ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ )

ଫେବ୍ରୁୟାରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 23 ଫେବ୍ରୁୟାରୀ ରୁ 01 ମାର୍ଚ୍ଚ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ପଢ଼ନ୍ତୁ ମୂଳାଙ୍କ ଅନୁଯାୟୀ ।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 23 ଫେବ୍ରୁୟାରୀରୁ 01 ମାର୍ଚ୍ଚ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1 ଲୋକଙ୍କ ପାଇଁ ଏହି ସମୟରେ ନିଜର ବାଣୀ ଓ କଥା ଦ୍ବାରା ହୋଇଥିବା କ୍ଷତି ପୂରଣ କରିବା ଅନୁକୂଳ ହେବ। ପୂର୍ବ ସପ୍ତାହ ଗୁଡ଼ିକରେ ଯେଉଁ ଭୁଲବୁଝାମଣା ଉତ୍ପନ୍ନ ହୋଇଥିଲା ତାକୁ ଆପଣ ନିଜର ବୁଦ୍ଧି ଓ ସଞ୍ଚାର କୌଶଲ ଦ୍ବାରା ସମାଧାନ କରିପାରିବେ।

ପ୍ରେମ ଜୀବନ: ଆପଣଙ୍କର ସମ୍ପର୍କରେ ଯେଉଁ ଭୁଲବୁଝାମଣା ଥିଲା, ତାହା ଏବେ ଦୂର ହେବ ଓ ଆପଣଙ୍କର ସମ୍ପର୍କରେ ପ୍ରେମ ଏବଂ ରୋମାନ୍ସ ବଢ଼ିବ। ମନ ଖୋଲି କଥା ହେବା ଓ ସ୍ପଷ୍ଟତା ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନରର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା: ମୂଳାଙ୍କ 1ର ଛାତ୍ର ଯେଉଁ ସମସ୍ଯାର ସାମ୍ନା କରୁଥିଲେ, ଏବେ ତାହା ଦୂର ହୋଇଯିବ। ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ଛାତ୍ର ଅନୁକୂଳ ପରିସ୍ଥିତିର ସମ୍ପୂର୍ଣ ଲାଭ ଉଠାଇବେ। ଯେଉଁ ଛାତ୍ର ଲେଖା, ପତ୍ରକରିତା କିମ୍ବା କୌଣସି ଭାଷା ଶିଖୁଛନ୍ତି, ତାଙ୍କ ପାଇଁ ଏହି ଭବିଷ୍ୟବାଣୀ ସଠିକ ରହିବ।

ବୃତ୍ତିଗତ ଜୀବନ: ଏହି ମୂଳାଙ୍କର ଲୋକଙ୍କ ପାଇଁ କ୍ୟାରୀଅର ହିସାବରୁ ଏହି ସପ୍ତାହ ଭଲ ରହିବ। ଆପଣଙ୍କର ଉତ୍କୃଷ୍ଟ ନେତୃତ୍ବ ଓ ସଞ୍ଚାର କୌଶଲ ଯୋଗୁଁ ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ଠାରୁ ମାନ୍ୟତା ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ: ଏହି ସପ୍ତାହ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଅନୁକୂଳ ରହିବ। ସ୍ବାସ୍ଥ୍ୟରେ ସୁଧାର କରିବା ପାଇଁ ଆପଣଙ୍କୁ ଧ୍ୟାନ କରିବା, ସୁସ୍ଥ ଆହାର ଖାଇବା ଓ ବ୍ୟାୟମ କରିବାକୁ ପରାମର୍ଶ ଦିଆଯାଇଛି।

