇଁ ନୂଆ ବିଚାର ଓ ରଣନୀତି ହୋଇପାରେ କିନ୍ତୁ ତାହା ଉପରେ କାମ କରିବାରେ ଆପଣଙ୍କୁ ସମସ୍ଯା ହୋଇପାରେ।
ସ୍ବାସ୍ଥ୍ୟ: ଆପଣ ସଫା-ସଫିର ଧ୍ୟାନ ରଖିବେ ଓ ନିଜର ସ୍ବାସ୍ଥ୍ୟ କୁ ନେଇ ଅଧିକ ସାବଧାନ ରହିବ । ମୀଠା ଓ ତେଲିଆ ଜିନିଷ ଅଧିକ ଖାଆନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ନିଜର ବ୍ଯକ୍ତିତ୍ବର ବିକାଶ ଉପରେ ଧ୍ୟାନ ଦେବେ।
ଉପାୟ: ଆପଣ ନିଜର ଭାଗ୍ଯ ବୃଦ୍ଧି ପାଇଁ ପ୍ରତିଦିନ ଚନ୍ଦନ ବାସ୍ନା ଥିବା ପରଫିଉମ ଲଗାନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ଏହି ସପ୍ତାହ ମୂଳାଙ୍କ 7ର ଲୋକ ଊର୍ଜା ଓ ଆତ୍ମବିଶ୍ବାସରେ ଭରପୁର ରହିବେ। ଏହା ସହିତ ଆପଣ ଏହି ସମୟରେ ଭାଗ୍ୟଶାଳୀ ଅନୁଭବ କରିବେ। ଆପଣ ଏବେ ଯାଏଁ ଯାହା କଠିନ ପରିଶ୍ରମ କରିଛନ୍ତି, ତାହାର ଫଳ ଆପଣଙ୍କୁ ପ୍ରାପ୍ତ ହେବ। ଏହା ବ୍ୟତୀତ ଆପଣଙ୍କର ଅଧ୍ୟାତ୍ମରେ ରୁଚି ବଢ଼ିପାରେ ଓ ଆପଣ ଗରିବ କିମ୍ବା ଅଭବ୍ୟ ଲୋକଙ୍କ ପାଇଁ ଦାଂ ପୂଣ୍ୟ କରିବା ବିଷୟରେ ଭାବି ପାରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କ ଭାବନାକୁ ପ୍ରକାଶ କରିବାରେ ଆପଣଙ୍କୁ କଷ୍ଟ ହୋଇପାରେ ଏବଂ ଆପଣଙ୍କ ଭାବନାର ଅଭାବ ଆପଣଙ୍କୁ ଆପଣଙ୍କ ସାଥୀଙ୍କ ସମାଲୋଚନାର ସମ୍ମୁଖୀନ କରିପାରେ। ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ଭାବପ୍ରବଣ ଆବଶ୍ୟକତାର ଯତ୍ନ ନେବାକୁ ଏବଂ ତାଙ୍କ ପାଇଁ କିଛି ସର୍ପ୍ରାଇଜ ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।।
ଶିକ୍ଷା: ସେନା କିମ୍ବା ପୁଲିସରେ ଭର୍ତି ପାଇଁ ପରୀକ୍ଷାର ପ୍ରସ୍ତୁତି କରୁଥିବା ଲୋକଙ୍କୁ ସଫଳତା ମିଳିବ। ଏମାନେ ସମ୍ପୂର୍ଣ ସାମ୍ନାନ ସହିତ ପରୀକ୍ଷାରେ ସଫଳ ହେବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହ ମୂଳାଙ୍କ 7ର ଲୋକଙ୍କୁ ଦରମା ବୃଦ୍ଧି କିମ୍ବା ପ୍ରୋମୋସନ ମିଳିବାର ସମ୍ଭାବନା ଅଛି। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିପାରେ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଉତ୍ସାହରେ ଭରପୁର ଦେଖାଯିବେ ଓ ଆପଣଙ୍କର ନେତୃତ୍ବ କରିବାର ଗୁଣ ସାହାଜ୍ୟ କରିବ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ନିଜର ରୋଗ ପ୍ରତିରୋଧକ ଅକ୍ତି ଓ ଶରୀରକୁ ଦୃଢ଼ ରଖିବା ପାଇଁ ଆପଣଙ୍କୁ ସନ୍ତୁଳିତ ଖାଦ୍ଯ ଖାଇବା, ବ୍ୟାୟାମ କରିବା, ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ ରବିବାର କାଳ ଭୈରବଙ୍କର ପୂଜା କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8ର ଲୋକ ନିଜର କାର୍ଯ୍ୟରେ ଆସୁଥିବା ବିଳମ୍ବ ଯୋଗୁଁ ବିରକ୍ତ ହୋଇପାରନ୍ତି। ଆପଣଙ୍କୁ ଆତ୍ମ-ନିୟନ୍ତ୍ରଣ ପାଇଁ ଧ୍ୟାନ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ନେବାକୁ ପରାମର୍ଶ ଦିଆଯାଇଛି।
ପ୍ରେମ ଜୀବନ: ଯେଉଁ ଲୋକଙ୍କର ପ୍ରେମ ସମ୍ବନ୍ଧ ଚାଲିଛି, ତାଙ୍କ ପାଇଁ ଏହି ସପ୍ତାହ ବୋରିଙ୍ଗ ରହିପାରେ। ଏହି ସପ୍ତାହରେ, ଆପଣଙ୍କର ଅଭଦ୍ର ବ୍ୟବହାର ଏବଂ ଆପଣଙ୍କ ସାଥୀଙ୍କ ରୋମାନ୍ଟିକ ଚିନ୍ତାଧାରାର ପ୍ରତିକ୍ରିୟା ଦେବାରେ ବିଫଳତା ତାଙ୍କୁ ଦୁଃଖିତ କିମ୍ବା କ୍ରୋଧିତ କରିପାରେ। ଏପରି ମନୋଭାବ ଯୋଗୁଁ, ବିବାହିତ ଲୋକଙ୍କ ମଧ୍ୟରେ ମଧ୍ୟ ମତଭେଦ ସୃଷ୍ଟି ହୋଇପାରେ।
ଶିକ୍ଷା: ପ୍ରାଚୀନ ସାହିତ୍ୟ ଓ ଇତିହାସରେ ଗବେଷଣା କିମ୍ବା ପିଏଚଡ଼ି କରୁଥିବା ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ପୌରଣିକ ଅଧ୍ୟୟନ କିମ୍ବା ବିଜ୍ଞାନରେ ଆପଣଙ୍କର ରୁଚି ବଢ଼ିପାରେ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଲୋକ ନିଜର କାମରେ ବହୁତ ଅସନ୍ତୁଷ୍ଟ ରହିବେ। ଆପଣ କିଛି କରିବାକୁ ଚାହିଁବେ ଯାହା ଦ୍ବାରା ଆପଣଙ୍କୁ ସନ୍ତୁଷ୍ଟ ଅନୁଭବ ହେବ, ଆପଣ ପ୍ରଗତି କରିବେ ଓ ନିଜର ଜୀବନକୁ ନୂଆ ଉଦ୍ଦେଶ୍ୟ ଦେଇପାରିବେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ମୂଳାଙ୍କ 8ର ଲୋକଙ୍କ ଭିତରେ ଊର୍ଜାର ସ୍ତର ବହୁତ ଅଧିକ ରହିବ କିନ୍ତୁ ତାଙ୍କର ବ୍ଯକ୍ତିତ୍ବ ସମ୍ପୂର୍ଣ ବିପରୀତ ଅଟେ ଓ ଏହି କାରଣରୁ ଏହି ଶକ୍ତି ସହିତ ତାଳମେଳ ରଖିବା କଷ୍ଟକର ହେବ। ଆପଣଙ୍କୁ ଏହି ସପ୍ତାହରେ ଟିକେ କ୍ଳାନ୍ତ ଅନୁଭବ ହୋଇପାରେ।
ଉପାୟ: ମଙ୍ଗଳବାର ଦିନ ହନୁମାନଙ୍କୁ ଛୋଲେ ଚଢ଼ାନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ସପ୍ତାହଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମୂଳାଙ୍କ 9ର ଲୋକ ନିଜର ଜୀବନର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ବହୁତ ଅଧିକ ପ୍ରତିବଦ୍ଧ ରହିବାକୁ ଯାଉଛନ୍ତି। ଏହି ସମୟରେ ଆପଣ ନିଜର କାର୍ଯ୍ୟରେ ଅତ୍ୟଧିକ ସାବଧାନ ରହିବେ କାରଣ ଆପଣ ଏହି ସପ୍ତାହରେ ଅହଂକାର ଓ ସ୍ଵରଠୁ ଲୋକ ପରି ଲାଗି ପାରନ୍ତି। ଏହା ଦ୍ବାରା ଆପଣଙ୍କର ପ୍ରିୟଜନକୁ କଷ୍ଟ ହେବ।
