ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (22 ଜୁନ ରୁ 28 ଜୁନ)
ଜୁନ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 22 ଜୁନ ରୁ 28 ଜୁନ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ (22 ଜୁନ ରୁ 28 ଜୁନ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପ୍ତାହର ବିଶେଷ କଥା ଏହା ଯେ ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବ। ଯଦିଓ କେତେକ ସମୟରେ କିଛି ଛୋଟ ଦ୍ୱନ୍ଦ୍ୱ କିମ୍ବା ଭୁଲ ବୁଝାମଣା ଆପଣଙ୍କୁ ଆପଣଙ୍କ ପଥରୁ ବିଚ୍ୟୁତ କରିବାକୁ ଚେଷ୍ଟା କରିପାରେ, କିନ୍ତୁ ସେହି ସମୟ ବହୁତ କମ୍ ସମୟ ପାଇଁ ହେବ। ଏପରି ପରିସ୍ଥିତିରେ, ସାମଗ୍ରିକ ଭାବରେ ଆପଣ ଏହି ସପ୍ତାହରେ ଭଲ ଫଳାଫଳ ପାଇବାରେ ସଫଳ ହେବେ। ଏହି ସପ୍ତାହ ପୂର୍ବରୁ ଚାଲିଥିବା କାମକୁ ଆଗକୁ ନେବାରେ ସହାୟକ ହେବ କିନ୍ତୁ କାମ ଅପେକ୍ଷା ଅଧିକ, ଏହି ସପ୍ତାହ ସମ୍ପର୍କକୁ ଉନ୍ନତ କରିବାରେ ସହାୟକ ହୋଇପାରେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କୌଣସି ସମ୍ପର୍କ ଦୁର୍ବଳ ଅଛି, ତେବେ ଏହି ସପ୍ତାହରେ ଏହାକୁ ସୁଧାର କରାଯାଇପାରିବ। ପୂର୍ବରୁ ଉନ୍ନତ ସମ୍ପର୍କରେ ଆହୁରି ଗଭୀରତା ଦେଖାଯାଇପାରେ। ଯଦି ଆପଣଙ୍କର କାମ ବୁଝାମଣାର ତେବେ ସେହି ମାମଲାରେ ଭଲ ଅନୁକୂଳତା ମିଳିପାରେ। ଏସବୁ ସତ୍ତ୍ୱେ, ଆପଣଙ୍କୁ ଧର୍ଯ୍ୟର ସହିତ କାମ କରିବାକୁ ପଡ଼ିବ।
ଉପାୟ: ଶିବ ମନ୍ଦିର ସଫା କରିବା ଏକ ସମାଧାନ ଭାବରେ କାମ କରିବ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହର ବିଶେଷ କଥା ଏହା ଯେ ଆପଣଙ୍କୁ ହାରାହାରି କିମ୍ବା ହାରାହାରି ଠାରୁ ଅଧିକ ଭଲ ପରିଣାମ ମିଳିପାରେ। ଯଦି ଆପଣ କ୍ରେଅତିଭ ସ୍ଵଭାବର ବ୍ୟକ୍ତି ତେବେ ଏହି ସପ୍ତାହ ଆପଣଙ୍କୁ ଭଲ ପରିଣାମ ଦେବ। ସାମାଜିକ ଗତିବିଧି ପାଇଁ ଅମଧ୍ୟ ସାମାନ୍ଯ ଭାବରେ ଏହି ସପ୍ତାହ ଭଲ କୁହାଯିବ। ଆପଣ ନା କେବଳ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ ବରଂ ସେଥିରୁ ଆପଣଙ୍କୁ ଭଲ ମାନ ସମ୍ମାନ ମଧ୍ୟ ମିଳିପାରେ।