ଉପାୟ: ଆପଣ ପ୍ରତିଦିନ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ନିୟମିତ ଭାବରେ ଗୋଟିଏ ତୁଳସୀ ପତ୍ର ଖାଆନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ସପ୍ତାହରେ ଆପଣ ଭାବନାତ୍ମକ ରୂପରେ ଊର୍ଜାରେ ଭରପୁର ରହିବେ। ଏହା ସହିତ ଆପଣ ଯେଉଁ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି, ତାଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। କବିତା କିମ୍ବା କଥାବାର୍ତ୍ତା ଦ୍ବାରା ଆପଣଙ୍କୁ ସୁରକ୍ଷିତ ଅନୁଭବ ହୋଇପାରେ। ଏହା ବ୍ୟତୀତ ଆପଣ ନିଜର ଘରର ଏଲେକ୍ଟ୍ରୋନିକ ଉପକରଣ ବଦଳାଇବା ବିଷୟରେ ମଧ୍ୟ ଭାବି ପାରନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ସମ୍ପର୍କରେ ପ୍ରେମ ଓ ରୋମାନ୍ସ ଅନୁଭବ କରିବେ। ଏହି ସମୟରେ ଆପଣଙ୍କର ଜୀବନ ଅନୁକୂଳ ରହିବ। ବିବାହିତ ଲୋକ ସନ୍ତୁଷ୍ଟ ଅନୁଭବ କରିବେ।

ଶିକ୍ଷା: ଯେଉଁ ଛାତ୍ର ପ୍ରିଣ୍ଟିଂ ମିଡିଆ, ସାହିତ୍ୟ କିମ୍ବା କବିତା କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି, ସେ ସଫଳତା ହାସଲ କରିବେ ଓ ତାଙ୍କ ପାଖରେ କୌଣସଈ ନୂଆ ବିଚାର ଥିବ।

ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ କ୍ୟାରୀଅର କ୍ଷେତ୍ରରେ ପ୍ରଗତି କରିବେ ଓ ଆପଣଙ୍କୁ ଚାକିରି ବଦଳିବାକୁ ନେଇ କିଛି ଭଲ ପ୍ରସ୍ତାବ ମିଳିପାରେ। ଯେଉଁ ଲୋକ ଲେଖା, ବ୍ଯାଙ୍କିଂ, ଶିକ୍ଷା କ୍ଷେତ୍ରରେ କିମ୍ବା ପରାମର୍ଶ ଦେବାର କାମ କରନ୍ତି, ତାଙ୍କୁ ନିଜର କ୍ୟାରୀଅରରେ ଉନ୍ନତି ମିଳିବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ: ଏଗୁ ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ କିନ୍ତୁ ଭାବନାତ୍ମକ ଉତ୍ଥାନ-ପତନ ଯୋଗୁଁ ଆପଣଙ୍କୁ ଶକ୍ତିରେ ହ୍ରାସ ଅନୁଭବ ହେବ। ଆପଣଙ୍କୁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଛି।

ଉପାୟ: ଆପଣ ପ୍ରତିଦିନ 108 ଥର ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହରେ ଆପଣ ଆଧ୍ୟାତ୍ମିକ ମାର୍ଗ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ଆପଣ ତୀର୍ଥଯାତ୍ରାରେ ଯିବାର ନିଷ୍ପତି ମଧ୍ୟ ନେଇପାରନ୍ତି। ଆପଣଙ୍କୁ ନିଜର ପିତା, ଗୁରୁ କିମ୍ବା ପିତାଙ୍କ ସମାନ ବ୍ୟକ୍ତିଙ୍କର ଆଶୀର୍ବାଦ ନେବାକୁ ପରାମର୍ଶ ଦିଆଯାଇଛି।

ପ୍ରେମ ଜୀବନ: ଏହି ସପ୍ତାହରେ ବିବାହିତ ଲୋକ ନିଜର ପାର୍ଟନର ସହିତ କୌଣସି ମନପସନ୍ଦ ଜାଗାକୁ ଯାଇପାରିବେ। ନିଜର ପାର୍ଟନରକୁ ନିଜର ମାତା-ପିତାଙ୍କ ସହିତ ଦେଖା କରିବା ପାଇଁ ଏହି ସମୟ ଅନୁକୂଳ ଅଟେ।