ପ୍ରେମ ଜୀବନ: ଆପଣଙ୍କୁ ନିଜର ଅହଂକାର ଓ ରାଗ କୁ ନେଇ ଟିକେ ସାବଧାନ ରହିବାକୁ ହେବ। ଏହାର ଆପଣଙ୍କର ବୈବାହିକ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିପରେ। ଆପଣଙ୍କୁ ଏହି ସମୟରେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବାର ପରାମର୍ଶ ଦିଆଯାଇଛି।
ଶିକ୍ଷା: ଯଦି ଆପଣ କୌଣସି ପ୍ରକାରର ପରିଣାମ କିମ୍ବା ରେଜଲ୍ଟର ଅପେକ୍ଷା କରିଛନ୍ତି ତେବେ ଏହି କଥାର ପ୍ରବଳ ସମ୍ଭାବନା ଅଛି ଯେ ଆପଣଙ୍କୁ ସେଥିରେ ସଫଳତା ମିଳିବ। ଆପଣଙ୍କର ପରୀକ୍ଷାରେ ସଫଳ ହେବାର ପ୍ରବଳ ଯୋଗ ଅଛି। ଯେଉଁ ଛାତ୍ର ପୁଲିସ କିମ୍ବା ରକ୍ଷା ବଳର ଚାକିରି ପାଇଁ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତାଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ।
ବୃତ୍ତିଗତ ଜୀବନ: ଆଇନ, ରକ୍ଷା ଓ ଖେଳ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ରହିବାକୁ ଯାଉଛି । କାର୍ଯ୍ୟକ୍ଷେତ୍ରରେ ଆପଣ ଉତ୍ସାହରେ ଭରପୁର ରହିବେ ଓ ଆପଣଙ୍କର ନେତୃତ୍ବ କରିବାର କ୍ଷମତା ପ୍ରଶାନ୍ତିତ ହେବ। ,
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ମାମଲାରେ ଆପଣ ଫିଟ ଓ ସ୍ବାସ୍ଥ୍ୟ ଅନୁଭବ କରିବେ। ଆପଣଙ୍କୁ ଯାନ ଚଳାଇବା ସମୟରେ ସାବଧାନ ରହିବାକୁ ପଡ଼ିବ ଓ ଯାତ୍ରା କରିବା ସମୟରେ ସତର୍କ ରହିବାର ଆବଶ୍ୟକତା ଅଛି।
ଉପାୟ: ମଙ୍ଗଳବାର ଦିନ ହନୁମାନଙ୍କୁ ପଞ୍ଚୋଟି ନାଲି ଗୋଲାପ ଚଢ଼ାନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୂଳାଙ୍କ 5 ର ସ୍ବାମୀ କିଏ?
ମୂଳାଙ୍କ 5 ର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ।
2. ମୂଳାଙ୍କ 7 ର ସ୍ବାମୀ ଗ୍ରହ କିଏ?
ମୂଳାଙ୍କ 7ର ସ୍ବାମୀ କେତୁ ଗ୍ରହ ଅଟନ୍ତି।
3. ମୂଳାଙ୍କ 6ର ଲୋକ କିପରି ହୋଇଥାଆନ୍ତି?
ଏମାନଙ୍କୁ ଲକ୍ସରି ଜିନିଷ ଅଧିକ ଆକର୍ଷିତ କରେ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025