ଆର୍ଥିକ ମାମଲା ପାଇଁ ମଧ୍ୟ ଏହି ସପ୍ତାହ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେଇପାରେ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ହାରାହାରି ଲେବେଲ ପରିଣାମ ମିଳିପାରେ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଶାସନ ପ୍ରଶାସନ ସମ୍ବନ୍ଧିତ ମାମଲାରେ ସମସ୍ଯାରୁ ବଞ୍ଚିବାକୁ ପରାମର୍ଶ ଦିଆଯାଇଛି। ସେହି ସମୟରେ, ନିଜକୁ ଶୃଙ୍ଖଳା ଅନୁସରଣ କରି ଚାଲିବା ବୁଦ୍ଧିମାନର କାର୍ଯ୍ୟ ହେବ। ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରକୃତ ଏବଂ ବିଳାସପୂର୍ଣ୍ଣ ଜିନିଷ ହାସଲ କରିବାରେ ମଧ୍ୟ ସହାୟକ ହୋଇପାରେ। କ୍ରୋଧ, ଆବେଗ ଏବଂ ଚଞ୍ଚଳତାକୁ ଏଡ଼ାଇବା ବୁଦ୍ଧିମାନର କାର୍ଯ୍ୟ ହେବ।
ଉପାୟ: ଗାଧୋଇବା ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଶୁଭ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ହାରାହାରି କିମ୍ବା ହାରାହାରିରୁ କିଛି ଦୁର୍ବଳ ପରିଣାମ ଦେଇପାରେ। ଏହି ସପ୍ତାହରେ ନିଜକୁ ଅନୁଶାସିତ ରଖିବା ବହୁତ ଆବଶ୍ୟକ ହେବ। ଆପଣ ନିୟମବଦ୍ଧ ହୋଇ କୌଣସି ଲାମ କରିବାକୁ ଚାହୁଁଛନ୍ତ କିନ୍ତୁ ଏହି ସପ୍ତାହରେ କିଛି ମାମଲାରେ ଚଞ୍ଚଳତା ଦେଖାଇ ପାରନ୍ତି କିମ୍ବା ନିୟମ ବିରୁଦ୍ଧରେ ଯାଇ କାମ କରି ପାରନ୍ତି। ଏହି ସପ୍ତାହରେ ଅଧିକ ପରିଶ୍ରମ ହୋଇପାରେ କିନ୍ତୁ ପରିଶ୍ରମ ଅନୁଯାୟୀ ପରିଣାମ ଦୁର୍ବଳ ହୋଇପାରେ।
ଯଦି କୌଣସି ବିଷୟ ମହିଳାଙ୍କ ସହ ଜଡ଼ିତ, ତେବେ ସେହି କ୍ଷେତ୍ରରେ ସତର୍କ ହୋଇ ପଦକ୍ଷେପ ନେବା ଆବଶ୍ୟକ। ପରିବାର ସହ ଜଡ଼ିତ ମାମଲାରେ କୌଣସି ଅବହେଳା ନହେବା ସୁନିଶ୍ଚିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ପାରଦର୍ଶିତା ଆବଶ୍ୟକ ହେବ। ସାଙ୍ଗରେ ପରସ୍ପର ଉପରେ ସନ୍ଦେହ ନ କରିବା ଠିକ ହେବ। ଯଦି ଆପଣ ଇଣ୍ଟରନେଟ୍ ଜଗତରେ କିମ୍ବା ସୋସିଆଲ ମିଡିଆ ଇତ୍ୟାଦିରେ ଅଧିକ ସକ୍ରିୟ, ତେବେ ଆପଣଙ୍କ ପକ୍ଷକୁ ଉଚିତ ଭାବରେ ଉପସ୍ଥାପନ କରିବା ଉପଯୁକ୍ତ ହେବ, ନଚେତ୍ କୌଣସି ପ୍ରସଙ୍ଗରେ ହଙ୍ଗାମା ହୋଇପାରେ। ଏହି କଥା କୁ ଧ୍ୟାନରେ ରଖି ଆପଣ ନକରାତ୍ମକ ଊର୍ଜାକୁ ଦୂରେଇ ରଖି ପାରିବେ।