ଶିକ୍ଷା: ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ଛାତ୍ରଙ୍କ ପାଇଁ ଏହି ସମୟ ଭଲ ଅଟେ। ଯଦି ଆପଣ କୌଣସି ବିଦେଶୀ ବିଶ୍ବବିଦ୍ୟାଳୟରେ ପିଏଚଡ଼ି କିମ୍ବା ମାସ୍ଟର ଡିଗ୍ରୀ ଏଡମିଶନ ପାଇଁ ଅପେକ୍ଷା କରିଛନ୍ତି, ତେବେ ପରିଣାମ ଆପଣଙ୍କ ପକ୍ଷରେ ରହିବ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣ ଆପଣଙ୍କର ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କର କାମକୁ ଉନ୍ନତ କରିବାକୁ ଚେଷ୍ଟା କରିପାରିବେ। ଆପଣ ଏକ ପୁରୁଣା କାର୍ଯ୍ୟ ସମାପ୍ତ କରିବା ପାଇଁ ଆପଣ ସମ୍ପୂର୍ଣ ପ୍ରୟାସ କରିପାରନ୍ତି ଏବଂ ଫଳସ୍ୱରୂପ, ଆପଣ ଆପଣଙ୍କ ପରିଦର୍ଶକ କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା କିମ୍ବା ସ୍ୱୀକୃତି ପାଇପାରନ୍ତି। ଯେଉଁ ଲୋକମାନେ ଜୀବନ ପ୍ରଶିକ୍ଷକ, ମାର୍ଗଦର୍ଶକ ଏବଂ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି ସେମାନେ ସେମାନଙ୍କର ଚିନ୍ତାଧାରା ବାଣ୍ଟିବାର ଆନନ୍ଦ ପାଇବେ।

ସ୍ବାସ୍ଥ୍ୟ: ଆପଣଙ୍କୁ ସଫା-ସଫି ଉପରେ ଧ୍ୟାନ ରଖିବା ଓ ନିଜର ସ୍ବାସ୍ଥ୍ୟ କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆପଣ ଅଧିକ ମିଠା ଓ ତେଲିଆ ଖାଆନ୍ତୁ ନାହିଁ। ଏହା ବ୍ଯତୀତ ଆପଣଙ୍କୁ ନିଜର ବ୍ଯକ୍ତିତ୍ବକୁ ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ।

ଉପାୟ: ଆପଣ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ଦୁବ ଚଢ଼ାନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଏହି ସପ୍ତାହ ମୂଳାଙ୍କ 4ର ଲୋକ ନିଜର କଥାବାର୍ତା ରୁ ଅନ୍ୟକୁ ପ୍ରଭାବିତ ଓ ପ୍ରେରିତ କରିବାରେ ସକ୍ଷମ ହେବେ। ଏହା ଦ୍ବାରା ଆପଣଙ୍କୁ ଅଧିକରୁ ଅଧିକ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ରଖିବାରେ ସାହାଜ୍ୟ ମିଳିବ। ଆପଣଙ୍କୁ ଭାବି-ଚିନ୍ତି କହିବାକୁ ପରାମର୍ଶ ଦିଆଯାଇଛି କାରଣ ଯେଉଁ ଲୋକ ବିଚାରର ଗମ୍ଭୀରତା ବୁଝି ପାରନ୍ତି ନାହିଁ, ତାଙ୍କୁ ଆପଣଙ୍କର ବିଚାର ମହତ୍ଵପୂର୍ଣ ଲାଗିପାରେ।

ପ୍ରେମ ଜୀବନ: ଏହି ସପ୍ତାହ ଆପଣଙ୍କୁ ନିଜର ପାର୍ଟନର ସହିତ ଯୁକ୍ତି କରିବା କିମ୍ବା ତାଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ତାଙ୍କ ସହ କଥା ହୋଇ ତାଙ୍କର ପରିସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ନିଜର ଜୀବନସାଥୀର ସଚ୍ଚୋଟତା ଉପରେ ପ୍ରଶ୍ନ ନ ଉଠାଇ, ପରସ୍ପରକୁ ଟିକେ ସ୍ବାଧୀନତା ଦେବାକୁ ଚେଷ୍ଟା କରନ୍ତୁ।

