ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (20 ଅକ୍ଟୋବରରୁ 26 ଅକ୍ଟୋବର )
ଅକ୍ଟୋବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 20 ଅକ୍ଟୋବରରୁ 26 ଅକ୍ଟୋବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 20 ଅକ୍ଟୋବରରୁ 26 ଅକ୍ଟୋବର, 2024)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକଙ୍କୁ ନିଜର ନୀତିଦିନୀୟା କାମ ସାରିବା କଷ୍ଟକର ହୋଇପାରେ। ଏହି ସମୟରେ ଆପଣର ପାଇଁ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଓ ଏହା ଆପଣଙ୍କ ପାଇଁ ସକାରାତ୍ମକ ପ୍ରମାଣିତ ହେବ।
ପ୍ରେମ ଜୀବନ : ଆପଣଙ୍କର ଓ ଆପଣଙ୍କର ପାର୍ଟନର ମଧ୍ୟରେ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ମତଭେଦ ହୋଇପାରେ। ଏହି କାରଣରୁ ଆପଣ ଦୁହେଁ ସମ୍ପର୍କରେ ତିକ୍ତତା ଅନୁଭବ କରିବେ । ଏହା ଦ୍ବାରା ଆପଣଙ୍କର ସମ୍ପର୍କରେ ସୁଖ ଶାନ୍ତି ଭଙ୍ଗ ହେବ।
ଶିକ୍ଷା : ଏହି ସପ୍ତାହଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ରଙ୍କ ପାଇଁ କାଉଅଂଶୀ କାମରେ ଧ୍ୟାନ ଦେବା କଷ୍ଟକର ହେବ। ଏହି କାରଣରୁ ଆପଣ ପଢ଼ାରେ ପଛେଇ ଯାଇପାରନ୍ତି।
ବୃତ୍ତିଗତ ଜୀବନ : ଚାକିରି କରୁଥିବା ଲୋକଙ୍କ ପାଇଁ ଏହା ଅନୁକୂଳ ସମୟ ନୁହେଁ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପନ କରିପାରିବେ ନାହିଁ। ବ୍ୟବସାୟୀଙ୍କୁ କମ ଲାଭ ମିଳିବ ଯାହା ତାଙ୍କୁ ଅସନ୍ତୁଷ୍ଟ କରିବ।
ସ୍ବାସ୍ଥ୍ୟ : ଏହି ସପ୍ତାହ ସ୍ବାସ୍ଥ୍ୟ ଦୃଷ୍ଟିରୁ ଠିକ ରହିବ ନାହିଁ ସେଥିପାଇଁ ନିଜର ଯତ୍ନ ନେବାକୁ ପରାମର୍ଶ ଦିଅଯାଇଛି।
ଉପାୟ : ପ୍ରତିଦିନ 108 ଥର ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହରେ ଆପଣ ଉତସାହରେ ଭରପୁର ରହିବେ ଓ ଏହି କାରଣରୁ ଆପଣଙ୍କୁ ସକାତ୍ମକ ପରିଣାମ ପ୍ରାପ୍ତ ହେବାର ଆଶା ଅଛି। ଆପଣ ଏହି ସମୟରେ ନିଜର ହୀତ ପାଇଁ କିଛି ନିଷ୍ପରି ନେଇପାରନ୍ତି।