ଉପାୟ: ନିରାମିଷ ଖାଦ୍ୟ ଏବଂ ମଦ୍ୟପାନ ପରିହାର କରିବା ଏକ ସମାଧାନ ଭାବରେ କାମ କରିବ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )
ସାମାନ୍ଯ ଭାବର ଏହି ସପ୍ତାହ ଆପଣଙ୍କୁ ଏଭାରେଜ ରୁ ଭଲ ପରିଣାମ ଦେବାର ସଙ୍କେତ ଅଛି କିନ୍ତୁ ତଥାପି କିଛି ମାମଲାରେ ଛୋଟ ଛୋଟ ସମସ୍ଯା ଦେଖା ଦେଇପାରେ। ବିଶେଷକରି ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ କିଛି ସମସ୍ଯା ରହି ପାରେ। ଏପରି ସ୍ଥିତିରେ ନିୟମ କାନୁନ ସବୁର ପାଳନ ଆବଶ୍ୟକ ହେବ। ପିତାଙ୍କ ସମ୍ବନ୍ଧିତ ମାମଲାରେ ମଧ୍ୟ ସାବଧାନ ହୋଇ କାମ କରିବା ଆବଶ୍ୟକ ହେବ। ଏହି ସପ୍ତାହରେ ଲକ୍ସରି ସହିତ ଜଡ଼ିତ ମାମଲାରେ ଟିକେ ଦୁର୍ବଳ ପରିଣାମ ଦେଇପାରେ।
ମହିଳାଙ୍କ ସହ ଜଡ଼ିତ ମାମଲାରେ ମଧ୍ୟ କିଛି ସମସ୍ୟା ହୋଇପାରେ। ଏପରି ପରିସ୍ଥିତିରେ, ଏହି ବିଷୟଗୁଡ଼ିକରେ ସତର୍କତାର ସହିତ କାର୍ଯ୍ୟ କରିବା ଆବଶ୍ୟକ ହେବ। ଯଦି ଆପଣ ସନ୍ତୁଳନ ସହିତ କାମ କରନ୍ତି ତେବେ ଏହି ସପ୍ତାହ ଆପଣଙ୍କୁ ଭଲ ଫଳାଫଳ ଦେବ। ଆପଣ ଜିନିଷଗୁଡ଼ିକୁ ଆହୁରି ଆଗକୁ ନେଇପାରିବ। ବ୍ୟବସାୟ, ବାଣିଜ୍ୟ ଇତ୍ୟାଦିରେ ମଧ୍ୟ ଆପଣଙ୍କୁ ଭଲ ଫଳାଫଳ ମିଳିବ। ଯଦି ଆପଣଙ୍କର କାମ କଥାବାର୍ତ୍ତା, ବୁଝାମଣା କିମ୍ବା ମାର୍କେଟିଂ ସହିତ ଜଡ଼ିତ, ତେବେ ଆପଣ ଏହି ସପ୍ତାହରେ ବହୁତ ଭଲ ଫଳାଫଳ ପାଇପାରନ୍ତି।
ଆପଣ କୌଣସି ସ୍ଥାନରୁ କିଛି ଭଲ ଖବର କିମ୍ବା ଶୁଭ ଖବର ଶୁଣି ପାରନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାରର ଅସନ୍ତୋଷ ଅଛି, ତେବେ ସେହି ଅସନ୍ତୋଷ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯାଇପାରିବ କିମ୍ବା ଯଦି ଆପଣ କାହା ସହିତ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି, ତେବେ କଥାବାର୍ତ୍ତା ଆରମ୍ଭ କରିବାର ଏହା ହିଁ ସଠିକ୍ ସମୟ ହେବ। ଆପଣ ନିଜର ସ୍ଥିତି ପରିସ୍ଥିତି ଓ ସୁବିଧା ଅନୁସାରେ ସକାରାତ୍ମକ ପଦ ନେଇ ପାରିବେ, ବହୁତ ସମ୍ଭାବନା ଅଛି ଯେ ପରିଣାମ ମଧ୍ୟ ସକାରାତ୍ମକ ରହିବ।