ଶିକ୍ଷା: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା କିମ୍ବା ବିଦେଶ ଯାଇ ପଢ଼ିବାର ସ୍ବପ୍ନ ପୂରଣ ହୋଇପାରେ। ଥିୟେଟରରେ ଅଭିନୟ କରିବା ଲୋକ ଓ ପତ୍ରକାରିତା ଏବଂ କମ୍ପିଉଟର ସାୟେନ୍ସ ପଢ଼ିଥିବା ଛାତ୍ରଙ୍କୁ ଏହି ସପ୍ତାହରେ ଲାଭ ହେବାର ଆଶା ଅଛି।

ବୃତ୍ତିଗତ ଜୀବନ: ଯେଉଁ ଲୋକ ମଲ୍ଟିନ୍ଯାଶନ୍ଯାଲ କର୍ପୋରେଶନ କିମ୍ବା ଆମଦାନି-ରପ୍ତାନି କମ୍ପାନୀରେ କାମ କରନ୍ତି ତାଙ୍କ ପାଇଁ ଏହି ସମୟ ଭଲ ସମୟ ଅଟେ ଓ ସେ ଲାଭ କରିବେ। ଏହା ବ୍ଯତୀତ ମନୋରଞ୍ଜନର ନୂଆ ସ୍ରୋତ କିମ୍ବା ବିଦେଶୀ ମିଡିଆ ରୁ ପ୍ରେରିତ ହୋଇ ଆପଣ କିଛି ନୂଆ କରିବା ବିଷୟରେ ଭାବିବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଆପଣଙ୍କର ହାତରେ ରହିବ ସେଥିପାଇଁ ଆପଣ ବ୍ୟାୟାମ କରନ୍ତୁ, ସୁସ୍ଥ ଆହାର ଖାଆନ୍ତୁ, ଧ୍ୟାନ କରନ୍ତୁ ଓ ଅଧିକ ମିଠା ଏବଂ ତେଲିଆ ଖାଦ୍ଯ ଖାଆନ୍ତୁ ନାହିଁ।

ଉପାୟ: ଆପଣ ଏହି ସପ୍ତାହରେ କିଛି ଗଛ ଲଗାନ୍ତୁ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ସପ୍ତାହରେ ଆପଣଙ୍କର ବୁଦ୍ଧି ବହୁତ ତିକ୍ଷ୍ଣ ରହିବ ଓ ଏପରି ସ୍ଥିତିରେ ଆପଣ ନିଜର ବୁଦ୍ଧି ବଳରେ ବ୍ୟବସାୟତୁ ମିଳିବାକୁ ଥିବା ସୁଯୋଗର ଲାଭ ଉଠାଇବେ। ଏହା ବ୍ୟତୀତ ଆପଣ ଅନ୍ୟଙ୍କୁ ପ୍ରଭାବିତ କରିବାକୁ ସମର୍ଥ ହେବେ।

ପ୍ରେମ ଜୀବନ: ମୂଳାଙ୍କ 5ର ବିବାହିତ ଲୋକଙ୍କଊ ନିଜର ପାର୍ଟନର ସହିତ ଅଧିକ ସମୟ କଟାଇବାର ସୁଯୋଗ ମିଳିବ ସେଥିପାଇଁ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ମହତ୍ୱପୂର୍ଣ ଓ ଲାଭକାରି ରହିବ। ଆପଣଙ୍କର ମଜା କରିବା ସ୍ୱଭାବ ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ସୃଷ୍ଟି କରିପାରେ।

ଶିକ୍ଷା: ଏହି ସପ୍ତାହ ଶିକ୍ଷା କ୍ଷେତ୍ରରେ ଛାତ୍ର ନିଜର ପ୍ରଦର୍ଶନକୁ ସୁଧାରିବାର କାମ କରି ପାରନ୍ତି। ଲେଖା, ପତ୍ରକାରିତା ଓ କୌଣସି ଭାଷାର କୋର୍ସ କରୁଥିବା ଛାତ୍ରଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ।