ପ୍ରେମ ଜୀବନ : ଏହି ସମୟରେ ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ଓ ଏହାର ସକାରାତ୍ମକ ପ୍ରଭାବ ପ୍ରେମ ଯିବା ଉପରେ ମଧ୍ୟ ପଡ଼ିବ। ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ବହୁତ ସୁଖ ଭାବନା ରହିବ ଓ ଆପଣ ଦୁହେଁ ପରସ୍ପର ସହିତ ଖୋଲା ମନରେ କଥା ହେବେ।
ଶିକ୍ଷା : ଆପଣ ଶିକ୍ଷା କ୍ଷେତ୍ରରେ ନିଜର ସ୍କିଲ ପ୍ରଦର୍ଶନ କରିବେ ଓ ଲୋକଙ୍କ ମଧ୍ୟରେ ନିଜର ଏକ୍ ବିଶେଷ ସ୍ଥାନ ତିଆରି କରିବାରେ ସଫଳ ହେବେ। ଏହି ସମୟ ଆପଣଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାର ସରଳ ଉପାୟ ହେବ।
ବୃତ୍ତିଗତ ଜୀବନ : ଚାକିରି କରିଥିବା ଲୋକ ଏହି ସପ୍ତାହରେ ଉଚ୍ଚ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀଙ୍କୁ ନିଜର ଆଶା ଠାରୁ ଅଧିକ ଲାଭ ମିଳିବ। ଏହା ସହିତ ଆପଣ ନିଜର ବିରୋଧୀଙ୍କୁ କଠିନ ଟକ୍କର ଦେବାରେ ସକ୍ଷମ ହେବେ।
ସ୍ବାସ୍ଥ୍ୟ : ଏହି ସମୟରେ ଆପଣ ଊର୍ଜାରେ ଭରପୁର ରହିବେ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକୁ ମିଳିବ। ଆପଣଙ୍କୁ ଅନେକ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ମୁଣ୍ଡବିନ୍ଧାର ଶିକାର ହୋଇପାରନ୍ତି।
ଉପାୟ : ଆପଣ ପ୍ରତିଦିନ 20 ଥର ଓଁ ସୋମାୟ ନମଃ ମନ୍ତ୍ର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି ) )
ଏହି ମୂଳଙ୍କର ଲୋକ ନିଜର ପ୍ରୟାସରେ ବିଶେଷଜ୍ଞତା ହାସଲ କରିବାରେ ସକ୍ଷମ ହେବେ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ଭାଗ ନେବେ ଓ ଆପଣଙ୍କୁ ସଠିକ ମାର୍ଗଦର୍ଶନ ମିଳିପାରେ।
ପ୍ରେମ ଜୀବନ : ବୈବାହିକ ଜୀବନ ପାଇଁ ଏହି ସପ୍ତାହ ଅନୁକୂଳ ରହିବ। ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଖୁସି ରହିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଦୁହେଁ କୌଣସି ତୀର୍ଥସ୍ଥଳ ଯାତ୍ରା କରିବା ପାଇଁ ଯାଇପାରନ୍ତି ଓ ଏହି ଯାତ୍ରା ଆପଣଙ୍କର ସମ୍ପର୍କକୁ ଅଧିକ ମୁଲ୍ୟବାନ କରିବ।
ଶିକ୍ଷା : ଏହି ସପ୍ତାହ ଆପଣ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଫାଇନାନ୍ସିୟାଲ, ଏକାଉନ୍ଟିଂ ଓ ବିଜନେସ ପରି କୋର୍ସ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ।