ଉପାୟ: ଜଣେ କିନ୍ନରକୁ ପ୍ରସାଧନ ସାମଗ୍ରୀ ଉପହାର ଦେବା ଶୁଭ ହେବ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି )
ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହ ଆପଣଙ୍କୁ ହାରାହାରି କିମ୍ବା ଭଲ ପରିଣାମ ଦେଇପାରେ। ଏହି ସପ୍ତାହରେ ଆପଣଙ୍କୁ ଲକ୍ସରି କିମ୍ବା ମନୋରଞ୍ଜନ ମାମଲାରେ ହାରାହାରି ପରିଣାମ ମିଳୁଥିବା ପ୍ରତୀତ ହେଉଛି। ଚେଷ୍ଟା କରି ଆପଣ ନିଜର ମାନରଞ୍ଜନ ପାଇଁ ସମୟ କାଢ଼ି ପାରିବେ କିମ୍ବା ଲକ୍ସରି ଜିନିଷ କିଣି ପାରିବେ। ଏହି ସବୁ କିଛି ବହୁତ ସହଜ ହେବ ନାହିଁ କିନ୍ତୁ ସକାରାତ୍ମକ କଥା ଏହା ଯେ ଚେସ୍ଟ କରିବା ଦ୍ବାରା ସମ୍ଭବ ହୋଇ ପାରିବ।
ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ଆପଣଙ୍କୁ ଭଲ ପରିଣାମ ମିଳିପାରେ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ବଡ଼ ଲୋକଙ୍କର ଆଶୀର୍ବାଦ ଆପଣଙ୍କ ପାଇଁ ଲାଭ ଡାୟକ ହେବ। ଯଦି କୌଣସି କାମରେ ଏକ୍ସଟ୍ରା ପରିଶ୍ରମ ଆବଶ୍ୟକ ତେବେ ସେହି କାମକୁ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ସ୍ବାଭାବିକ ଯେ ଏହା ଦ୍ବାରା ଆପଣଙ୍କୁ ଲାଭ ମିଳିବ କିନ୍ତୁ କ୍ରୋଧ ସହିତ ଜଡ଼ିତ ମାମଲାରେ ଏହି ସପ୍ତାହ ଦୁର୍ବଳ ପରିଣାମ ଦେବ।
ଅନାବଶ୍ୟକ କ୍ରୋଧ ଏବଂ ଅନାବଶ୍ୟକ ଚଞ୍ଚଳତା ଆପଣଙ୍କ ପାଇଁ କ୍ଷତି ପହଞ୍ଚାଇପାରେ। ଏପରି ଭାବନାକୁ ନିୟନ୍ତ୍ରଣ କରିବା ଭଲ ହେବ। ଏହାର ଅର୍ଥ ହେଉଛି ସପ୍ତାହଟି ସାଧାରଣତଃ ହାରାହାରି ସ୍ତରର ଫଳାଫଳ ଦେବ, କିଛି କ୍ଷେତ୍ରରେ ଭଲ ଫଳାଫଳ ହୋଇପାରେ ଏବଂ କିଛି କ୍ଷେତ୍ରରେ ଦୁର୍ବଳ ଫଳାଫଳ ହୋଇପାରେ କିନ୍ତୁ ସାମଗ୍ରିକ ଫଳାଫଳ ହାରାହାରି କିମ୍ବା ହାରାହାରି ଅପେକ୍ଷା ଭଲ ହୋଇପାରେ।