ବୃତ୍ତିଗତ ଜୀବନ: ଯେଉଁ ଲୋକ ଡେଟା ସାୟେନ୍ଟିସ୍ଟ,, ଆମଦାନୀ-ରପ୍ତାନି, ଆଲୋଚନାକାରୀ ଏବଂ ବ୍ୟାଙ୍କରରେ କାମ କରୁଥିବା ଲୋକଙ୍କ କ୍ୟାରିୟର ପାଇଁ ଏହି ସମୟ ବହୁତ ଭଲ ହେବାକୁ ଯାଉଛି

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ନିଜର ଶରୀର ଏବଂ ସ୍ବାସ୍ଥ୍ୟକୁ ସମୟ ଦିଅନ୍ତୁ, ଏହା ଦ୍ବାରା ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଆପଣ ନିଜର ସ୍ବାସ୍ଥ୍ୟ, ଫିଟନେସ ଓ ଊର୍ଜାର ସ୍ତରରେ ସୁଧାର ଆଣିବା ପାଇଁ ଏହି ସପ୍ତାହର ଭରପୁର ଲାଭ ଉଠାଇବେ।

ଉପାୟ: ଆପଣ ଅଧିକରୁ ଅଧିକ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଏପରି କରୁ ନାହାନ୍ତି ତେବେ ନିଜର ପକେଟରେ ଏହି ରଙ୍ଗର ରୁମାଲ ରଖନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ଲାଭ ହେବାର ଆଶା ଅଛି। ଏହି ସମୟରେ ଆପଣ ନିଜର ବଳରେ ସଫଳତା ପାଇବାର ଆଶା ରଖି ପାରିବେ। ଆପଣ ନୃତ୍ୟ, ସଙ୍ଗୀତ, ମେକ ଅପ୍ ଓ ନିଜକୁ ସୁନ୍ଦର କରିବା ଉପରେ ପଇସା ଖର୍ଚ୍ଚ କରିପାରନ୍ତି।

ପ୍ରେମ ଜୀବନ: ରୋମାନ୍ସ ଓ ପ୍ରେମ ମାମଲାରେ ଏହି ସପ୍ତାହ ଭଲ ରହିବ। ଆପଣ କାହା ସହିତ ମନ କଥା ବାଣ୍ଟି ପାରିବେ। ଯେଉଁ ଲୋକ ପ୍ରେମ ସମ୍ବନ୍ଧରେ ଅଛନ୍ତି, ତାଙ୍କୁ ନିଜର ପାର୍ଟନର ସହିତ ସାମୌ ବିତାଇ ଖୁସି ମିଳିବ।

ଶିକ୍ଷା: ଏହି ସପ୍ତାହରେ ଛାତ୍ରଙ୍କର ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା କିମ୍ବା ବିଦେଶ ଯାଇ ପଢ଼ିବାର ସ୍ବପ୍ନ ପୂରଣ ହୋଇପାରେ। ଥିୟେଟରରେ ଅଭିନୟ କରିବା ଲୋକ, ଇନଟିରିୟର ଡିଜାଇନିଂ, ଫ୍ଯାଶନ ଡିଜାଇନିଂ ପରି ଅନ୍ୟ କୌଣସଈ କ୍ଷେତ୍ରରେ ପଢ଼ୁଥିବା ଛାତ୍ରଙ୍କୁ ଏହି ସପ୍ତାହରେ ଲାଭ ହେବାର ଆଶା ଅଛି।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କର କାର୍ଯ୍ୟଭାର ବଢ଼ିପାରେ। ଭଲ ପ୍ରଦର୍ଶନ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ଏକ ପରୀକ୍ଷାର ସମୟ ହୋଇପାରେ ଏବଂ ଆପଣଙ୍କ ଉପରେ ନୂତନ ଦାୟିତ୍ୱ ଆସିପାରେ। ଏହା ଆପଣଙ୍କ ଚିନ୍ତାଧାରା ସଂଗଠିତ କରିବା, ଆପଣଙ୍କ ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବା ଏବଂ ଅନ୍ୟମାନଙ୍କ ନିକଟରେ ଆପଣଙ୍କ ବୁଦ୍ଧିମତା ପ୍ରଦର୍ଶନ କରିବା ପାଇଁ ଏକ ଅନୁକୂଳ ସମୟ ହେବ।