ବୃତ୍ତିଗତ ଜୀବନ : ଏହି ସପ୍ତାହରେ ଆପଣ ନିଜର କାମରେ ଅଧିକ ବିଶେଷଜ୍ଞତା ହାସଲ କରିବେ। ଅନ୍ୟ ପଟେ, ବ୍ୟବସାୟୀଙ୍କ ପାଇଁ ମଧ୍ୟ ଅନୁକୂଳ ସମୟ ରହିବ। ତାଙ୍କୁ ନିଜର ଆଶା ଠାରୁ ଅଧିକ ଲାବ ମିଳିବ।
ସ୍ବାସ୍ଥ୍ୟ : ଏହି ସପ୍ତାହରେ ଆପଣଙ୍କ ଭିତରେ ଉଚ୍ଚ ସ୍ତରର ଊର୍ଜା ରହିବ। ଆପଣ ଅଧିକ ସକାରାତ୍ମକ ଅନୁଭବ କରିବେ ଓ ଏହି କାରଣରୁ ଆପଣ ଉତ୍ସାହ ସହିତ ଆଗକୁ ମଧ୍ୟ ବଢ଼ିବେ।
ଉପାୟ : ବୃହସ୍ପତିବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ଏହି ସପ୍ତାହ ମୂଳାଙ୍କ 4 ର ଲୋକଙ୍କୁ ଚାପ ଦେଇପାରେ। ଏହାଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଆପଣ ବହୁତ ଅଧିକ ଉତ୍ସାହ ଦେଖାଇବେ।
ପ୍ରେମ ଜୀବନ : ଏହି ସପ୍ତାହ ଆପଣଙ୍କର ପ୍ରେମ ଜୀବନ ପାଇଁ ଅନୁକୂଳ ନୁହେଁ। ଆପଣଙ୍କୁ ନିଜର ପାର୍ଟନର ସହିତ ନିଜର ସମ୍ପର୍କ ଦୃଢ଼ କରିବା କଷ୍ଟକର ହେବ।
ଶିକ୍ଷା : ସମ୍ଭାବନା ଅଛି ଯେ ଏହି ସପ୍ତାହ ଟିକେ କଷ୍ଟକର ପ୍ରମାଣିତ ହେବ। ଏହି ସମୟ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୟାସ କରିବା ଆବଶ୍ୟକ।
ବୃତ୍ତିଗତ ଜୀବନ : ଏହି ସପ୍ତାହରେ ଆପଣଙ୍କ ଉପରେ କାମର ଚାପ ବଢ଼ିବା ଯୋଗୁଁ ଆପଣଙ୍କୁ ଚିନ୍ତା ହୋଇପାରେ। ବ୍ୟବସାୟୀଙ୍କୁ ନିଜର ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିପାରେ।
ସ୍ବାସ୍ଥ୍ୟ : ଏହି ସମୟରେ ସୁସ୍ଥ ରହିବା ପାଇଁ ଆପଣଙ୍କୁ ଠିକ ସମୟରେ ଖାଇବା ଖାଇବାକୁ ପରାମର୍ଶ ଦିଅଯାଇଛି। ଯଦି ଆପଣ ଏପରି କରନ୍ତି ନାହିଁ ତେବେ ଆପଣଙ୍କୁ ହଜମ ସମ୍ବନ୍ଧିତ ସମସ୍ଯା ହଇରାଣ କରିପାରେ।
ଉପାୟ : ଆପଣ ପ୍ରତିଦିନ 22 ଥର ଓଁ ଦୂର୍ଗାୟ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ଏହି ସପ୍ତାହ ମୂଳାଙ୍କ 5 ଲୋକଙ୍କ ପାଇଁ ସଫଳତା ଆଣିବ। ଏହା ସହିତ ଆପଣ ଯେଉଁ ନୂଆ ଲକ୍ଷ ପ୍ରସ୍ତୁତ କରିଛନ୍ତି ତାକୁ ପ୍ରାପ୍ତ କରିବାରେ ମଧ୍ୟ ସଫଳ ହେବେ।
ପ୍ରେମ ଜୀବନ : ଏହି ସମୟ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ପାରସ୍ପରିକ ବୁଝାମଣା ବହୁତ ଭଲ ରହିବ। ଆପଣ ନିଜର ପାର୍ଟନରକୁ ବୁଝିବାରେ ଅଧିକ ମ୍ଯାଚୁରିଟି ଦେଖାଇବେ।