ଉପାୟ: ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ଶୁଭ ହେବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ସପ୍ତାହରେ ସାମାନ୍ଯ ଭାବରେ ଆପଣଙ୍କୁ ହାରାହାରି ପରିଣାମ ମିଳିବା ପ୍ରତୀତ ହେଉଛି। ଏହି ସପ୍ତାହରେ କୌଣସି ମାମଲାରେ ଆପଣଙ୍କର ଆଶା ଠାରୁ ଅଧିକ ମିଳିପାରେ। ଆପଣ ଜାଣିପାରିବେ ଯେ କେଉଁ ବ୍ୟକ୍ତି ପ୍ରକୃତରେ ଆପଣଙ୍କର ଶୁଭକାଂକ୍ଷୀ ଏବଂ କେଉଁ ବ୍ୟକ୍ତି କେବଳ ଶୁଭକାଂକ୍ଷୀ ହେବାର ଅଭିନୟ କରୁଛି। ଏବଂ କେଉଁ କାମ ଆପଣଙ୍କ ପାଇଁ ଲାଭଦାୟକ ଏବଂ କେଉଁ କାମ କରିବା ଉଚିତ ନୁହେଁ; ଆପଣ ଏହି ସପ୍ତାହରେ ମଧ୍ୟ ଏହା ଅନୁଭବ କରିପାରିବେ। ସରକାରୀ ପ୍ରଶାସନ ସହ ଜଡ଼ିତ କାମ ହେଉ କିମ୍ବା କୌଣସି କୋର୍ଟ କାମ, ଆପଣଙ୍କ ପ୍ରୟାସ ଅନୁସାରେ ଆପଣଙ୍କୁ ଫଳ ମିଳିବ।
ହୋଇପାରେ କିଛି ମାମଲାରେ ଏକ୍ସଟ୍ରା ପରିଶ୍ରମ କରିବାକୁ ପଡ଼ିପାରେ। ସେଥି ପାଇଁ ନିଜକୁ ପ୍ରସ୍ତୁତ ରଖିବା ବୁଝାମଣାର କାମ ହେବ। ସ୍ତ୍ରୀଙ୍କ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳୁଥିବା ପ୍ରତୀତ ହେଉଛି। ପ୍ରେମ ପ୍ରସଙ୍ଗ ପାଇଁ ଏହି ସପ୍ତାହକୁ ଭଲ କୁହାଯିବ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ବିବାହ ନିର୍ବନ୍ଧ ଇତ୍ୟାଦି ପାଇଁ ମଧ୍ୟ ଏହି ସପ୍ତାହ ଅନୁକୂଳ ପରିଣାମ ଦେଇପାରେ। ବୈବାହିକ ଜୀବନରେ ମଧ୍ୟ ଭଲ ଅନୁକୂଳତା ଦେଖିବାକୁ ମିଳିବ। ଲକ୍ସରି ଆଇଟମ୍ କିଣିବା ପାଇଁ ଏହି ସପ୍ତାହକୁ ଭଲ କୁହାଯିବ।
ଉପାୟ: ବୃଦ୍ଧ ଏବଂ ଅସହାୟ ଲୋକଙ୍କ ସେବା କରିବା ଏକ ସମାଧାନ ଭାବରେ କାମ କରିବ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ଏହି ସପ୍ତାହ ଆପଣଙ୍କୁ ହାରାହାରି ପରିଣାମ ରୁ ଭଲ ପରିଣାମ ଦେଇପାରେ। ଯଦିଓ କିଛି ମାମଲାରେ ବହୁତ ମାନ୍ଦାବସ୍ଥା ଦେଖିବାକୁ ମିଳିପାରେ କିନ୍ତୁ ଧୀରେ ଧୀରେ କାମ ପୁରୁଣ ହେବ ଓ ପରିଣାମ ଅନୁକୂଳ ରହିବ, ଆର୍ଥିକ ମାମଲାରେ ଧର୍ଯ୍ୟ ସହିତ କାମ କରିଲେ ଭଲ ପରିଣାମ ମିଳିବ। ଏହା ବ୍ଯତୀତ ଋଣ ନେବାଦେବା ରୁ ଦୂରେଇ ରୁହନ୍ତି।