ସ୍ବାସ୍ଥ୍ୟ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହ ମୂଳାଙ୍କ 6ର ଲୋକ ସୁସ୍ଥ ଓ ଫିଟ ଅନୁଭବ କରିବେ। ଆପଣ ନିଜର ଧ୍ୟାନ ରଖନ୍ତୁ, ସୁସ୍ଥ ଆହାର ଖାଆନ୍ତୁ ଓ ବ୍ୟାୟାମ କରନ୍ତୁ।

ଉପାୟ: ଆପଣ ନିଜର ଘରେ ଧଳା ଫୂଳ ଲଗାନ୍ତୁ ଓ ତାଙ୍କର ଦେଖା ଚାହାଁ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)

ଏହି ସପ୍ତାହ ମୂଳାଙ୍କ 7ର ଲୋକଙ୍କୁ କମ କହିବା ଓ କଥା ହେବା ସମୟରେ ଶାନ୍ତ ଏବଂ ସାବଧାନ ରହିବା ପାଇଁ ପରାମର୍ଶ ଦିଅଯାଉଛି। ଯଦି ଆପଣ ଏପରି କରନ୍ତି ନାହିଁ ତେବେ ଆପଣଙ୍କର ରାଗି ଓ ଅଗ୍ରେସିଭ ବ୍ୟବଭାର ଯୋଗୁଁ ଭୁଲ ବୁଝାମଣା ଉତ୍ପନ୍ନ ହୋଇପାରେ ଯାହା ଆପଣଙ୍କର ପ୍ରିୟଜନଙ୍କୁ ଆଘାତ ପହଞ୍ଚାଇ ପାରେ।

ପ୍ରେମ ଜୀବନ: ଆପଣ ନିଜର ବନ୍ଧୁଙ୍କ ଠାରୁ ଦୂରେଇ ରହିବେ ଓ ଶାନ୍ତ ରହିବେ। ଯଦି ଆପଣ ଯୁକ୍ତି କିମ୍ବା ମତଭେଦ ରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ତେବେ ଯାଇ ଆପଣଙ୍କର ବୈବାହିକ ଏବଂ ପ୍ରେମ ଜୀବନ ସୁଖମୟ ରହିବ।

ଶିକ୍ଷା: ମୂଳାଙ୍କ 7ର ଯେଉଁ ଛାତ୍ର ଲେଖା, ପତ୍ରକରିତା ଓ କୌଣସଈ ଅନ୍ୟ ଭାଷା ଶିଖୁଛନ୍ତି ତେବେ ତାଙ୍କ ପାଇଁ ଏହି ସମୟ ବହୁତ ଲାଭକାରି ହେବ।

ବୃତ୍ତିଗତ ଜୀବନ: ଆପଣ ଏହି ସପ୍ତାହରେ ନିଜର କାର୍ଯ୍ୟକ୍ଷେତ୍ରରେ ନିଜର ଲକ୍ଷ ଓ ଆକାଂକ୍ଷାର ଆଙ୍କାଳନ କରିବେ ଓ ଏହାର ପରିଣାମ ଅନୁସାରେ ଆପଣ ନିଜର ଭବିଷ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀ ନୂଆ କୌଶଳ ଶିଖିବେ। ଏହା ସହିତ ବିଜନେସକୁ ନେଇ ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ ଓ ସେ ଟୀମ ସହିତ କାମ କରିବେ ଏବଂ ଲୋକଙ୍କ ସହିତ ସମ୍ବନ୍ଧ ଭଲ କରିବେ।

ସ୍ବାସ୍ଥ୍ୟ: ଏହି ସମୟରେ ଆପଣ ନିଜର ସ୍ବାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ ସେଥିପାଇଁ ଆପଣଙ୍କୁ ନିଜର ଖାଇବା ପିଇବା କୁ ନେଇ ସାବଧାନ ରହିବା ଉଚିତ। ଆପଣ ନିଜର ଶରୀରର ଭଲ ଧ୍ୟାନ ରଖିବେ ଓ ଠିକରେ ଶୋଇବେ।