ଶିକ୍ଷା : ଏହି ସପ୍ତାହରେ ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ନିଜର କୌଶଳ ପ୍ରମାଣିତ କରିବାରେ ସକ୍ଷମ ହେବେ ଓ ଏହି ଦିଗରେ ଆଗକୁ ବଢ଼ିବେ।
ବୃତ୍ତିଗତ ଜୀବନ : ଏହି ସପ୍ତାହରେ ମୂଳାଙ୍କ 5ର ଲୋକ ନିଜର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ନିଜକୁ ପ୍ରମାଣିତ କରିବାରେ ସକ୍ଷମ ହେବେ। ବ୍ୟବସାୟୀମାନେ ନିଜ ଭିତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ।
ସ୍ବାସ୍ଥ୍ୟ : ଆପଣ ଏହି ସମୟରେ ଖୁସି ରହିବେ ଓ ଏହା ଦ୍ବାରା ଆପଣଙ୍କ ଭିତରେ ଉତ୍ସାହ ବଢ଼ିବ। ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକୁ ମିଳିବ।
ଉପାୟ : ପ୍ରତିଦିନ 41 ଥର ଓଁ ନମୋ ଭଗବତେ ବାସୁଦେବାୟ ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6 ର ଲୋକଙ୍କୁ ଯାତ୍ରାରୁ ଲାଭକାରୀ ପରିଣାମ ପ୍ରାପ୍ତ ହେବ। ଏହି ସପ୍ତାହରେ ଆପଣ ବହୁତ ପଇସା ରୋଜଗାର କରିବେ ଓ ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ।
ପ୍ରେମ ଜୀବନ : ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ନିଜର ସମ୍ପର୍କକୁ ନେଇ ସନ୍ତୁଷ୍ଟ ନଜର ଆସିବେ।
ଶିକ୍ଷା : ଆପଣ କମ୍ଯୁନିକେଶନ ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଓ ଏକାଉନ୍ଟିଂ ପରି ବିଷୟରେ ବିଶେଷଜ୍ଞତା ହାସଲ କରିବେ।
ବୃତ୍ତିଗତ ଜୀବନ : ଆପଣଙ୍କୁ ନିଜର ରୁଚି ଅନୁସାରେ ଚାକିରିରେ ନୂଆ ସୁଯୋଗ ମିଳିବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ନିଜର ବିଜନେସ ବିସ୍ତାର କରିବା ବିଷୟରେ ଭାବି ପାରିବେ ଓ ଏହି ସମୟ ସେଥିପାଇଁ ଅନୁକୂଳ ରହିବ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ମାମଲାରେ ଏହି ସପ୍ତାହ ଭଲ ରହିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ସୁସ୍ଥ ଅନୁଭବ କରିବେ ଓ ଆପଣଙ୍କୁ ଏହି ସମୟରେ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।