ବ୍ୟବସାୟ ଦୃଷ୍ଟିକୋଣରୁ, ଏହି ସପ୍ତାହଟି ସାଧାରଣତଃ ଅନୁକୂଳ ଫଳାଫଳ ଦେବ ବୋଲି କୁହାଯାଏ। ବ୍ୟବସାୟିକ ଯାତ୍ରା ଲାଭଦାୟକ ମନେହୁଏ, ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତରବରରେ କୌଣସି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ସରକାରୀ ବିଷୟ ସହ ଜଡ଼ିତ ଫଳାଫଳ ମଧ୍ୟମ ସ୍ତରରେ ରହିପାରେ। ବିଶେଷକରି, ଆପଣ ଆପଣଙ୍କ ପ୍ରୟାସ ଅନୁସାରେ ଫଳାଫଳ ପାଇପାରନ୍ତି। ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଭଲ ଫଳାଫଳ ମିଳିପାରେ। ପ୍ରେମ ସମ୍ବନ୍ଧରେ ଅନୁକୂଳତା ରହିପାରେ। ଲକ୍ସରି ଆଇଟମ୍ କିଣିବା ପାଇଁ ମଧ୍ୟ ଏହି ସପ୍ତାହ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେଉଥିବା ପ୍ରତୀତ ହେଉଛି।
ଉପାୟ: କଳା ହରଡ଼ ଡାଲିରେ ତିଆରି ପକୋଡ଼ି ବାଣ୍ଟିବା ଶୁଭ ରହିବ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ସପ୍ତାହ ଆପଣଙ୍କୁ ହାରାହାରି କିମ୍ବା ତାହା ଠାରୁ ଟିକେ ଦୁର୍ବଳ ପରିଣାମ ଦେଇପାରେ। ସେଥିପାଇଁ ଏହି ସପ୍ତାହରେ ପ୍ରତ୍ଯେକ କାମକୁ ବହୁତ ସାବଧାନ ହୋଇ କରିବା ଆବଶ୍ୟକ ହେବ।
ଆଳସ୍ୟ ଇତ୍ୟାଦିରୁ ଦୂରେଇ ରୁହନ୍ତି। ଧର୍ଯ୍ୟ ଧରି କାମ କରିବା ସ୍ଥିତିରେ ଆପଣ ଲାମ୍ବା ସମୟରୁ ପଡ଼ିଥିବା ପେଣ୍ଡିଂ କାମକୁ ସାରି ପାରିବେ। କାରଣ ଆପଣଙ୍କ ଭିତରେ ନୂଆ ଏନାର୍ଜି ରହିବ। ଆପଣ ଚାହିଁଲେ ଅବ୍ୟବସ୍ଥିତ ହୋଇ ପଡ଼ିଥିବା ଜିନିଷକୁ ଠିକ କରିବା ଉପରେ କାମ କରି ପାରିବେ।
ସାଙ୍ଗରେ ଧର୍ଯ୍ୟ ପୂର୍ବକ ପ୍ରୟାସ ମଧ୍ୟ କରିପାରିବେ। ବହୁତ ସମ୍ଭାବନା ଅଛି ଯେ ଆପଣଙ୍କର ସେହି କାମ ଶେଷ ହୋଇଯିବ କିନ୍ତୁ ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ କୌଣସି ପ୍ରକାର ଅବହେଳା ଠିକ ରହିବ ନାହିଁ। କୌଣସି କାମ ନିୟମ ବିରୁଦ୍ଧରେ କରନ୍ତୁ ନାହିଁ। ନିଜକୁ ଏକ୍ଷତ୍ରା ହରଡ଼ ୱର୍କ ପାଇଁ ପ୍ରସ୍ତୁତ ରଖନ୍ତୁ। ଅନ୍ୟ ମାମଲାରେ ହାରାହାରି ପରିଣାମ ମିଳିପାରେ।
ଉପାୟ: ହନୁମାନ ମନ୍ଦିରରେ ନାଲି ରଙ୍ଗର ମିଠା ଭୋଗ କରିବା ଶୁଭ ହେବ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। କେବେ କେବେ ପରିଣାମ କିଛି ମାତ୍ରାରେ ଭଲ ମଧ୍ୟ ହୋଇପାରେ।