ଉପାୟ: ଆପଣ ନିଜର ଘରେ ମନି ପ୍ଳାଣ୍ଟ କିମ୍ବା ସବୁଜ ଗଛ କଗାନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହରେ ଆପଣ ଉତ୍ସାହରେ ଭରପୁର ରହିବେ ଓ ପ୍ରଭାବଶାଳୀ ଭାବରେ କଥା ହେବେ। ଆପଣ ନିଜର ବନ୍ଧୁଙ୍କ ମଧ୍ୟରେ ଲୋକପ୍ରିୟ ରହିବେ। ଅନ୍ୟକୁ ବୁଝାଇବାରେ ପାରଙ୍ଗମ ହେବା ଯୋଗୁଁ ଆପଣ ନିଜର କାମ ସମ୍ପୂର୍ଣ କରିପାରିବେ।

ପ୍ରେମ ଜୀବନ: ଯଦି ଆପଣ ସିଂଗଲ ଅଛନ୍ତି ଓ କାହାକୁ ପସନ୍ଦ କରନ୍ତି ତେବେ ଏହି ସପ୍ତାହରେ ଆପଣ ତାଙ୍କ ସହିତ ନିଜର ମନର କଥା କହିପାରିବେ। ସମ୍ଭାବନା ଅଛି ଯେ ଆପଣଙ୍କୁ ତାଙ୍କ ଆଡ଼ୁ ସକାରାତ୍ମକ ପ୍ରତିକ୍ରିୟା କିମ୍ବା ଉତ୍ତର ମିଳିପାରେ। ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ବଉଳିବାକୁ ଯିବାକୁ ନିଷ୍ପତି ନେଇ ପାରନ୍ତି।

ଶିକ୍ଷା: ମୂଲାଙ୍କ 8ର ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣଙ୍କୁ ନିଜର ପ୍ରୟାସ ଓ କଠିନ ପରିଶ୍ରମର ଫଳ ପ୍ରାପ୍ତ ହେବ। ଆପଣ ସଫଳତା ଏବଂ ସକାରାତ୍ମକ ପରିଣାମ ହାସଲ କରିବେ। କିଛି ବିଦ୍ୟାର୍ଥୀଙ୍କ ପାଖରେ ଓକିଲାତି ପଢ଼ିବାର ମଧ୍ୟ ବିକଳ୍ପ ରହିପାରେ।

ବୃତ୍ତିଗତ ଜୀବନ: ଯେଉଁ ଲୋକ ମାର୍କେଟିଙ୍ଗ, ଆଇନ ଓ ଚାର୍ଟାର୍ଡ ଏକାଉନ୍ଟେନ୍ଟ କ୍ଷେତ୍ରରେ କାମ କରନ୍ତି, ତାଙ୍କ ପାଇଁ ଏହି ସପ୍ତାହ ଭାଗ୍ୟଶାଳୀ ରହିବ। ଆପଣଙ୍କୁ ନିଜର ଲାଭକୁ ବଢ଼ାଇବା ଓ ଭଲ କ୍ଲାଇଂଟ୍ ତିଆରି କରିବାର ସୁଯୋଗ ମିଳିବ।

ସ୍ବାସ୍ଥ୍ୟ: ଯଦି ଆପଣ ନିଜର ସ୍ବାସ୍ଥ୍ୟ ଓ ସଫା-ସଫି ଉପରେ ଧ୍ୟାନ ଦେଉ ନାହାନ୍ତି, ତେବେ ଆପଣଙ୍କୁ ଚର୍ମ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି।

ଉପାୟ: ଆପଣ ଖାସକରି ତୁଳସୀ ଗଛ ଲଗାନ୍ତୁ ଓ ତାହାର ଦେଖା ଚାହାଁ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ଆପଣ ନିଜର କଠିନ ପରିଶ୍ରମ ଓ ପ୍ରବନ୍ଧନ କୌଶଳ ସାହାଜ୍ୟରେ କାର୍ଯ୍ୟକ୍ଷେତ୍ରରେ ଜିନିଷକୁ ବ୍ୟବସ୍ଥିତ ରଖିବାରେ ସକ୍ଷମ ହେବେ। ଏହା ଆପଣଙ୍କର ପ୍ରଦର୍ଶନ ଓ ଉତ୍ପାଦକତାରେ ସୁଧାର ଆଣିବାରେ ସାହାଜ୍ୟ କରିବ। ଆପଣଙ୍କୁ ନିଜର ପ୍ରତିସ୍ପର୍ଦ୍ଧା କରିବାର ଗୁଣ ଜୟଗୁଣ ନିଜର ବିରୋଧୀଙ୍କ ଠାରୁ ଜିତିବାରେ ସାହାଜ୍ୟ କରିବ।