ଉପାୟ : ଆପଣ ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ଏହି ସପ୍ତାହରେ ଆପଣଙ୍କର ଆକର୍ଷଣରେ ଅଭାବ ଦେଖାଯାଇପାରେ। ଏହା ସହିତ ଆପଣ ଅସୁରକ୍ଷିତ ଅନୁଭବ କରିବେ। ଆପଣ ଛିଟ ଛୋଟ କାମ କରିବା ପୂର୍ବରୁ ଭଲ ଭାବରେ ଭାବିବେ, ଯୋଜନା ପ୍ରସ୍ତୁତ କରିବେ ଓ ତାହା ପରେ ଆଗକୁ ବଢ଼ିବେ।
ପ୍ରେମ ଜୀବନ : ଏହି ସପ୍ତାହ ପ୍ରେମ ଜୀବନ ପାଇଁ ଭଲ ରହିବ ନାହିଁ। କିକହି ପାରିବାରିକ ସମସ୍ଯା ଯୋଗୁଁ ଆପଣ ନିଜର ଜୀବନସାଥୀ ସହିତ ପ୍ରେମର ଆନନ୍ଦ ନେବାରେ ସକ୍ଷମ ହେବେ ନାହିଁ।
ଶିକ୍ଷା : ପଢ଼ା ମାମଲାରେ ଏହି ସମୟ ଛାତ୍ରଙ୍କର ଶିକ୍ଷଣ କ୍ଷମତା ଭଲ ରହିବ ନାହିଁ ସେଥିପାଇଁ ସେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ପଛରେ ରହି ପାରନ୍ତି।
ବୃତ୍ତିଗତ ଜୀବନ : ଏହି ସପ୍ତାହରେ ଆପଣ କୌଣସି ନୂଆ କୌଶଳ ଶିଖି ପାରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ପ୍ରଶଂସିତ ହେବ। ବ୍ୟବସାୟୀଙ୍କୁ ଏହି ସମୟରେ କ୍ଷତି ସହିବା ପାଇଁ ପଡ଼ିପାରେ।
ସ୍ବାସ୍ଥ୍ୟ : ଆପଣଙ୍କୁ ଏଲାର୍ଜି ଯୋଗୁଁ ସ୍କିନ ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହା ବ୍ୟତୀତ ଆପଣଙ୍କୁ ହଜମ ଃ=ଜନିତ ସମସ୍ଯା ମଧ୍ୟ ହୋଇପାରେ।
ଉପାୟ : ପ୍ରତିଦିନ 41 ଥର ଓଁ ଗଣେଶାୟ ନମଃ ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8 ର ଲୋଜ ନିଜର କ୍ୟାରୀଅରକୁ ନେଇ ବହୁତ ସଜାଗ ରହିବେ। ସେ କାର୍ଯ୍ୟକ୍ଷେତ୍ରରେ ପ୍ରୟାସ କରିବା ପାଇଁ ପ୍ରସ୍ତୁତ ରହିବେ ଓ ସେଥିରେ ଉତ୍କୃଷ୍ଟତା ହାସଲ କରିବେ।
ପ୍ରେମ ଜୀବନ : ଏହି ସପ୍ତାହ ଆପଣ ନିଜର ପାର୍ଟନରକୁ ବୁଝାଇବ ପାଇଁ ଚେଷ୍ଟା କରିବେ ଓ ଏହି ମାମଲାରେ ଆପଣଙ୍କୁ ବହୁତ ଅଧିକ ପ୍ରୟାସ କରିବା ପାଇଁ ପଡ଼ିବ।
ଶିକ୍ଷା : ଏହି ସମୟରେ ଆପଣ ଭଲ ପଢ଼ିବେ ଓ ଶିକ୍ଷାରେ ଭଲ ପ୍ରଦର୍ଶନ କରିବେ। ଏହି ସପ୍ତାହ ଆପଣ ମେରିନ ଇଞ୍ଜିନିୟରିଂ, ଅଟୋ ମୋବାଇଲ୍ ଇଞ୍ଜିନିୟରିଂ ଇତ୍ୟାଦି ପରି ବିଷୟ ପଢ଼ିବା ପାଇଁ ସକ୍ଷମ ହେବେ।
ବୃତ୍ତିଗତ ଜୀବନ : ଚାକିରି କରୁଥିବା ବ୍ୟକ୍ତି ଏହି ସମୟରେ ନିଜର କାମକୁ ନେଇ ଟିକେ ଅସନ୍ତୁଷ୍ଟ ଦେଖାଯିବେ ଓଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି କାରଣରୁ ତାଙ୍କ ମନରେ ଚାକିରି ବଦଳାଇବା ପାଇଁ ବିଚାର ଆସିବ। ବ୍ୟବସାୟୀଙ୍କୁ ଏହି ସମୟରେ କିଛି କ୍ଷତି ସାମ୍ନା କରିବା ପାଇଁ ପଡ଼ିବ।
ସ୍ବାସ୍ଥ୍ୟ : ଏହି ସପ୍ତାହରେ ମୂଳାଙ୍କ 9ର ଲୋକଙ୍କ ଗୋଡ଼ରେ ଦରଜ ହୋଇପାରେ ଓ ଚର୍ମ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ଚିନ୍ତିତ ରହିବେ।
ଉପାୟ : ପ୍ରତିଦିନ 44 ଥର ଓଁ ମନ୍ଦାୟ ନମଃ ଜପ କରନ୍ତୁ ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ସାଧାରଣତଃ ଏହି ମୂଳାଙ୍କର ଲୋକ ପ୍ରତିବଦ୍ଧ ଓ ସାହସୀ ସ୍ଵଭାବର ହୋଇଥାନ୍ତି।
ପ୍ରେମ ଜୀବନ : ଆପଣଙ୍କର ପ୍ରେମ ଜୀବନ ବିଷୟରେ କହିଲେ ଏହି ସପ୍ତାହ ଆପଣଙ୍କର ନିଜ ଲୋକ ଓ ଜୀବନସାଥୀ ସହିତ ସମ୍ପର୍କ ଖରାପ ହୋଇପାରେ। ଏହି ସମୟରେ ଆପଣଙ୍କର ମନରେ ଚିନ୍ତା ରହିବ।
ଶିକ୍ଷା : ଆପଣ ପଢ଼ାରେ ଭଲ ପ୍ରଦର୍ଶନ କରିବା ପାଇଁ ସକ୍ଷମ ହେବେ। ଏହା ସବୁ ଆପଣଙ୍କର ଫୋକସ ଓ ପ୍ରତିବଦ୍ଧତା ଯୋଗୁଁ ସମ୍ଭବ ହେବ।
ବୃତ୍ତିଗତ ଜୀବନ : ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ତବେ ଏହି ସମୟ ଆପଣଙ୍କୁ କୌଣସି ଭଲ ସୁଯୋଗ ମିଳିବାର ସମ୍ଭାବନା ଅଛି। ବ୍ୟବସାୟୀଙ୍କୁ ଅଧିକ ଲାଭ ମିଳିବାର ସୁଯୋଗ ମିଳିବ।
ସ୍ବାସ୍ଥ୍ୟ : ଶାରୀରିକ ରୂପରେ ଫିଟ ରହିବା ପାଇଁ ଆପଣଙ୍କର ଦୃଷ୍ଟିକୋଣ ବଦଳିବ ଯାହା ସୁସ୍ଥ ରହିବାରେ ସାହାଜ୍ୟ କରିବ। ଦୃଢ଼ ମାନସିକତା ଓ ସାହସ କାରଣରୁ ଆପଣ ଊର୍ଜାରେ ଭରପୁର ରହିବେ ଓ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ଆପଣ ପ୍ରତିଦିନ 27 ଥର ଓଁ ଭୌମଏ ନମଃ ମନ୍ତ୍ର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ଜ୍ଯୋତିଷ କିପରି ଦେଖନ୍ତି?
ଅଙ୍କ ଜ୍ଯୋତିଷରେ ଭବିଷ୍ୟବାଣୀ କରିବା ପାଇଁ ଅନେକ ପ୍ରକାରର ସଂଖ୍ୟା, ଉପାୟ: ଓ ଗଣନାର ବିଶ୍ଳେଷଣ କରାଯାଏ ଯେପରି ଜନ୍ମ ତିଥି, କର୍ମ ସଂଖ୍ୟା, ଜୀବନ ପଥ ସଂଖ୍ୟା ଇତ୍ୟାଦି।
2. ମୂଳାଙ୍କ 2 ର ସ୍ବାମୀ କିଏ?
ଅଙ୍କ ଜ୍ଯୋତିଷ ଅନୁସାରେ ମୂଳାଙ୍କ 2 ର ସ୍ବାମୀ ହେଉଛନ୍ତି ଚନ୍ଦ୍ର ଗ୍ରହ ।
3. ଅଙ୍କ 2ର ଲୋକ ଭାଗ୍ୟଶାଳୀ କାହିଁକି?
ଅଙ୍କ 2କୁ ଶୁଭ ଅଙ୍କ କୁହନ୍ତି କାରଣ ଏହା ଅଧ୍ୟାତ୍ମିକତା ଓ ଧାର୍ମିକତାକୁ ପ୍ରତିନିଧିତ୍ବ କରେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025