ଆପଣଙ୍କ ଭିତରେ ଊର୍ଜା ତୁଳନାତ୍ମକ ଭାବରେ ବଢ଼ିପାରେ। ଏପରି ସ୍ଥିତିରେ ନିଜକୁ କାମ କରିବାରେ ଲଗାଇବା ବୁଝାମଣାର କାମ ହେବ। ଏହି ସପ୍ତାହରେ ଅନୁଭବ ଓ ଦାୟିତ୍ବ ଭାବ ନିଜ ଭିତରେ ଆପଣଙ୍କୁ ସୃଷ୍ଟି କରିବାକୁ ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ବରିଷ୍ଠ ମଧ୍ୟ ଆପଣଙ୍କର ସାହାଜ୍ୟ କରୁଥିବା ଦେଖାଯିବେ।
ଏହି ସପ୍ତାହ ସ୍ତ୍ରୀଙ୍କ ସମ୍ବନ୍ଧିତ ମାମଲାରେ ବହୁତ ସାବଧାନ ହୋଇ କାମ କରିବାକୁ ହେବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ପ୍ରେମ ପ୍ରସଙ୍ଗ ମାମଲାରେ କୌଣସି ରିସ୍କ ନିଅନ୍ତୁ ନାହିଁ।
ସମ୍ଭବ ହେଲେ ଦେଖା ହେବା ପରିବର୍ତ୍ତେ ଫୋନ କିମ୍ବା ଅନ୍ୟ ମାଧ୍ୟମରେ ଭଲ ଓ ସଭ୍ଯ ଭାବରେ କଥାବାର୍ତ୍ତା କରନ୍ତୁ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଶାସନ ପ୍ରଶାସନ ସହିତ ଜଡ଼ିତ କାମରେ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ମିଳିପାରେ। କୌଣସି ପରିଚିତ ସରକାରୀ କର୍ମଚାରୀଙ୍କ ଠାରୁ ସାହାଜ୍ୟ ମିଳିପାରେ। ଯାହାଦ୍ବାରା ଆପଣଙ୍କୁ ଲାଭ ହେବ କିନ୍ତୁ ନିୟମ କାନୁନ ପାଳନ କରିବା ଆବଶ୍ୟକ ହେବ।
ଉପାୟ: ସୂର୍ଯ୍ୟୋଦୟ ସମୟରେ ତମ୍ବା ବାସନରେ ଜଳ ଭର୍ତ୍ତି କରି ସୂର୍ଯ୍ୟଙ୍କୁ ଅର୍ପଣ କରିବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ରାଶିଫଳ ବିବାହ କିମ୍ବା ସମ୍ପର୍କ ବିଷୟରେ କହିପାରିବ କି?
ହଁ, ପୁଅ ଏବଂ ଝିଅଙ୍କ କମ୍ପାଟିବିଲିଟି ସେମାନଙ୍କ ମୂଳାଙ୍କ ଆଧାରରେ ଜାଣିହେବ।
2. ଅଙ୍କ ଜ୍ଯୋତିଷ ଦ୍ୱାରା ଭାଗ୍ୟ ପରିବର୍ତ୍ତନ କରାଯାଇପାରିବ କି?
ନା, କିନ୍ତୁ ଉପଯୁକ୍ତ ପଦକ୍ଷେପ ସାହାଯ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବରେ ଅଣାଯାଇପାରିବ।
3. ଅଙ୍କ ଜ୍ଯୋତିଷ କ’ଣ ବିଜ୍ଞାନ ଉପରେ ଆଧାରିତ?
ନା, ଏଥିରେ ସଂଖ୍ୟାର ଗଭୀର ଅର୍ଥ ଏବଂ ଏହାର ପ୍ରଭାବର ଅଧ୍ୟୟନ କରାଯାଏ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025