ପ୍ରେମ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁ ସିଂଗଲ ଲୋକ ପ୍ରକୃତ ପ୍ରେମ ଖୋଜୁଛନ୍ତି ତାଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣ ନିଜର ଆକର୍ଷଣ ଓ କଥାବାର୍ତ୍ତା କରିବାର ଉପାୟରେ ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ। ଆପଣଙ୍କର ଉଚ୍ଚ ସ୍ବର ଆପଣଙ୍କୁ ଅନ୍ୟମାନଙ୍କର ଆଗରେ ଅଗ୍ରେସିଭ ବୋଲି ଦେଖାଇପାରେ ସେଥିପାଇଁ ଆପଣଙ୍କୁ ଧୀରେ କଥା ହେବା ଓ ନିଜର ଉତ୍ସାହକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଛି।

ଶିକ୍ଷା: ପ୍ରତିଯୋଗି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ ସଫଳତା ମିଳିବାର ଆଶା ଅଛି। ସେ ପରୀକ୍ଷାରେ ଭଲ ଅଙ୍କ ପ୍ରାପ୍ତ କରିବେ। ଏହା ବ୍ଯତୀତ ସେ ଲେଖା, ସମ୍ପାଦକତା କିମ୍ବା ଅନ୍ୟ କୌଣସି ଭାଷା ଶିଖିବାରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ: ଯେଉଁ ଲୋକ ନିଜର କମ୍ପାନୀ ଆରମ୍ଭ କରିବା ପାଇଁ ଭାବୁଛନ୍ତି କିମ୍ବା ନିଜର ରୋଜଗାର ବଢ଼ାଇବା ପାଇଁ ଆୟର ନୂଆ ସ୍ରୋତ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ଏହି ସପ୍ତାହ ଉତ୍କୃଷ୍ଟ ରହିବ। ଏହି ସପ୍ତାହରେ ଆପଣଙ୍କୁ କୌଣସି ଲାଭକାରି ସୁଯୋଗ ମିଳିବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ: ଏହି ସପ୍ତାହ ମୂଳାଙ୍କ 9ର ଲୋକଙ୍କଊ ଉଚିତ ଯତ୍ନ ଓ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆପଣ ଖାଇବା ପିଇବାର ଅଭ୍ଯାସ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ନିଜର ଦିନଚାର୍ଯ୍ୟାରେ ବ୍ୟାୟାମ ଏବଂ ଧ୍ୟାନ କୁ ଯୋଡ଼ନ୍ତୁ।

ଉପାୟ: ଆପଣ ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୂଳାଙ୍କ 6ର ସ୍ବାମୀ ଗ୍ରହ କିଏ?

ଏହି ମୂଲାଙ୍କର ସ୍ବାମୀ ଶୁକ୍ର ଗ୍ରହ।

2. ମୂଳାଙ୍କ 6ର ଲୋକଙ୍କୁ କ’ଣ ପସନ୍ଦ?

ଏମାନଙ୍କୁ ଲକ୍ସରି ଜିନିଷ ଅଧିକ ପସନ୍ଦ।

3. କ’ଣ ମୂଳାଙ୍କ 9ର ଲୋକ ରାଗି ହୋଇଥାଆନ୍ତି?

ଏହି ଅଙ୍କର ସ୍ବାମୀ ମଙ୍ଗଳ ଅଟନ୍ତି ସେଥିପାଇଁ ଏମାନଙ୍କର ସ୍ଵଭାବରେ କ୍ରୋଧ ଦେଖାଯାଏ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer